ଦ୍ଵିତୀୟ ଦିନିକିଆ: ସିରିଜ ହାତେଇବା ପାଇଁ ଭାରତ ସାମ୍ନାରେ ୨୪୭ ରନର ଟାର୍ଗେଟ୍
ଐତିହାସିକ ଲର୍ଡସରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ସାମ୍ନାରେ ୨୪୭ ରନର ଟାର୍ଗେଟ୍ ଠିଆ କରିଛି ଘରୋଇ ଇଂଲଣ୍ଡ ଦଳ । ଭଲ ଆରମ୍ଭ ସତ୍ତ୍ୱେ ୟୁଜୁଭେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଇଂଲଣ୍ଡ ୪୯ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୬ ରନ କ
ଲର୍ଡସ: ଐତିହାସିକ ଲର୍ଡସରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ସାମ୍ନାରେ ୨୪୭ ରନର ଟାର୍ଗେଟ୍ ଠିଆ କରିଛି ଘରୋଇ ଇଂଲଣ୍ଡ ଦଳ । ଭଲ ଆରମ୍ଭ ସତ୍ତ୍ୱେ ୟୁଜୁଭେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଇଂଲଣ୍ଡ ୪୯ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୬ ରନ କରିଛି । ଫଳରେ ଭାରତକୁ ମ୍ୟାଚ୍ ସହ ସରିଜ ଜିତିବାକୁ ୨୪୭ ରନ କରିବା ଆବଶ୍ୟକ । ଭାରତ ପକ୍ଷରୁ ଚହଲ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି ।

ଇଂଲଣ୍ଡ ପକ୍ଷରୁ ଜେସନ ରୟ ୩୩ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ଜୋନାଥନ ବେୟାରଷ୍ଟୋ ୩୮ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଜୋ ରୁ୍ଟ୍ ୨୧ ବଲରୋ ୧୧ ରନ କରି ଆଉଟ ହୋଇଥିବା ବେଳେ ବେନ୍ ଷ୍ଟୋକ୍ସ ୨୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଜୋଶ ବଟ୍ଟଲର ମଧ୍ଯ ତାଙ୍କ ଦଳକୁ ନିରାଶ କରିଥିଲେ ୫ ବଲରେ ୪ ରନ କରି ମହମ୍ମଦ୍ ସାମିଙ୍କ ବଲରେ ଆଉଟ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍ ୩୩ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ମୋଇନ୍ ଅଲ୍ଲୀ ଓ ଡେଭିଡ୍ ୱିଲୀ ସମ୍ଭାଳିଥିଲେ। ମୋଇନ୍ ଅଲ୍ଲୀ ୬୪ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳେ ଡେଭିଡ୍ ୱିଲୀ ୪୯ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ବ୍ରାଇଡନ କାର୍ସେ ୪ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ରିସି ଟୋପ୍ଲେ ୭ ବଲରେ ୩ରନ କରି ଆଉଟ ହୋଇଥିଲେ। କ୍ରେଗ୍ ଓଭରଟନ ୧୮ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ବର୍ତ୍ତମାନ ରୋହିତ ସେନା ୩ ଟିକିଆ ସିରିଜରେ ୧-୦ରେ ଆଗରେ ରହିଛି । କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତିଥିଲା ଭାରତ । ଆଜି ମ୍ୟାଚ୍ ଜିତିଲେ ଦଳ ସିରିଜ କବଜା କରିବ। ସେହିପରି ଇଂଲଣ୍ଡ ପାଇଁ ଆଜି କର ବା ମର ସ୍ଥିତି ସୃଷ୍ଟି ହୋଇଛି। କାରଣ ମ୍ୟାଚ ହାରିଲେ ଘରୋଇ ଇଂଲଣ୍ଡ ଟି-୨୦ ଭଳି ଭାରତ ଠାରୁ ଦିନିକିଆ ସିରିଜ୍ ହାରିବାର ଲଜ୍ଜା ମୁଣ୍ଡାଇବ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications