Get Updates
Get notified of breaking news, exclusive insights, and must-see stories!

IND vs BAN: ସିରିଜ ବିଜୟ ପାଇଁ ଭାରତ ଆଗରେ ୯୫ ରନର ଟାର୍ଗେଟ ରଖିଲା ବାଂଲାଦେଶ

ଭାରତ ଆଗରେ ମାତ୍ର ୯୫ ରନର ଟାର୍ଗେଟ ରଖିଲା ବାଂଲାଦେଶ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ କାନପୁରରେ ଚାଲିଛି । ମଙ୍ଗଳବାର ଅର୍ଥାତ୍ ୧ ଅକ୍ଟୋବର ହେଉଛି ଟେଷ୍ଟ ମ୍ୟାଚର ଶେଷ ଦିନ । ମ୍ୟାଚ୍ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ଦ୍ୱିତୀୟ ଏବଂ ତୃତୀୟ ଦିନ ବର୍ଷା ଦ୍ୱାରା ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଏଥି ସହିତ ପ୍ରଥମ ଦିନରେ କେବଳ 35 ଓଭର ଖେଳାଯାଇପାରିଥିଲା । ବାଂଲାଦେଶ ଏହାର ପ୍ରଥମ ଇନିଂସରେ 233 ରନ୍ ସଂଗ୍ରହ କରିଥିଲା। ଏଥି ସହିତ ନଅ ୱିକେଟ୍ ପାଇଁ 285 ରନ୍ ସ୍କୋର କରିବା ପରେ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ଟିମ୍ ଇଣ୍ଡିଆ 52 ରନରେ ଆଗୁଆ ରହିଥିଲା।

IND vs BAN

ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ଏବଂ ଆକାଶ ଦୀପ ଗୋଟିଏ ୱିକେଟ ନେଇ ବାଂଲାଦେଶକୁ ୧୪୬ରନରେ ରୋକିଛନ୍ତି। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଛି ।ଗତକାଲି ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମୋମିନୁଲ ହକ ଶତକୀୟ ପାଳି ଖେଳିଥିଲେ। ମାତ୍ର ତାଙ୍କ ବ୍ୟତୀତ ଅନ୍ୟ କେହି ବଡ଼ ସ୍କୋର୍ କରିପାରି ନଥିଲେ। ମୋମିନୁଲ ଅପରାଜିତ ରହି ୧୦୭ ରନ୍ କରିଥିଲେ।

ଏହା ପରେ ପ୍ରଥମ ପାଳି ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚକୁ ଟି-୨୦ ଫର୍ମାଟରେ ଖଳି ମ୍ୟାଚରେ ରୋମାଞ୍ଚ ଭରିଥିଲା। ଆରମ୍ଭରୁ ରୋହିତ ବାହିନୀ ଧୂଆଁଧାର ବ୍ୟାଟିଂ କରିଥିଲେ।

ଯଶସ୍ୱୀ ଜୈସ୍ୱାଲ ସର୍ବାଧିକ ୭୨ ରନ୍ କରି ଥିବାବେଳେ କେ ଏଲ ରାହୁଲ 68, ବିରାଟ କୋହଲି ୪୭, ଶୁବମନ ଗିଲ୍ ୩୯, ରୋହିତ ଶର୍ମା ୨୩ ଆକାଶ ଦୀପ ୧୨, ରବୀନ୍ଦ୍ର ଜାଡେଜା ୮, ଋଷଭ ପନ୍ତ ୯, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଯଶପ୍ରୀତ ବୁମରା ଉଭୟ ଗୋଟିଏ ଲେଖାଏ ରନ୍ କରିଥିଲେ।

ଫଳରେ ଭାରତ ୨୮୫ ରନ୍ ସହ ୫୨ ରନର ଲିଡ୍ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨୬ ରନ୍ ସଂଗ୍ରହ କରିଥିଲା। ଆଜି ପୁନର୍ବାର ଅସମାପ୍ତ ପାଳି ଆରମ୍ଭ କରି ୧୪୬ ରନରେ ଅଲ୍ ଆଉଟ୍ ହୋଇଯାଇଛି ବାଂଲାଦେଶ। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+