Get Updates
Get notified of breaking news, exclusive insights, and must-see stories!

IND vs BAN: ବାଂଲାଦେଶକୁ ୭ ଉଇକେଟରେ ହରାଇଲା ଭାରତ

ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଆଉ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଭାରତ।

ଗ୍ୱାଲିୟରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରିଥିଲା।

ଦଳ ପକ୍ଷରୁ ମେହିଦ ହାସନ ମିରାଜ ଅପରାଜିତ ରହି ସର୍ବାଧିକ ୩୫ ରନ୍ କରିଥିବା ବେଳେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୨୭ ରନ୍ କରିଥିଲଆ। ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିବାରେ ସଫଳ ହୋଇ ନଥିଲେ। ଲିଟନ ଦାସ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ପରଭେଜ ହୁସେନ ଇମୋନ ୮, ତୱହିଦ ହୃଦୟ ୧୨, ମହମ୍ମଦୁଲ୍ଲା ୧, ଜାକେର ଅଲ୍ଲୀ ୮, ରିଶାଦ ହୁସେନ ୧୧ ଓ ତସ୍କିନ ଅହମଦ ୧୨ ରନ୍ କରିଥିଲେ।

IND vs BAN

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲା। ମୟଙ୍କ ଯାଦବଙ୍କର ଏହା ଡେବ୍ୟୁ ମ୍ୟାଚ୍ ଥିଲା। ଏଥିରେ ସେ ୪ ଓଭରରେ ୨୧ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି। ତାଙ୍କର ପ୍ରଥମ ଓଭର ମେଡେନ୍ ରହିଥିଲା। ଅର୍ଥାତ୍ ପ୍ରଥମ ଓଭରରେ କୌଣସି ରନ୍ ଦେଇ ନଥିଲେ।

ଅନ୍ୟପକ୍ଷରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରି ନେଇଥିଲା। ଦଳ ମାତ୍ର ୧୧.୫ ଓଭରରେ ୩ଟି ୱିକେଟ୍ ୧୩୨ ରନ୍ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୧୬ଟି ବଲ୍‌ରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୩୯ ରନ୍ କରି ଅପରାଜିତ ରହିଥିଲେ। ଓପନର ସଞ୍ଜୁ ସାମସନ ୧୯ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୭ଟି ବଲ୍‌ରୁ ୧୬ ରନ୍ କରିଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୧୪ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୧୫ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+