Get Updates
Get notified of breaking news, exclusive insights, and must-see stories!

ଦ୍ଵିତୀୟ ଦିନିକିଆ: ଟସ୍‌ ଜିତିଲେ ରୋହିତ ଶର୍ମା, ଚୁଡାନ୍ତ ଏକାଦଶକୁ ଫେରିଲେ ବିରାଟ କୋହଲି

ଗୁରୁବାର ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି । ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବଡ କଥା ହେଲା ବିରାଟ କୋହଲି ଚୂଡାନ୍ତ ଏକାଦଶକୁ ଫେରିଛନ୍ତି। ଆହତ କାରଣ

ଲର୍ଡସ: ଗୁରୁବାର ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମ ମ୍ୟାଚକୁ ଏକତରଫା ଭାବେ ଜିତିବା ପରେ ଭାରତୀୟ ଦଳର ଲକ୍ଷ୍ୟ ଏବେ ସିରିଜ ଉପରେ । ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବଡ କଥା ହେଲା ବିରାଟ କୋହଲି ଚୂଡାନ୍ତ ଏକାଦଶକୁ ଫେରିଛନ୍ତି। ଆହତ କାରଣରୁ ସେ ପ୍ରଥମ ଦିନିକିଆ ଖେଳି ପାରିନଥିଲେ ।

IND vs ENG 2nd ODI

ଏଥିସହ ବର୍ତ୍ତମାନ ରୋହିତ ସେନା ୩ ଟିକିଆ ସିରିଜରେ ୧-୦ରେ ଆଗରେ ରହିଛି। ଆଜି ମ୍ୟାଚ୍‌ ଜିତିଲେ ଦଳ ସିରିଜ କବଜା କରିବ। ସେହିପରି ଇଂଲଣ୍ଡ ପାଇଁ ଆଜି କର ବା ମର ସ୍ଥିତି ସୃଷ୍ଟି ହୋଇଛି। କାରଣ ମ୍ୟାଚ ହାରିଲେ ଘରୋଇ ଇଂଲଣ୍ଡ ଟି-୨୦ ଭଳି ଭାରତ ଠାରୁ ଦିନିକିଆ ସିରିଜ୍‌ ହାରିବାର ଲଜ୍ଜା ମୁଣ୍ଡାଇବ।

ତେବେ ଭାରତର ଚୂଡ଼ାନ୍ତ ଏକାଦଶରେ ବିରାଟ କୋହଲି ଆସିବା ପରେ ଶ୍ରେୟସ ଆୟରଙ୍କୁ ବାଦ୍ ଦିଆଯାଇଛି । ଫଳରେ ଫର୍ମକୁ ନେଇ କ୍ରମାଗତ ଭାବେ ସମାଲୋଚନାର ଶିକାର ହେଉଥିବା ବିରାଟଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ। ଇଂଲଣ୍ଡ ସିରିଜ ପରେ ଭାରତ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ଏହି ସିରିଜରୁ ବିରାଟଙ୍କୁ ବାଦ ଦିଆଯାଇଛି। ତେଣୁ ଆଜି ବିରାଟଙ୍କ ପାଖରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ଭରପୂର ସୁଯୋଗ ରହିଛି।

ଭାରତ

  • ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା।

ଇଂଲଣ୍ଡ

  • ଜାସନ ରୟ, ଜୋନି ବେୟାରଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ୍ ବଟଲର(ଓ୍ଵିକେଟ୍ କିପର/ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, କ୍ରେଗ ଓଭରଟନ, ଡେଭିଡ୍ ଓ୍ଵିଲି, ବ୍ରିଡନ କାରସେ, ରିସେ ଟୋପଲେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+