Get Updates
Get notified of breaking news, exclusive insights, and must-see stories!

IND vs ENG 1st Test : ପ୍ରଥମ ଦିନରେ ଇଂଲଣ୍ଡର ଦବଦବା, ପନ୍ତଙ୍କ ଭୁଲ ପଡିଲା ଭାରି

ମ୍ୟାଚ୍‌ର ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ 89.3 ଓଭରରେ 3 ୱିକେଟ୍ ହରାଇ 263 ସ୍କୋର କରିଛି। ଯେଉଁଠି ଋଷବ ପନ୍ତଙ୍କ ଗୋଟିଏ ଭୁଲ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଚେନ୍ନାଇ: ସ୍ଥାନୀୟ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ 89.3 ଓଭରରେ 3 ୱିକେଟ୍ ହରାଇ 263 ସ୍କୋର କରିଛି। ଯେଉଁଠି ଋଷବ ପନ୍ତଙ୍କ ଗୋଟିଏ ଭୁଲ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ୱିକେଟକିପର ଋଷଭ ପନ୍ତ ଏକ ବଡ଼ ଭୁଲ କରି ମ୍ୟାଚର ଦ୍ୱିତୀୟ ଓଭରର ପ୍ରଥମ ବଲରେ ଓପନର୍ ରୋରୀ ବର୍ନସଙ୍କ କ୍ୟାଚ୍ ଛାଡିଥିଲେ। ଯଦି ପନ୍ତ ଜସପ୍ରୀତ ବୁମରାଙ୍କ ଓଭରରେ ଏକ କ୍ୟାଚ୍ ଧରିଥାନ୍ତେ, ତେବେ ଇଂଲଣ୍ଡ ପ୍ରାରମ୍ଭିକ ମୁହୂର୍ତ୍ତରେ ଚାପରେ ରହିଥାନ୍ତା । କ୍ୟାଚ୍ ଡ୍ରପ୍ କରିବା ଏତେ ମହଙ୍ଗା ଥିଲା ଯେ 24 ତମ ଓଭରର 5ମ ବଲରେ ଯାଇ ଭାରତ ହାତରେ ଲାଗିଥିଲା ପ୍ରଥମ ୱିକେଟ ।

Match Report

ତେବେ ଏହି ୱିକେଟ୍ ରୋରୀ ବର୍ନସ୍ ଆକାରରେ ମିଳିଥିଲା, ​​ଯିଏ 33 ରନ୍ ସ୍କୋର କରି ଦଳକୁ ଭଲ ଆରମ୍ଭ କରିଥିଲେ। ତିନି ନମ୍ବରରେ ବ୍ୟାଟିଂ ଆସିଥିବା ଡାନିଏଲ୍ ଲରେନ୍ସ ଖାତା ନ ଖୋଲି ପାଭିଲିଅନ ଫେରି ଯାଇଥିଲେ। କ୍ୟାପଟେନ ଜୋ ରୁଟ୍ ତାଙ୍କର ଫର୍ମ ବଜାୟ ରଖିବାବେଳେ ପୁଣି ଏକ ଶତକୀୟ ପାଳି ଖେଳିଥିଲେ । ତେବେ ଡୋମ ସିବିଲି ତାଙ୍କ ଶକତରୁ ପଞ୍ଚିତ ହୋଇଥିଲେ । ସେ 87 ରନ୍ କରିଥିବା ବେଳେ ଜସପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ। ତଥାପି, ଉଭୟ ରୁଟ୍ ଏବଂ ସିବଲି ପ୍ରଥମ ଦିନରେ ଏକ ଦ୍ବିଶତକୀୟ ଭାଗିଦାରୀ ଖେଳିଥିଲେ ।

ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନ ପରେ ସେ ଭାରତୀୟ ବୋଲରଙ୍କୁ ୱିକେଟ୍ ନେବାକୁ ଦେଇ ନଥିଲେ। ତେବେ ଦିନର ଶେଷ ଓଭରରେ ବୁମରା ସିବଲିଙ୍କୁ ଆଉଟ କରି ଇଂଲଣ୍ଡକୁ ତୃତୀୟ ଝଟକା ଦେଇଥିଲେ। ଏହି ୱିକେଟ ପରେ ଅମ୍ପାୟାର ଦିନ ସମାପ୍ତି କରିବାକୁ ଘୋଷଣା କରିଥିଲେ।

ପ୍ରଥମ ଦିନର ଶେଷରେ, ଜୋ ରୁଟ୍ ଅପରାଜିତ ରହି 197 ବଲରୁ 128 ସ୍କୋର କରିଛନ୍ତି। ଦଳର ଇନ୍-ଫର୍ମ ଅଧିନାୟକ ଜୋ ରୁଟ୍ ତାଙ୍କର 100 ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଠି ରୁଟ ଶତକୀୟ ପାଳି ଖେଳିଥିବା ବେଳେ ଏହି ଶକତ ତାଙ୍କର ବିଂଶତମ ଶକତ ହୋଇଛି । ଅନ୍ୟପଟେ 2021ରେ ଏହା ରୁଟଙ୍କ ଲାଗାତର 3ୟ ଶତକ ହୋଇଛି । ଅନ୍ୟପଟେ ଦିନ ଶେଷ ପର୍ଯ୍ୟନ୍ତ ଭାରତ ପାଇଁ ବୋଲିଂ କରୁଥିବାବେଳେ ଜସପ୍ରୀତ ବୁମରା 2ଟି ୱିକେଟ୍ ନେଇଛନ୍ତି ଏବଂ ଆର ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+