Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବି ଖେଳିବେନି ରୋହିତ୍ ଶର୍ମା, ନବଦୀପ ସାଇନୀ ବି ଆଉଟ୍

ଦିନିକିଆ ସିରିଜ୍‌ ବେଳେ ଆହତ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ବୁଢ଼ା ଅଙ୍ଗୁଳି ଆହତ ସମସ୍ୟାରେ ପଡ଼ିଥିବା ରୋହିତ ଏଯାଏ ସୁସ୍ଥ ହୋଇ ନାହାନ୍ତି।

ଢାକା: ଦିନିକିଆ ସିରିଜ୍‌ ବେଳେ ଆହତ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ବୁଢ଼ା ଅଙ୍ଗୁଳି ଆହତ ସମସ୍ୟାରେ ପଡ଼ିଥିବା ରୋହିତ ଏଯାଏ ସୁସ୍ଥ ହୋଇ ନାହାନ୍ତି। ତେଣୁ ସେ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି ।

Rohit Sharma

ସେହିପରି ଦ୍ରୁତ ବୋଲର ନବଦୀପ ସାଇନୀ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଏମାନେ ବାଦ ପଡିଛନ୍ତି । ଦୁଇ ଖେଳାଳି ବାଦ୍ ପଡିବା ନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି ।

ଟ୍ୱିଟରେ କୁହାଯାଇଛି ରୋହିତ ବିସିସିଆଇ ଡାକ୍ତରୀଦଳଙ୍କ ଅନୁଧ୍ୟାନରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡାକ୍ତରୀ ଦଳଙ୍କ କହିବା କଥା ଯେ ରୋହିତ ଶର୍ମା ପୂରା ଫିଟ ହେବା ପାଇଁ ଆଉ କିଛି ସମୟ ଲାଗିବ । ଏହା ପରେ ଯାଇ ସେ ବ୍ୟାଟିଂ ଏବଂ ଫିଲ୍ଡିଂ କରିପାରିବେ ।

ରୋହିତଙ୍କ ଛଡା ଦ୍ରୁତ ବୋଲର ନବଦୀପ ସାଇନୀ ମଧ୍ୟ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ପରେ ସେ ବାଦ ପଡିଛନ୍ତି । ସେ ବର୍ତ୍ତମାନ ସିଧା ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀ ଯାଇ ପରୀକ୍ଷା କରିବେ । ସେଠାରେ ଡାକ୍ତରୀଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବୋ

ଉଲ୍ଲେଖଥାଉ କି, ବାଂଲାଦେଶ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଫିଲ୍ଡିଂ କରିଥିବା ବେଳେ ଆହତ ହୋଇଥିଲେ। ତଥାପି ସେ ଭାରତ କରୁଥିବା ୨୭୨ ରନର ଚେଜ୍‌ ବେଳେ ୯ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଥିସହ ୨୮ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଟାର୍ଗେଟ ଠାରୁ ଦଳ ୬ ରନ ପଛରେ ରହି ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+