IND vs ENG, 1st ODI: ଦିନିକିଆ ଲଢେଇ ଆରମ୍ଭ, ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଭାରତ ବନାମ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ | ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ପୁନେ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ | ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପି କୃଷ୍ଣା ଭାରତୀୟ ଦଳରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବାବେଳେ କ୍ରୁନାଲ ପାଣ୍ଡ୍ୟାଙ୍କୁ ମଧ୍ୟ ଏଥିରେ ସୁଯୋଗ ମିଳିଛି।

ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇ ନାହାଁନ୍ତି କିନ୍ତୁ ଶ୍ରେୟସ୍ ଆୟର ଚତୁର୍ଥ ସ୍ଥାନରେ ରହିବେ। ଏହା ବ୍ୟତୀତ କେ.ଏଲ୍ ରାହୁଲଙ୍କ ଉପରେ ପୁଣି ଥରେ ବିଶ୍ୱାସ ବାନ୍ଧିଛି ଦଳ । ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ତାଙ୍କୁ ଦଳରେ ସ୍ଥାନ ମିଳିଛି । ରାହୁଲ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବେ। ହାର୍ଦ୍ଦିକ ଏବଂ କ୍ରୁନାଲ ଯଥାକ୍ରମେ 6 ଓ 7 ନମ୍ବରରେ ବ୍ୟାଟିଂ କରିବେ। ଏହି ମ୍ୟାଚରେ ଭାରତର ବ୍ୟାଟିଂର ଗଭୀରତା ରହିଛି କାରଣ ଶ୍ରାର୍ଦ୍ଦୁଲ ଠାକୁର 8 ଓ ଭବନେଶ୍ୱର କୁମାର 9 ରେ ବ୍ୟାଟିଂ କରିବେ। କୁଲଦୀପ ଯାଦବ ମଧ୍ୟ ସ୍ପିନର ଭାବରେ ଦଳରେ ସାମିଲ ହୋଇଛନ୍ତି ।
ଏହାପୂର୍ବରୁ ଉଭୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିଛନ୍ତି ଯେଉଁଥିରେ ଭାରତ 3-2ରେ ଜିତିଛି। ଇଂଲଣ୍ଡ ଦଳ ମଧ୍ୟ ଏହି ଭ୍ରମଣରେ ଟେଷ୍ଟ ସିରିଜ୍ ହାରିଯାଇଛି ଏବଂ ବର୍ତ୍ତମାନ ଏକମାତ୍ର ସିରିଜ୍ ସେମାନଙ୍କ ଘର ଯିବା ପୂର୍ବରୁ କିଛି ହାସଲ କରିବାକୁ ବାକି ଅଛି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, କେ.ଏଲ୍ ରାହୁଲ , ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଶ୍ରାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ପି. କୃଷ୍ଣ ।
- ଇଂଲଣ୍ଡ ଏକାଦଶ: ଜେସନ ରୟ, ଜନି ବେୟାରଷ୍ଟୋ, ଇଓନ ମୋର୍ଗାନ, ଜସ୍ ବଟଲର, ବେନ ଷ୍ଟୋକ୍ସ, ସାମ୍ ବିଲିଙ୍ଗସ୍, ମୋଇନ୍ ଅଲି, ସାମ୍ କ୍ୟୁରେନ୍, ଟମ୍ କ୍ୟୁରେନ୍, ଆଦିଲ୍ ରସିଦ୍, ମାର୍କ ଉଡ ।












Click it and Unblock the Notifications