IND vs BAN: ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦
ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ । ଗ୍ବାଲିୟର୍ରେ ବାଂଲାଦେଶକୁ ହରାଇବାରେ ଭାରତୀୟ ଖେଳାଳିମାନେ ସମର୍ଥ ହୋଇଥିଲେ। ଯଦିଓ ଏଭଳି ମ୍ୟାଚ୍ଗୁଡ଼ିକରେ ଭାରତ ସବୁବେଳେ ଫେଭଋଟ , କିନ୍ତୁ ବାଂଲାଦେଶ ଏହି ଫର୍ମାଟ୍ରେ କେତେ ପଛରେ ତାହା ଏହି ମ୍ୟାଚ୍ରୁ ଜଣାପଡ଼ିଛି।
ବାଂଲାଦେଶ ଅଧିନାୟକ ନଜମୁଲ ହୋସେନ୍ ଶାନ୍ତୋ ସ୍ବୀକାର କରିଛନ୍ତି ଯେ, ତାଙ୍କ ବ୍ୟାଟର୍ମାନେ ଏହି ଫର୍ମାଟ୍ରେ ୧୮୦ ରନ୍ କେମିତି ସ୍କୋର କରିହେବ ତାହା ଜାଣିନାହାନ୍ତି । ଯଦି ଶୃଙ୍ଖଳାରେ ଜୀବିତ ରହିବାକୁ ଚାହାନ୍ତି, ତାହେଲେ ଏହି ମନସ୍ତାତ୍ତ୍ବିକ ବାଧାକୁ ଅତିକ୍ରମ କରିବାକୁ ହେବ । ପୁଣି ଦଳର ସର୍ବାଧିକ ଟ୍ବେଣ୍ଟି-୨୦ ଖେଳିଥିବା ଖେଳାଳି ମହମ୍ମଦୁଲ୍ଲା ଶନିବାର ମ୍ୟାଚ୍ ପରେ ଏହି ଫର୍ମାଟ୍ରୁ ଅବସର ନେଇଯିବେ। ତାଙ୍କ ପାଇଁ ଏହି ମ୍ୟାଚ୍କୁ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ମନରେ ରହିବା ଦରକାର ବୋଲି ଶାନ୍ତୋ କହିଛନ୍ତି। ବୁଧବାର ଭାରତ ଦୁଇଟି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଶିବମ୍ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍ରେ ଖେଳାଇବା ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମୟଙ୍କ ୟାଦବଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ ।

ଭାରତରେ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରୁଥିବା ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ୍ ଇକବାଲ୍, ମ୍ୟାଚ୍ ଶେଷ ପରେ ଅଧିନାୟକ ଶାନ୍ତୋଙ୍କୁ ଦ୍ବିତୀୟ ମ୍ୟାଚ୍ରେ ମେହଦି ହାସନ ମିରାଜଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମସନ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ୍ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ବାଂଲାଦେଶ ଦଳ: ପରଭେଜ୍ ହୋସେନ୍ ଇ ମୋନ/ତାଞ୍ଜିଦ୍ ହାସନ୍, ଲିଟନ୍ ଦାସ, ନଜମୁଲ ହୋସେନ୍ ଶାନ୍ତୋ (ଅଧିନାୟକ), ତୋହିଦ ହୃଦୟ, ମହମ୍ମଦୁଲ୍ଲା, ଜାକିର ଅଲୀ, ମେହଦି ହାସନ ମିରାଜ, ରିସଦ ହୋସେନ୍, ତସ୍କିନ୍ ଅହମଦ, ଶରିଫୁଲ ଇସ୍ଲାମ୍, ମୁସ୍ତାଫିଜୁର୍ ରହମାନ୍।












Click it and Unblock the Notifications