Get Updates
Get notified of breaking news, exclusive insights, and must-see stories!

IND vs ENG, 2nd T-20: ପରାଜୟ ପରେ ସିରିଜକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଟିମ ଇଣ୍ଡିଆ

ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ରବିବାର (ମାର୍ଚ୍ଚ 14) ରେ ଦ୍ୱିତୀୟ ଟି -20 ମ୍ୟାଚ୍ ଖେଳାଯିବ ।

ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ, 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ବର୍ତ୍ତମାନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି। ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର (ମାର୍ଚ୍ଚ 12) ରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ରବିବାର (ମାର୍ଚ୍ଚ 14) ରେ ଦ୍ୱିତୀୟ ଟି -20 ମ୍ୟାଚ୍ ଖେଳାଯିବ ।

 IND vs ENG

ଭାରତ ପ୍ରଥମ ମ୍ୟାଚକୁ 8 ୱିକେଟରେ ହରିଥିଲା। ଶ୍ରେୟସ୍ ଆୟରଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଶ୍ରେୟସ୍ ଆୟରଙ୍କ 67 ରନ୍ ସହାୟତାରେ ଭାରତ 7 ୱିକେଟ୍ ହରାଇ 124 ରନ୍ ସ୍କୋର କରିପାରିଥିଲା। ପରବର୍ତ୍ତୀ ସମୟରେ, ଇଂଲଣ୍ଡ 2 ୱିକେଟ୍ ହରାଇ 16 ଓଭର ମଧ୍ୟରେ 125 ରନ୍ ଚ୍ୟାଲେଞ୍ଜକୁ ସହଜରେ ଅତିକ୍ରମ କରିଥିଲା । ମ୍ୟାଚ୍ ପରେ ଭାରତୀୟ ଦଳର ଦଳ ଚୟନକୁ ନେଇ ଅଧିକ ସମାଲୋଚନା କରାଯାଇଥିଲା। ତେଣୁ ରବିବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟି -20 ମ୍ୟାଚ୍ ପାଇଁ ଭାରତର 11 ଜଣିଆ ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳ ବୋଲିଂ ଲାଇନଅଫ ମଧ୍ୟ ବଦଳାଇପାରେ। ପ୍ରଥମ ମ୍ୟାଚ୍‌ରେ ଭାରତ ଅକ୍ସର ପଟେଲ, ସୁନ୍ଦର ଏବଂ ୟୁଜଭେନ୍ଦ୍ର ଚହଲ କିଛି ଖାସ ପ୍ରଦର୍ଶନ ଦେଖାଇ ପାରି ନଥିଲେ । ତେଣୁ ଦୀପକ ଚହରଙ୍କୁ ଚହଲ କିମ୍ବା ପଟେଲଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ଭାରତ ପାଇଁ ଖେଳୁଥିବା ଦୀପକ ଏପର୍ଯ୍ୟନ୍ତ ଟି-20 କ୍ରିକେଟରେ ପ୍ରଭାବି ପ୍ରଦର୍ଶନ ଦେଖାଇଛନ୍ତି । ତେଣୁ ଦ୍ୱିତୀୟ ଟି -20 ମ୍ୟାଚ୍ ପାଇଁ ଦଳରେ ତାଙ୍କର ଅନ୍ତର୍ଭୁକ୍ତ ହେବା ପ୍ରାୟ ନିଶ୍ଚିତ। ତାଙ୍କ ସହ ଭୁବନେଶ୍ୱର କୁମାର ଏବଂ ଶ୍ରାର୍ଦ୍ଦୁଲ ଠାକୁର ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+