ପ୍ରଥମ ଦିନିକିଆ: ଟସ୍ ଜିତିଲା ଭାରତ, ଏକାଦଶରୁ ବିରାଟ୍ ଆଉଟ୍
ଆରମ୍ଭ ହେଲା ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ଲଢେଇ । ଟସ୍ ଜିତିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ।
ଲଣ୍ଡନ: ଆରମ୍ଭ ହେଲା ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ଲଢେଇ । ଟସ୍ ଜିତିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି । ଆହତ ଯୋଗୁଁ ବିରାଟ କୋହଲି ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି । ଫଳରେ ଭାରତ ୫ ଜଣ ବ୍ୟାଟର ଓ ୨ ଜଣ ଅଲରାଉଣ୍ଡର ଓ ୪ ଜଣ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଛି।

ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତ ନଜର ଏବେ ଏକଦିବସୀୟ ଶୃଙ୍ଖଳା ଉପରେ ରହିଛି । ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିଲେ ମଧ୍ୟ ଭାରତ ପାଇଁ ଏହି ୫୦ ଓଭରିଆ ଶୃଙ୍ଖଳାର ଢେର ଗୁରୁତ୍ବ ରହିବ ବୋଲି ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ।
ଅନ୍ୟପଟେ ବିରାଟଙ୍କ ଅନୁପସ୍ଥିତରେ ୩ନଂରେ ଶ୍ରେୟସ ଆୟର ଭାରତୀୟ ବ୍ୟାଟିଂ ଲାଇନ ଅପକୁ ସମ୍ଭାଳିବେ। ସେହିପରି ରୋହିତଙ୍କ ସହ ଶିଖର ଧୱନ ଇନିଂସ ଆରମ୍ଭ କରିବେ। ଯଶପ୍ରୀତ ବୁମରା, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଏମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ସେହିପରି ୟୁଜବେନ୍ଦର ଚହଲ ଓ ରବିନ୍ଦ୍ର ଜାଡେଜା ସ୍ପିନ ବାହିନୀର ନେତୃତ୍ୱ ନେଉଛନ୍ତି। ଦଳରେ ସୂର୍ଯ୍ୟ କୁମାର ଯାଦବ ଓ ଋଷଭ ପନ୍ତ ରହିଛନ୍ତି।
ଇଂଲଣ୍ଡ ମଧ୍ୟ ଲଣ୍ଡନର ଓଭାଲରେ ପ୍ରଥମେ ବୋଲିଂ କରିବାକୁ ଲକ୍ଷ୍ୟ ରଖିଥିବା ଟସ୍ ହାରିବା ପରେ ଜୋଶ ବଟଲର କହିଛନ୍ତି। ଓଭାଲରେ ଇଂଲଣ୍ଡ କ୍ରମାଗତ ୭ଟି ଦିନିକିଆ ମ୍ୟାଚ ଜିତିଛି । ତେଣୁ ଭାରତ ବିପକ୍ଷରେ ମଧ୍ୟ ଦଳ ସେହି ରେକର୍ଡକୁ ବଜାୟୀ ରଖିବାକ ମୁଡରେ ରହିଛି । ଇଂଲଣ୍ଡ ୪ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି।
- ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧି କ୍ରିଷ୍ଣା ।
- ଇଂଲଣ୍ଡ ଚୂଡାନ୍ତ ଏକାଦଶ: ଜେସନ୍ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, କ୍ରେଗ୍ ଓଭରଟନ୍, ଡେଭିଡ ୱିଲି, ବ୍ରାଇଡନ୍ କାର୍ସେ, ରିସ୍ ଟୋପଲି ।












Click it and Unblock the Notifications