IND vs BAN: ଭାରତର WTC ଫାଇନାଲ ଆଶାରେ କିଏ ବାଧକ ?
ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି ବର୍ଷା ଓ ଓଦା ଆଉଟ ଫିଲ୍ଡ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଲଗାଣ ବର୍ଷା ଭାରର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ଖେଳିବା ଆଗରେ କଣ୍ଟା ହୋଇ ଛିଡ଼ା ହୋଇଛି । ଭାରତର ଫାଇନାଲ ଖେଳିବା ବାଟରେ ବର୍ଷା ଏବେ ବାଧା ସୃଷ୍ଟି କରିଛି ।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ କେବଳ ୩୫ ଓଭର ଖେଳ ହୋଇଥିବା ବେଳେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ କରିଥିଲା। ହେଲେ ଦ୍ୱିତୀୟ ଦିନରେ ବର୍ଷା ଯୋଗୁ ଗୋଟିଏ ବଲ ପଡ଼ି ପାରି ନାହିଁ । ଯଦି ସ୍ଥିତାବସ୍ଥା ଜାରି ରହିବ, ତା'ହେଲେ ଭାରତ ଅବଶ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପଏଣ୍ଟ ଟେବୁଲରେ ୧୦ ମ୍ୟାଚ୍ରୁ ୭୧.୬୭ ବିଜୟ ପ୍ରତିଶତ ସହ ୧ନଂରେ ରହିବ । ତେବେ ବାଂଲାଦେଶ ବିପକ୍ଷ ସିରିଜକୁ ୨-୦ରେ ଜିତି ପାରିଲେ ଦଳର ଫାଇନାଲ ଖେଳିବା ରାସ୍ତା ସହଜ ହୋଇଯିବ ।

କାରଣ ସିରିଜ ୨-୦ରେ କବଜା ହେଲେ ଭାରତକୁ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ବାକି ୮ଟି ଟେଷ୍ଟରୁ କେବଳ ୩ଟି ଜିତିବାକୁ ପଡ଼ିବ। କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଡ୍ର ରହିବାର ସମ୍ଭାବନା ରହିଛି । ଏପରି ହେଲେ ଭାରତର ସ୍ଥିତି ସମାନ୍ୟ ବିପଦ ମଧ୍ୟକୁ ଠେଲି ହୋଇଯିବ ।
ଯଦି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଡ୍ର ରହିବ, ତା'ହେଲେ ଭାରତକୁ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ବାକି ୮ଟି ମ୍ୟାଚ୍ରୁ ୫ଟି ଯେମିତି ହେଲେ ଜିତିବାକୁ ପଡ଼ିବ। ଏପରି ୫ଟି ବିଜୟ ଭାରତ ପାଇଁ ଆଦୌ ସହଜ ହେବନି । ଅବଶ୍ୟ ଭାରତ ଏହି ସିରିଜ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଘରୋଇ ଟେଷ୍ଟ ଖେଳିବ ।
ଭାରତ ମାଟିରେ ଟିମ ଇଣ୍ଡିଆ ୩-୦ରେ ମ୍ୟାଚ ଜିତିବାର ମଧ୍ୟ ସମ୍ଭାବନା ରହିଛି । ହେଲେ ବାକି ୫ଟି ମ୍ୟାଚ୍ ଦଳକୁ ଅଷ୍ଟ୍ରେଲିଆ ମାଟିରେ ଖେଳିବାକୁ ପଡ଼ିବ। ଏହି ୫ଟି ମ୍ୟାଚ୍ରୁ ଭାରତକୁ ୨ଟି ଜିତିବାକୁ ପଡ଼ିବ ।
ଭାରତ ଗତ ୨ଟି ଯାକ ଟେଷ୍ଟ ସିରିଜ ଅଷ୍ଟ୍ରେଲିଆରେ ଜିତିଥିଲା । କିନ୍ତୁ ଏହି ଧାରାକୁ କ୍ରମାଗତ ତୃତୀୟ ଥର ପାଇଁ ହାସଲ କରିବା ଆଦୌ ସହଜ ହେବନି। ବିଶେଷ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବା ଚାପ ମଧ୍ୟରେ ଜିତିବା ରୋହିତ ବାହିନୀ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications