ପ୍ରଥମ ଟେଷ୍ଟରେ ଭାରତର ବୃହତ ବିଜୟ
ପ୍ରଥମ ଟେଷ୍ଟରେ ଭାରତର ବୃହତ ବିଜୟ । ୧୮୮ ରନରେ ଘରୋଇ ବାଂଲା ଟାଇଗର (ବାଂଲାଦେଶ)କୁ ମାତ୍ ଦେଲା ଟିମ୍ ଇଣ୍ଡିଆ ।
ଚଟ୍ଟୋଗ୍ରାମ: ପ୍ରଥମ ଟେଷ୍ଟରେ ଭାରତର ବୃହତ ବିଜୟ । ୧୮୮ ରନରେ ଘରୋଇ ବାଂଲା ଟାଇଗର (ବାଂଲାଦେଶ)କୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଆଜି ମ୍ୟାଚର ୫ମ ଦିନରେ ଘରୋଇ ଦଳକୁ ୩୨୪ ରନରେ ଅଲ ଆଉଟ୍ କରି ୧୮୮ ରନର ବୃହତ ବ୍ୟବଧାନରେ ମ୍ୟାଚ ଜିତିଛି ଭ୍ରମଣକାରୀ ଭାରତ । ଏହି ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।

ପ୍ରଥମେ ୧୧.୨ ଓଭର୍ ଖେଳି ବାଂଲାଦେଶ ୫୨ ରନ୍ ସଂଗ୍ରହ କରି ୪ ୱିକେଟ୍ ହରାଇଥିଲା। ଗତକାଲି ଏହି ମ୍ୟାଚର ୪ର୍ଥ ଦିନରେ ଦ୍ୱିତୀୟ ଇନିଂସ୍ ଖେଳୁଥିବା ବାଂଲାଦେଶ ୬ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରିଥିଲା। ସେପଟେ ମ୍ୟାଚର ଦ୍ୱିତୀୟ ଇନିଂସରେ ୫୧୩ ରନ୍ ସଂଗ୍ରହ କରି ଭାରତ ପାଳି ଘୋଷଣା କରିଥିଲା । ତେବେ ଭାରତ ପ୍ରଥମ ଇନିଂସରେ ୪୦୪ ଓ ଦ୍ୱିତୀୟ ଇନିଂସରେ ୨୫୮ ରନ୍ ସଂଗ୍ରହ କରିଛି। ସେହିପରି, ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ ଓ ଦ୍ୱିତୀୟ ଇନିଂସରେ ୩୨୪ ରନ୍ କରିଛି ।

ବାଂଲାଦେଶ ସମ୍ମୁଖରେ ୫୧୩ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଘରୋଇ ଦଳ ଚତୁର୍ଥ ଦିବସ ସୁଦ୍ଧା ୬ ୱିକେଟ୍ରେ ୨୭୨ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ଫଳରେ ମ୍ୟାଚ୍ ୫ମ ଦିନରେ ପ୍ରବେଶ କରିଥିଲା। ଜାକିର ହାସନ୍ଙ୍କ ଶତକ (୨୨୪ ବଲରୁ ୧୦୦ ରନ୍, ୧୨ ଚୌକା, ୧ ଛକା), ନଜମୁଲ ହୋସେନ୍ ସାଣ୍ଟୋ (୧୫୬ ବଲ୍ରୁ ୬୭ ରନ୍, ୭ ଚୌକା)ଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟକ ସାକିବ୍ ଆଲ୍ ହାସନ୍ (୬୯ ବଲ୍ରୁ ୪୦ଞ୍ଚ ରନ୍, ୩ ଚୌକା, ୨ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ କାରଣରୁ କେବଳ ମ୍ୟାଚ୍ ପଞ୍ଚମ ଦିନକୁ ଯାଇଥିଲା। ଶନିବାର ୪୨/୦ରୁ ଖେଳିଥିବା ବାଂଲାଦେଶ ଚତୁର୍ଥ ଦିବସରେ ଢେର ଲଢ଼ିଥିଲା। ନଜମୁଲ ସାଣ୍ଟୋ ଓ ଜାକିର ହାସନ୍ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍ ଉଠାଇ ଭାରତୀୟ ବୋଲରଙ୍କୁ ଧମକାଇଥିଲେ। ପ୍ରଥମ ୱିକେଟ୍ ପାଇଁ ଭାରତ ୪୭ ଓଭର ଯାଏ ଅପେକ୍ଷା କରିଥିଲା। ଏହି ବହୁ ପ୍ରତୀକ୍ଷିତ ୱିକେଟଟି ଦେଇଥିଲେ ଉମେଶ ଯାଦବ। ମଧ୍ୟାହ୍ନ ଭୋଜନ ପରେ ଉମେଶଙ୍କ ବୋଲିଂରେ ସାଣ୍ଟୋ ୱିକେଟରକ୍ଷକ ପନ୍ତଙ୍କୁ କ୍ୟାଚ୍ ଦେଇ ଫେରିଥିଲେ।
ଏହା ପରେ ଭାରତୀୟ ସ୍ପିନର୍ ପ୍ରାଧାନ୍ୟ ବିସ୍ତାର କରିବାକୁ ସବୁ ଚେଷ୍ଟା କରିଥିଲେ। ତିନି ଭାରତୀୟ ସ୍ପିନର୍ ଆର୍ ଅଶ୍ବିନ, ଅକ୍ଷର ପଟେଲ୍, କୁଲଦୀପ ଯାଦବ ମିଳିତ ଭାବେ ୭୨ ଓଭର ବୋଲିଂ କରି ୫ ୱିକେଟ୍ ବାହାର କରିବାରୁ ଭାରତ ପ୍ରତ୍ୟାବର୍ତନ କରିବାରେ ସକ୍ଷମ ହୋଇଛି।ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର୍ ଅକ୍ଷର ପଟେଲ୍ ୪ ୱିକେଟ୍ ଓ କୁଳଦୀପ ଯାଦବ ୩ ୱିକେଟ୍ ନେଇଛନ୍ତି। ଏହି ସିରିଜର ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୨୨ ତାରିଖ ଦିନ ମିରପୁରରେ ଆରମ୍ଭ ହେବ।












Click it and Unblock the Notifications