IND vs ENG 2nd ODI: ପ୍ରଥମେ ବ୍ୟାଟିଂ କରୁଛି ଭାରତ, ରୋହିତ-ଧୱନ ଫେଲ
ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ପୁନେ: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ତେବେ ଭାରତୀୟ ଦଳରେ ଶ୍ରେୟାସ୍ ଆୟରଙ୍କ ସ୍ଥାନରେ ଋଷଭ ପନ୍ତ ମୌକା ପାଇଛନ୍ତି। ଇଂଲଣ୍ଡ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ରିସ୍ ଟୋପଲି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତିରେ ଅଛି । ଯଦି ଇଂଲଣ୍ଡ ହାରିଯାଏ, ତେବେ ପୁଣି ଏକ ସିରିଜର ହାତଛଡା କରିବ । ଯଦି ଇଂଲଣ୍ଡ ଏହି ମ୍ୟାଚ ଜିତିବ ତେବେ ସିରିଜରେ ଏହା ୧-୧ ଡ୍ର ହେବ ଏବଂ ତୃତୀୟ ମ୍ୟାଚ୍ ନିର୍ଣ୍ଣାୟକ ହେବ।

ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିଜର ଦୁଇ ଓପନଙ୍କୁ ହରାଇ ସାରିଛି । ରୋହିଥ ଶର୍ମା (25) ଓ ଶିଖର ଧୱନ (4) ପାଭିଲିଅନ ଫେରି ସାରିଛନ୍ତି । ଶେଷ ଅପଡେଟ ସୁଦ୍ଧା ଭାରତ 9 ଓଭରରେ 2 ୱିକେଟ ବିନିମୟରେ 37ରନ କରିଛି ।
- ଭାରତୀୟ ଏକଦାଶ - ରୋହିତ ଶର୍ମା, ଶିଖର ଧୱନ, ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଶ୍ରାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ପ୍ରିସଦ୍ଧ କ୍ରିଷ୍ଣା
- ଇଂଲଣ୍ଡ ଏକାଦଶ- ଜେସନ୍ ରୟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର (ଡବ୍ଲୁ / ସି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲି, ସାମ୍ କୁରେନ୍, ଟମ୍ କୁରେନ୍, ଆଦିଲ୍ ରସିଦ୍, ରିସ୍ ଟୋପଲି ।












Click it and Unblock the Notifications