IND vs ENG, 1st T20I: ଇଂଲଣ୍ଡର ସହଜ ବିଜୟ
ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ବିନିମୟରେ ଭାରତ 125 ରନ୍ ସଂଗ୍ରହ କରିଥିଲା । ଯାହାକୁ ଇଂଲଣ୍ଡ 15.3 ଓଭରରେ ହାସଲ କରିଥିଲା।
ଅହମ୍ମଦାବାଦ: ପ୍ରଥମ ମ୍ୟାଚରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ୍ ଦଳ ସହଜ ବିଜୟ ପଞ୍ଜିକରଣ କରିଛି। ବିଜୟ ସହ ଭ୍ରମଣକାରୀ ଦଳ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଯାତ୍ରା ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ବିନିମୟରେ ଭାରତ 125 ରନ୍ ସଂଗ୍ରହ କରିଥିଲା । ଯାହାକୁ ଇଂଲଣ୍ଡ 15.3 ଓଭରରେ ହାସଲ କରିଥିଲା।
ଓପନର୍ ଜେସନ୍ ରୟ 32 ବଲରେ 49 ରନ୍ ସଂଗ୍ରହ କରିଥିବାବେଳେ ଜୋସ୍ ବଟଲର 24 ବଲରେ 28 ରନ୍ ସଂଗ୍ରହ କରିଥିଲେ। ଡେଭିଡ ମାଲାନ 24 ରେ ଅପରାଜିତ ରହିଥିଲେ ଏବଂ ଜନି ବେୟାରଷ୍ଟୋ 26 ରନ ସ୍କୋର କରିଥିଲେ। ୟୁଜଭେନ୍ଦ୍ର ଚହଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି। ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ୍ 14 ମାର୍ଚ୍ଚରେ ଏହି ଗ୍ରାଉଣ୍ଡରେ ଖେଳାଯିବ ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରମାନେ ଇଂରାଜୀ ବୋଲରଙ୍କ ସାମ୍ନାରେ ଫିକା ପଡ଼ିଥିବାର ନଜର ଆସିଥିଲେ। କେବଳ ଶ୍ରେୟସ୍ ଆୟର ତାଙ୍କ ଅନ୍ତର୍ଜାତୀୟ ଟି-20 କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ହାସଲ କରି ଏକ ଜବରଦସ୍ତ ଖେଳ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲେ । ଆୟର୍ 48 ବଲରୁ 67ରନର ପାଳି ଖେଳିଥିଲେ । ଇଂଲଣ୍ଡ ବୋଲିଂରେ ଜୋଫ୍ରା ଆର୍ଚର 23 ରନ ବ୍ୟୟରେ 3 ୱିକେଟ୍ ନେଇଥିବାବେଳେ ଆଦିଲ ରସିଦ, ମାର୍କ କାଡ, କ୍ରିସ ଜୋର୍ଡାନ, ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଭାରତର ଆରମ୍ଭ ବହୁତ ଖରାପ ଥିଲା। ଦଳ 5 ଓଭରରେ 3 ୱିକେଟ୍ ହରାଇଥିଲା। ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ଜୋଫ୍ରା ଆର୍ଚରଙ୍କ ଦ୍ୱାରା ଓପନର୍ କେ.ଏଲ୍ ରାହୁଲ ଆଉଟ ହୋଇଥିଲେ । 3 ନମ୍ବରରେ ଆସିଥିବା କ୍ୟାପଟେନ ବିରାଟ କୋହଲି ଆଦିଲ ରସିଦଙ୍କ ବଲରେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏଥିସହିତ ଶିଖର ଧାୱନ ମଧ୍ୟ 5ମ ଓଭରର ଶେଷ ବଲରେ ମାର୍କ ଉଡଙ୍କ ଦ୍ୱାରା ଆଉଟ ହୋଇଥିଲେ।
ତେବେ 125 ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅତିଥି ଦଳ ମାତ୍ର ଦୁଇ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା ।












Click it and Unblock the Notifications