IND Vs BAN: ସେପ୍ଟେମ୍ବର ୨୭ରୁ ଦ୍ବିତୀୟ ଟେଷ୍ଟ: ଦଳରେ କାହାକୁ ମିଳିବ ସୁଯୋଗ ?
IND Vs BAN: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ବିଶାଳ ବ୍ୟବଧାନରେ ହରାଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନ୍ରେ ହରାଇ ସିରିଜକୁ ୧-୧ରେ ଆଗୁଆ ହୋଇଯାଇଛି ରୋହିତ ବାହିନୀ ।
ମ୍ୟାଚ୍ ବିଜୟର ହିରୋ ସାଜିଥିଲେ ରବିଚନ୍ଦ୍ରନ ଅଶ୍ବିନ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ୍ କରିଥିଲେ ଅଶ୍ବିନ । ପ୍ରଥମ ଇନିଂସରେ ଶତକ ଆଉ ୨ୟ ଇନିଂସରେ ୬ ଓ୍ବିକେଟ୍ ନେଇ ଅଶ୍ବିନ ଜଣେ ଦକ୍ଷ ଅଲରାଉଣ୍ଡରର ପରିଚୟ ଦେଇଥଇଲେ । ଅଶ୍ବିନଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ଥିଲା । ଏକାକି ମ୍ୟାଚ୍ ପଲଟାଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଏବେ ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ପ୍ରଥମ ଟେଷ୍ଟରେ ହିରୋ ସାଜିଥିଲେ ରବିଚନ୍ଦ୍ରନ ଅଶ୍ବିନ । ଆଉ ଏବେ ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
IND Vs BAN: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ତାରିଖ ଯାଏ ଖେଳାଯିବ । ଯାହାକି କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଟେଷ୍ଟରେ ବୃହତ ବିଜୟ ପରେ ୨ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ (BCCI) ।
IND Vs BAN: ୨ୟ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଟିମ୍ରେ କୌଣସି ନୂଆ ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ । ଅର୍ଥାତ ପ୍ରଥମ ଟେଷ୍ଟ ସ୍କ୍ବାଡ ଅପରିବର୍ତ୍ତିତ ରହିଛି । ସେହି ସମାନ ୧୬ ଜଣିଆ ସ୍କ୍ବାଡ୍ ଘୋଷଣା କରିଛି ବିସିସିଆଇ । ତେବେ ଦେଖିବାକୁ ବାକି ରହିଲା କି ୨ୟ ଟେଷ୍ଟର ଚୂଡାନ୍ତ ଏକାଦଶ ପ୍ରଥମ ଟେଷ୍ଟ ଭଳି ରହିବ ନା ଏଥିରେ କୌଣସି ପରିବର୍ତ୍ତନ ହେବ ।
IND Vs BAN: ଚର୍ଚ୍ଚା ହେଉଥିଲା ଦୁଲୀପ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାୟକ୍ବାଡଙ୍କୁ ୨ୟ ଟେଷ୍ଟ ପାଇଁ ଦଳରେ ସାମିଲ କରାଯିବ । କିନ୍ତୁ ସେଭଳି କିଛି ହୋଇ ନାହିଁ । ନିରାଶ ହୋଇଛନ୍ତି ଋତୁରାଜ ଗାୟକ୍ବାଡ । ସେହିଭଳି ଦୁଲିପ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବେ ଶ୍ରେୟସ ଆୟରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ ।
IND Vs BAN: ତେବେ ୨ୟ ଟେଷ୍ଟରେ କେଉଁ ୧୧ ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କାହାକୁ କାହାକୁ ଖେଳାଇବେ ରୋହିତ ଶର୍ମା? ପ୍ରଥମ ମ୍ୟାଚ୍ ଭଳି ୨ୟ ମ୍ୟାଚରେ ମଧ୍ୟ ସମାନ ପ୍ଲେଇଂ ଇଲେଭେନ ରହିବ କି ଏଥିରେ କୌଣସି ପରିବର୍ତ୍ତନ ହେବ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା ।
IND Vs BAN: କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମରାହଙ୍କୁ ୨ୟ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ । ଆଗକୁ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲମ୍ବା ଟେଷ୍ଟ ସିରିଜ ଖେଳିବାକୁ ଥିବା ବେଳେ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ୟସ୍ ଦୟାଲଙ୍କୁ ୨ୟ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶରେ ସାମିଲ କରିପାରନ୍ତି ରୋହିତ ଶର୍ମା ।
IND Vs BAN: ସେହିଭଳି ଶୁଣିବାକୁ ମିଳୁଛି ବିରାଟ କୋହଲିଙ୍କୁ ବାଦ୍ ଦିଆଯାଇପାରେ । କାରଣ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିଲେ କୋହଲି । କିନ୍ତୁ ବିରାଟ କୋହଲିଙ୍କ ଭଳି ଷ୍ଟାରଙ୍କୁ ଦଳରୁ ବାଦ୍ ଦିଆଯିବା ସମ୍ଭାବନା ଖୁବ କମ୍ । କୋହଲିଙ୍କ ଭଳି ରନ୍ ମେସନଙ୍କୁ ବାଦ୍ ଦେବାକୁ ଚିନ୍ତା କରିବେନି ରୋହିତ ଶର୍ମା କିମ୍ବା ବିସିସିଆଇ ।
IND Vs BAN: ୨ ବର୍ଷ ପରେ ଟେଷ୍ଟ ଫର୍ମାଟକୁ ଫେରିଥିବା ଋଷଭ ପନ୍ତ ପ୍ରଥମ ମ୍ୟାଚ୍ରେ ହିଁ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ତାଙ୍କୁ ୨ୟ ଟେଷ୍ଟରେ ସାମିଲ କରାଯିବା ନିଶ୍ଚିତ । ସେହିଭଳି ଓପନିଂ ଯୋଡିରେ ଅଦଳବଦଳ କରାଯିବା ସମ୍ଭାବନା ବି କମ୍ । ଅନ୍ୟପଟେ ଗିଲ୍ ବି ଦମଦାର ଶତକ ହାସଲ କରିବା ସହିତ ଫର୍ମକୁ ଫେରିଛନ୍ତି ।
IND Vs BAN: ଧ୍ରୁବ ଜୁରେଲ୍ ଓ ସର୍ଫରାଜ ଖାନଙ୍କୁ ପ୍ରଥମ ଟେଷ୍ଟରେ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ପ୍ଲେଇଂ ଇଲେଭେନରୁ ବାଦ୍ ପଡିଥିଲେ ଉଭୟ । ୨ୟ ଟେଷ୍ଟରେ ବି ଉଭୟ ସ୍କ୍ବାଡରେ ରହିଛନ୍ତି ସତ କିନ୍ତୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ପ୍ରାୟତଃ ନାହିଁ । ଦଳ ସେହି ସମାନ ଟିମ୍ ସହିତ ପଡିଆକୁ ଓହ୍ଲାଇପାରେ । ଆକାଶ ଦୀପଙ୍କୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିଥିଲା ଆଉ ସେ ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି ।
୨ୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍, ବିରାଟ କୋହଲି, ଲୋକେସ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରାହ ଏବଂ ୟସ୍ ଦୟାଲ
ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଲୋକେସ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାହ/ ୟଶ୍ ଦୟାଲ
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications