Get Updates
Get notified of breaking news, exclusive insights, and must-see stories!

IND vs BAN: ଦିନିକିଆରେ ବିଶ୍ୱ ରେକର୍ଡ କଲେ ଇଶାନ କିଶନ, ସଚିନ-ରୋହିତ ପଛରେ ପଡିଲେ

ବିଶ୍ୱ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଇଶାନ କିଶନ । ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି ।

ଢାକା: ବିଶ୍ୱ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଇଶାନ କିଶନ । ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଈଶାନ କିଷନ 4ର୍ଥ ଭାରତୀୟ ଭାବେ ଦିନିକିଆରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି ।

IND vs BAN

ସେ ମାତ୍ର 126 ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ତେବେ ଇଶାନଙ୍କ 131 ବଲରୁ 210 ରନର ଇନିଂସ ଖେଳିଛନ୍ତି । ଯେଉଁଥିରେ ସାମିଲ ଅଛି 10ଟି ବିଶାଳ ଛକା ଓ 24ଟି ଚୌକା ।

ଭାରତ ପକ୍ଷରୁ ଦିନିକିଆରେ ପ୍ରଥମ ଡବଲ ସେଞ୍ଚୁରୀ ମାରିଥିଲେ ସଚିନ ତେନ୍ଦୁଲକର । 24 ଫେବୃଆରୀ 2010 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ 147 ବଲରୁ 200 ରନ୍ ସ୍କୋର କରିଥିଲେ । ପରେ ବିରେନ୍ଦର ସେହୱାଗ ୱେଷ୍ଟଇଣ୍ଡିଜ ବିପକ୍ଷରେ 8 ଡିସେମ୍ବର 2011 ରେ ଏହା କରିଥିଲେ। ସେ ଇନ୍ଦୋରରେ ଖେଳା ଯାଇଥିବା ମ୍ୟାଚରେ 149 ବଲରେ 219 ରନ୍ ସଂଗ୍ରହ କରିଥିଲେ ।

ସେହିପରି ଟିମ୍ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦିନିକିଆରେ 3ଟି ଶତକ ହାସଲ କରିଛନ୍ତି । ଏମିତି କରିବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ । ସେ 2 ନଭେମ୍ବର 2013 ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ପ୍ରଥମ ଡବଲ୍ ଶତକ ହାସଲ କରିଥିଲେ। ସେ ବାଙ୍ଗାଲୋରରେ 158 ବଲରେ 209 ରନ୍ ସ୍କୋର କରିଥିଲେ। 12 ଚୌକା ଓ 16 ଛକା ମାରିଥିଲେ । ତା'ପରେ 13 ନଭେମ୍ବର 2014 ରେ ସେ ଶ୍ରୀଲଙ୍କା ବିପକ୍ଷରେ 264 ସ୍କୋର କରିଥିଲେ ଏବଂ 13 ଡିସେମ୍ବର 2017 ରେ ଶ୍ରୀଲଙ୍କା ବିପକ୍ଷରେ 208 ସ୍କୋର କରିଥିଲେ।

ଅନ୍ୟପଟେ 2015ରେ କ୍ରିସ ଗେଲ ଜିମ୍ବାୱେ ବିପକ୍ଷ ବିଶ୍ୱକପରେ ମାତ୍ର 138 ବଲରେ ଦୁଇ ଶତକ ହାସଲ କରିଥିଲେ। ଏଯାଏ ତାଙ୍କ ରେକର୍ଡକୁ କେହି ବି କାଟି ମାରି ନଥିଲେ। କିନ୍ତୁ ଆଜି ଇଶାନ କିଶନ ଏହାକୁ ଭାଙ୍ଗି ଦେଇଛନ୍ତି । ରୋହିତ ଶର୍ମା ଆହତ ହେବାରୁ ଇଶାନ କିଶନଙ୍କୁ ଆଜି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ସୁଯୋଗ ମିଳିଥିଲା। ସେ ଆରମ୍ଭରୁ ହିଁ ଆଟାକିଂ ଶଟ୍‌ ଖେଳି ପ୍ରଥମେ 85 ବଲରେ ନିଜର ଶତକ ହାସଲ କରିଥିଲେ। ଏହାପରେ 126 ବଲରେ ନିଜର ଦୁଇ ଶତକ ହାସଲ କରିଛନ୍ତି । ଭାରତୀୟ ଦଳ 36 ଓଭରରେ 300 ରନ୍ ସଂଗ୍ରହ କରିଛି। ଏଭଳି ପରିସ୍ଥିତିରେ ଦଳ 450 ରନ୍ ଛୁଇଁପାରେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+