ଦ୍ବିତୀୟ ଟି-20: ବରିଷ୍ଠ ଆସିବା ପରେ କନିଷ୍ଠ କରିବେ କଣ ? କ୍ୟାପଟେନ ରୋହିତଙ୍କ ପାଇଁ ବିଗ୍ ଟେନସନ୍

ସିରିଜ ହାତେଇବା ବ୍ୟତିତ ଅଧିନାୟକ ରୋହିତ ଶର୍ମା ଙ୍କ ମୁଣ୍ଡରେ ଆଉ ଏକ ଟେନସନ୍ ଲାଗି ରହିଛି । ତାହା ହେଉଛି ଚୁଡାନ୍ତ ଭାରତୀୟ ଏକାଦଶ ।

ଲଣ୍ଡନ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଏଡବଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ଟେଷ୍ଟ ସିରିଜ ହାତଛଡା କରିବା ପରେ ଟି-20 ସିରିଜ ଜିତିପାଇଁ ବଳ କସୁଛି ଭ୍ରମଣକାରୀ ଭାରତ । ସେପଟେ ପ୍ରଥମ ମ୍ୟାଚ ହାରିବା ପରେ ଘରୋଇ ଇଂଲଣ୍ଡ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

Ind vs Eng, 2nd T20I

ତେବେ ସିରିଜ ହାତେଇବା ବ୍ୟତିତ ଅଧିନାୟକ ରୋହିତ ଶର୍ମା ଙ୍କ ମୁଣ୍ଡରେ ଆଉ ଏକ ଟେନସନ୍ ଲାଗି ରହିଛି । ତାହା ହେଉଛି ଚୁଡାନ୍ତ ଭାରତୀୟ ଏକାଦଶ । କାରଣ ଦ୍ୱିତୀୟ ଟି-20 ମ୍ୟାଚ୍ ପାଇଁ ଦଳରେ ଅନେକ ବରିଷ୍ଠ ଖେଳାଳି ଯୋଗ ଦେଉଛନ୍ତି । ଏପରି ପରିସ୍ଥିତିରେ ବରିଷ୍ଠଙ୍କୁ ସାମିଲ କରାଗଲେ କନିଷ୍ଠ କରିବେ କଣ ? ଏବେ ଏହି ଚିନ୍ତା ଅଧିନାୟକ ରୋହିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିରାଟ କୋହଲି ଦ୍ୱିତୀୟ ଟି-20 ମ୍ୟାଚରୁ ଦଳରେ ଯୋଗ ଦେଉଛନ୍ତି । ଏପରି ପରିସ୍ଥିତିରେ ତାଙ୍କର ତୃତୀୟ ସ୍ଥାନରେ ଖେଳିବା ନିଶ୍ଚିତ ହୋଇଥିବା ଜଣାପଡିଛି। ସେପଟେ ଦୀପକ ହୁଡ୍ଡା ମଧ୍ୟକ୍ରମରେ ଶେଷ କିଛି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେହିପରି ଇଶାନ କିଷାନ ମଧ୍ୟ ଭଲ ଫର୍ମରେ ନଜର ଆସୁଛନ୍ତି । ଫଳରେ ଋତୁରାଜ ଗାଇକ୍ୱାଡଙ୍କୁ ବେଞ୍ଚରେ ବସିବାକୁ ପଡୁଛି ।

ତେବେ ଦ୍ୱିତୀୟ ଟି -20 ମ୍ୟାଚ୍ ପାଇଁ ମଧ୍ୟମ କ୍ରମରେ ଅନେକ ଖେଳାଳି ମଧ୍ୟ ଉପସ୍ଥିତ ଅଛନ୍ତି । ଯଦି କ୍ୟାପଟେନ ରୋହିତ ଶର୍ମା ଇଶାନ କିଶନଙ୍କ ସହ ଇନିଂସ ଆରମ୍ଭ କରନ୍ତି, ତେବେ ତୃତୀୟ ସ୍ଥାନରେ ବିରାଟ କୋହଲି ଏବଂ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଦୀପକ ହୁ୍ଡ୍ଡାଙ୍କ ମଧ୍ୟରେ ଯୁଦ୍ଧ ହେବ। ଏହା ବ୍ୟତୀତ ଚତୁର୍ଥ ସ୍ଥାନ ଏବଂ ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳ ନିଶ୍ଚିତ ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି, ପୁଣି ଥରେ ଷଷ୍ଠ ନମ୍ବରରେ, ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ଗଣ୍ଠି ଅଟକି ଥିବା ଜଣାପଡିଛି । କାର୍ତ୍ତିକ ସାମ୍ପ୍ରତିକ ସମୟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏଥି ସହିତ ପନ୍ତ ଟେଷ୍ଟ ମ୍ୟାଚରେ ଆସୁଛନ୍ତି ଏବଂ ଶତକ ଏବଂ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି । ତେବେ ଏଠାରେ ଜାଡେଜାଙ୍କୁ ଡ୍ରପ କରାଯାଉଥିବା ଦେଖିବାକୁ ମିଳିଛି।

ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରା ଦ୍ୱିତୀୟ ଟି-20 ମ୍ୟାଚରୁ ଫିଲ୍ଡ ନେବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି ପରିସ୍ଥିତିରେ କ୍ୟାପଟେନ ରୋହିତ ଶର୍ମା ବୁମରା, ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲଙ୍କ ପେସ୍ ଟ୍ରାଇ ସହିତ ପଡ଼ିଆରେ ପ୍ରବେଶ କରିପାରିବେ। ଏଥି ସହିତ, ୟୁଜବେନ୍ଦ୍ର ଚହଲ ଏକ ବିଶେଷଜ୍ଞ ସ୍ପିନର ଭାବରେ ଦଳରେ ସୁଯୋଗ ପାଇପାରିବେ । ଦ୍ୱିତୀୟ ଟି-20 ମ୍ୟାଚରେ ପାଣ୍ଡ୍ୟା ଏବଂ ଜାଡେଜା ପଞ୍ଚମ ବୋଲରଙ୍କୁ ପୂରଣ କରୁଥିବା ଦେଖିବାକୁ ମିଳିବ।

  • ସମ୍ଭାବ୍ୟ ଭାରତୀୟ: ରୋହିତ ଶର୍ମା (କ୍ୟାପଟେନ) ଇଶାନ କିଶନ / ଦୀପକ ହୁଡା , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା , ଋଷଭ ପନ୍ତ / ଦିନେଶ କାର୍ତ୍ତିକ (ୱିକେଟକିପର) , ରବିନ୍ଦ୍ର ଜାଡେଜା / ଅକ୍ସର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର , ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+