Ind vs Eng 2nd ODI : ଭାରତ ଆଗରେ ୩୦୫ ରନର ଟର୍ଗେଟ
ଐତିହାସିକ ବାରବାଟୀରେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦ୍ବିତୀୟ ମୁକାବିଲା ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଥିବାରୁ ଏହ ମୁକାବିଲାରେ ବିଜୟ ହାସଲ କରିବାକୁ ସମସ୍ତ ପ୍ରକାର ରଣନୀତି କରୁଛି। ଅନ୍ୟପଟରେ ଅତିଥି ଟିମ୍ ଏହି ମ୍ୟାଚ୍ ଜି ସମାନ ସ୍ଥିତିରେ ପହଞ୍ଚିବାକୁ ଉଦ୍ୟମ କରୁଛି। ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା।

ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ସଫଳତମ ବୋଲର ଭାବରେ ରବୀନ୍ଦ୍ର ଜାଡେଜା ୩ ୱିକେଟ ନେଇଥିଲେ। ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।












Click it and Unblock the Notifications