Get Updates
Get notified of breaking news, exclusive insights, and must-see stories!

IND vs BAN: ପ୍ରଥମ ଦିନିକିଆ ହାରିଛନ୍ତି, ଦ୍ବିତୀୟରେ ୨୭୨ ରନର ବିଜୟ ଲକ୍ଷ୍ୟ

ଆଜି ଖେଳା ଯାଉଛି ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ । ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତୀୟ ବୋଲରଙ୍କୁ ଖୁବ୍ ଧୁଲେଇ କରିଛନ୍ତି ବାଂଲା ବ୍ୟାଟ୍ସମ୍ୟାନ ।

ଢାକା: ଆଜି ଖେଳା ଯାଉଛି ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ । ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତୀୟ ବୋଲରଙ୍କୁ ଖୁବ୍ ଧୁଲେଇ କରିଛନ୍ତି ବାଂଲା ବ୍ୟାଟ୍ସମ୍ୟାନ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଏକଦା ୬୯ରେ ୬ ୱିକେଟ ହରାଇ ଥିଲା । ମାତ୍ର ମେହଦି ହାସନ ମିରଜାଙ୍କ ଅପରାଜିତ ଶତକ ବଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ କରିବାକୁ ସକ୍ଷମ ହୋଇଛି ।

IND vs BAN

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା ବାଂଲାଦେଶ । ତେବେ ପ୍ରଥମ ଦିନିକିଆର ହିରୋ ମେହଦୀ ହସନ ଓ ମହମ୍ମଦୁଲ୍ଲାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ କେବଳ ବାଂଲାଦେଶକୁ ବିପର୍ଯ୍ୟୟରୁ ରକ୍ଷା କରିନଥିଲା ବରଂ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲା । ଗୋଟିଏ ପଟେ ମହମ୍ମଦୁଲ୍ଲା ବେଶ ସତର୍କତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ମେହଦୀ ହସନ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ । ଶେଷ ୫ ଓଭରରେ ଟିମ୍ ଇଣ୍ଡିଆ ୬୮ ରନ୍ ବ୍ୟୟ କରିଥିବା ବେଳେ ମାତ୍ର ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲା ।

ଏବେ ଦିନିକିଆ ସିରିଜ୍‌ରେ ୧-୦ରେ ପଛରେ ଥିବା ଟିମ ଇଣ୍ଡିଆକୁ ମ୍ୟାଚ୍‌ ଜିତିବା ପାଇଁ ୨୭୨ ରନର ଟାର୍ଗେଟ ମିଳିଛି। ଦଳର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ବ୍ୟାଟିଂ କରିବାକୁ ଆସି ନପାରନ୍ତି। ସେହିପରି ଦୀପକ ଚହର ଆଜି ଆହତ ଯୋଗୁ ମାତ୍ର ୩ ଓଭର ହିଁ ବୋଲିଂ କରିବାକୁ ସକ୍ଷମ ହୋଇଛନ୍ତି। ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ଭଲ ବୋଲିଂ କରି ୩୭ ରନରେ ସର୍ବାଧିକ ୩ ସଫଳତା ପାଇଛନ୍ତି। ଉମରାନ ମଲିକ ୫୮ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୭୩ ରନ ମହଙ୍ଗା ସାବ୍ୟସ୍ତ ହୋଇ ୨ଟି ଓ୍ଵିକେଟ୍ ନେଇଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+