ପ୍ରଥମ ଟେଷ୍ଟ: ଶିକାର କରୁଛନ୍ତି ସିରାଜ୍, ବାଂଲାଦେଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ
ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟର ଆଜି ଦ୍ବିତୀୟ ଦିନ । ପ୍ରଥମ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଭାରତୀୟ ଦଳ ତାର ପ୍ରଥମ ଇନିଂସରେ ୪୦୪ ରନ୍ କରି ଅଲଆଉଟ୍ ହୋଇଛି । ପରେ ପ୍ରଥମ ଇଂନିସ ଆରମ୍ଭ କରୁଥିବା ଘରୋଇ ବାଲଂଦେଶ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ଯୟର ସମ୍ମୁଖ
IND vs BAN, Day 2: ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟର ଆଜି ଦ୍ବିତୀୟ ଦିନ । ପ୍ରଥମ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଭାରତୀୟ ଦଳ ତାର ପ୍ରଥମ ଇନିଂସରେ ୪୦୪ ରନ୍ କରି ଅଲଆଉଟ୍ ହୋଇଛି । ପରେ ପ୍ରଥମ ଇଂନିସ ଆରମ୍ଭ କରୁଥିବା ଘରୋଇ ବାଲଂଦେଶ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ଯୟର ସମ୍ମୁଖୀନ ହୋଇଛି ।

ବାଂଲା ଦଳର ପାଳି ଆରମ୍ଭ କରିବାକୁ ଆସିଥିବା ଓପନର ନାଜୁମୁଲ ହୁସିସେନ ବିନା ଖାତ ଖୋଲି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ପରେ ଆସିର ଅଲ୍ଲୀ ଓ ଲିଟନ ଦାସ ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । ଦଳ 25 ଓଭର ଶେଷ ସୁଦ୍ଧା 80 ରନରରେ 5 ୱିକେଟ ହରାଇଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ 3ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ଗୋଟିଏ କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି ।
ସେପଟେ ଭାରତୀୟ ଦଳ ତାର ପ୍ରଥମ ଇନିଂସରେ ୪୦୪ ରନ୍ କରି ଅଲଆଉଟ୍ ହୋଇଛି । ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱିନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ୪୦ ରନ ବଳରେ ଭାରତ ଏହି ବଡ଼ ସ୍କୋର ଠିଆ କରି ପାରିଛି ।
ପ୍ରଥମ ଦିନରେ ଭାରତ ପୂଜାରାଙ୍କ ୯୦ ରନ ଓ ଆୟରଙ୍କ ଅପରାଜିତ ୮୨ ରନ ବଳର ୬ ୱିକେଟ ହରାଇ ୨୭୮ ରନ କରିଥିଲା। ଆଜି ସକାଳୁ ଆୟରଙ୍କ ସହ ରବି ଅଶ୍ୱିନ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ସତର୍କତାର ସହ ଖେଳିଥିଲେ ମଧ୍ୟ ବଡ଼ ସ୍କୋର କରି ପାରି ନଥିଲେ ଆୟର। ସେ ୮୬ ରନ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଥିଲେ।
ତେବେ ଅଭିଜ୍ଞ ଅଶ୍ୱିନ ଓ କୁଲଦୀପ ଯାଦବ ଲଞ୍ଚ ଯାଏ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୩୪୮ରେ ପହଞ୍ଚାଇ ଦେଇଥିଲେ। ଲଞ୍ଚ ପରେ ମଧ୍ୟ ଉଭୟ ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି କୁଲଦୀପ ଯାଦବ ୪୦ ରନ କରି ତାଇଜୁଲ ଇସଲାମଙ୍କ ବଲର ଶିକାର ହୋଇଥିଲେ । ଉମେଶ ଯାଦବ ୧୦ ବଲରେ ଅପରାଜିତ ୧୫ ଓ ମହମ୍ମଦ ସିରାଜ ୪ ରନ କରିଛନ୍ତି ।
ପ୍ରଥମ ଦିନରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୧୪ ଓଭରରେ ଟିମର ସ୍କୋର ୪୧ ରନ୍ ଥିବା ବେଳେ ପ୍ରଥମ ଓ୍ଵିକେଟ ପଡିଥିଲା। ଶୁଭମନ ଗିଲ୍ ୪୦ ବଲ୍ରେ ୩ଟି ଚାରି ମାରି ୨୦ ରନ୍ କରି ଆଉଟ୍ ହୋଇଥିଲେ। ତା' ପରେ କେଏଲ ରାହୁଲ ଟିମ୍ ସ୍କୋର ୪୫ ରନ୍ ଥିବା ବେଳେ ଆଉଟ୍ ହୋଇଥିଲେ। କେଏଲ ରାହୁଲ ୫୪ ବଲରେ ୨୨ ରନ୍ କରିବାକୁ ସକ୍ଷମ ହୋଇଥିଲେ ।
ଦଳୀୟ ସ୍କୋର ୪୫ ହୋଇଥିବା ବେଳେ ୨ଟି ଓ୍ଵିକେଟ ପଡିବା ବେଳେ କିଙ୍ଗ କୋହଲି ମାତ୍ର ୧ ରନରେ ଆଉଟ୍ ହୋଇ ଭାରତୀୟଙ୍କ ମନ ଭାଙ୍ଗି ଦେଇଥିଲେ । ୪୮ ରନ ଦଳୀୟ ସ୍କୋର ଥିବା ବେଳେ ଭାରତର ୩ଟି ଓ୍ଵିକେଟ ଚାଲିଯାଇଥିଲା । ପରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରା ମ୍ୟାଚ୍କୁ ସମ୍ଭାଳିଥିଲେ । ରିଷଭ ପନ୍ତ ୪୬ ରନ, ପୂଜାରା ୯୦ ରନ୍ କରି ଆଉଟ୍ ହୋଇଥିଲେ। ଶତକରୁ ମାତ୍ର ଅଳ୍ପ ରନ ବାକି ଥିବା ବେଳେ ପୂଜାରାଙ୍କ ଓ୍ଵିକେଟ ପଡିବା ଭାରତ ପାଇଁ ମହଙ୍ଗା ହେଲା । ପ୍ରଥମ ଦିନରେ ଭାରତ କେଏଲ ରାହୁଲ(୨୨), ଶୁଭମନ ଗିଲ(୨୦), ପୂଜରା(୯୦), ଋଷଭ ପନ୍ତ(୪୬) ଅକ୍ଷର ପଟେଲ(୧୪)ଙ୍କୁ ହରାଇଥିଲା। ଆଜି ଭାରତ ଆଉ ୪ ୱିକେଟ ହରାଇ ଅଲଆଉଟ ହୋଇଛି। ବାଂଲାଦେଶ ପକ୍ଷରୁ ଦୁଇ ସ୍ପିନର ତାଇଜୁଲ ଇସଲାମ ଓ ମେହଦି ହାସନ ମିରଜ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଇବାଦତ ହୁସେନ ଏବଂ ଖାଲେଦ ଅହମଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications