Ind vs Eng 1st Test Day 4: ଭାରତ ଆଗରେ ବିଶାଳ ବିଜୟ ଲକ୍ଷ୍ୟ, ରୋହିତ ଶର୍ମା ଆଉଟ୍
ଭ୍ରମଣକାରୀ ଇଂଲଣ୍ଡର (ପ୍ରଥମ ପାଳି-578ରନ ଓ ଦ୍ୱିତୀୟ ପାଳି-178) ରନ ଆଧାରରେ ଘରୋଇ ଦଳ ଆଗରେ ଠିଆ ହୋଇଛି 420ରନର ବିଶାଳ ବିଜୟ ଲକ୍ଷ୍ଯ ।
ଚେନ୍ନାଇ: ଭାରତୀୟ ବୋଲିଂର 2ୟ ପାଳିରେ ବୋଲରଙ୍କ ମିଳିତ ପ୍ରୟାସ ସତ୍ବେ ବି ଭାରତ ଆଗରେ ବିଶାଳ ବିଜୟ ଲକ୍ଷ୍ୟ । ଏପଟେ 2ୟ ପାଳି ବ୍ୟାଟିଂ ଆରମ୍ଭ ହେଉ ହେଉ ଭରସାଯୋଗ୍ୟ ଓପନର ରୋହିତ ଶର୍ମାଙ୍କ ଆଉଟ ହେବା ଭାରତ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛି । ଗୋଟିଏ ଦିନରେ 15 ୱିକେଟ ବ୍ୟୟ ପରେ ରୋମାଞ୍ଚକ ମୋଡରେ ଏବେ ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ।
ଭ୍ରମଣକାରୀ ଇଂଲଣ୍ଡର (ପ୍ରଥମ ପାଳି-578ରନ ଓ ଦ୍ୱିତୀୟ ପାଳି-178) ରନ ଆଧାରରେ ଘରୋଇ ଦଳ ଆଗରେ ଠିଆ ହୋଇଛି 420ରନର ବିଶାଳ ବିଜୟ ଲକ୍ଷ୍ଯ । 4ର୍ଥ ଦିନରେ 2ୟ ପାଳି ବ୍ୟାଟିଂ ଆରମ୍ଭ ହେଉ ହେଉ ଭାରତୀୟ ଓପନର ରୋହିତ ଶର୍ମା (20 ବଲ, 12ରନ) ସଅଳ ଆଉଟ ହୋଇ ପାଭିଲିଅନ ଫେରିସାରିଛନ୍ତି । 4ର୍ଥ ଦିନର ଷ୍ଟମ ଅପସାରଣ ସୁଦ୍ଧା 13 ଓଭରରେ ଭାରତ 39 ରନ କରି ଗୋଟିଏ ୱିକେଟ ବ୍ୟୟ କରିଛି । ଶେଷ ଦିନରେ ବିଜୟ ପାଇଁ 381ରନ ଆବଶ୍ୟକ କରୁଛି ଘରୋଇ ଦଳ । କ୍ରିଜରେ ଅପରାଜୟ ଅଛନ୍ତି ଅନ୍ୟତମ ଓପନର ଶୁଭମନ ଗିଲ ଓ ଚେତେଶ୍ୱର ପୂଜାରା ।

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ, 4ର୍ଥ ଦିନ ହାଇଲାଇଟ୍ସ:
3ୟ ଦିନର ଅସମାପ୍ତ ଖେଳରେ 4ର୍ଥ ଦିନରେ ମାତ୍ର 80 ରନ କରି ଶେଷ 4 ୱିକେଟ ବ୍ୟୟ କରିଥିଲା ଭାରତ । ଖାତରେ 337ରନ ଯୋଡିଥିବା ବେଳେ 241ରନର ଲିଡ ପାଇଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ । ଅଫ୍ ସ୍ପିନର ଡୋମ ବେସ୍ 4 ୱିକେଟ୍ ନେଇଥିବାବେଳେ ଜ୍ୟାକ୍ ଲିଚ୍, ଜୋଫ୍ରା ଆର୍ଚର ଏବଂ ଜେମ୍ସ ଆଣ୍ଡରସନ୍ ଦୁଇଟି ଲେଖାଏଁ ୱିକେଟ ନେଇ ଇଂଲଣ୍ଡକୁ ମଜବୁତ ସ୍ଥିତିକୁ ଆଣିଥିଲେ ।
ପରେ ଭାରତୀୟ ଦଳର ପ୍ରଥମ ପାଳି ଜବାବରେ ପରିଦର୍ଶକ ଦଳ ଘରୋଇ ଦଳକୁ ଫଲୋଅନ ନ ଦେଇ ନିଜର 2ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ଅନ୍ୟପଟେ ଭାରତୀୟ ସ୍ପିନ ଯାଦୁଗର ରବି ଅଶ୍ୱୀନଙ୍କ 6 ୱିକେଟ ହଲ ଓ ଅନ୍ୟ ବୋଲର ମିଳିତ ପ୍ରୟାସରେ 178ରନରେ ସିମୀତ ରହିଥିଲା ଭ୍ରମଣକାରୀ ଇଂଲଣ୍ଡ ଦଳ ।












Click it and Unblock the Notifications