Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନିକିଆ: ଶେଷ ୱିକେଟ୍ ନେଇ ପାରିଲେନି ଭାରତୀୟ ବୋଲର, ମ୍ୟାଚ ହାରିଲା ଟିମ୍ ଇଣ୍ଡିଆ

ପ୍ରଥମ ଦିନିକିଆରେ ୧ ୱିକେଟରେ ପରାସ୍ତ ହେଲା ଭାରତ । ବାଂଲାଦେଶର ସ୍କୋର ୧୩୬ ରନ ବେଳେ ଦଳ ହରାଇ ସାରିଥିଲା ୯ ୱିକେଟ୍ । ଭାରତର ବିଜୟ ସୁନିଶ୍ଚିତ ଥିଲା। ବାଂଲାଦେଶକୁ ଜିତିବା ପାଇଁ ୫୧ ରନ ଆବଶ୍ୟକ ଥିବା ବେଳେ ହାତରେ ଥିଲା ମାତ୍ର ଏକ ୱିକେଟ୍ । ଯେଉଁ ୱିକେଟକୁ ଅକ୍ତ

ଢାକା: ଭାରତ ବନାମ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ୧ ୱିକେଟରେ ପରାସ୍ତ ହେଲା ଭାରତ । ବାଂଲାଦେଶର ସ୍କୋର ୧୩୬ ରନ ବେଳେ ଦଳ ହରାଇ ସାରିଥିଲା ୯ ୱିକେଟ୍ । ଭାରତର ବିଜୟ ସୁନିଶ୍ଚିତ ଥିଲା। ବାଂଲାଦେଶକୁ ଜିତିବା ପାଇଁ ୫୧ ରନ ଆବଶ୍ୟକ ଥିବା ବେଳେ ହାତରେ ଥିଲା ମାତ୍ର ଏକ ୱିକେଟ୍ । ଯେଉଁ ୱିକେଟକୁ ଅକ୍ତିଆର କରିଥିଲେ ଭାରତ ହୋଇଥାନ୍ତା ବିଜୟୀ । ମାତ୍ର ଶେଷ ୱିକେଟ୍ ନେଇ ପାରିଲେନି ଭାରତୀୟ ବୋଲର୍ । ୧ ୱିକେଟରେ ମ୍ୟାଚ ହାରିଲା ଭାରତ ।

IND vs Ban 1st ODI

ତେବେ ମେହହି ହାସନ ମିର୍ଜାଙ୍କ ଲଢୁଆ ବ୍ୟାଟିଂ କରି ଭାରତ ମୁହଁରୁ ବିଜୟ ଛଡାଇ ନେଇଛନ୍ତି । ବାଂଲାଦେଶ ରୋମାଞ୍ଚକର ମ୍ୟାଚରେ ଅବିଶ୍ଵସନୀୟ ବିଜୟ ହାସଲ କରିଛି । ସେହିଭଳି ସାକିବ ଅଲ ହସନ ୫ ଟି ୱିକେଟ ନେଇ ଭାରତର ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମେ ବ୍ୟାଟିଂ କରି ୧୮୬ ରନ ସଂଗ୍ରହ କରିଥିଲା ଭାରତ । ଏହାର ଜବାବରେ ବାଂଲାଦେଶ ୯ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୭୩ ରନ କରିଥିଲେ। ଜବାବରେ ବାଂଲାଦେଶ ମେହଦି ହାସନ ମିର୍ଜାଙ୍କ ଅପରାଜିତ ୩୮ ରନ ଏବଂ ମୁସ୍ତାଫିଜୁର ରେହମାନଙ୍କ ଅପରାଜି ୧୦ ରନ ବଳରେ ୪୬ ଓଭରରେ ୯ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି। ପ୍ରଥମ ମ୍ୟାଚ୍ ଜିତି ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଖାତା ଖୋଲିବା ପୂର୍ବରୁ ଓ୍ଵିକେଟ୍ ହରାଇଥିଲା। ଟପ୍ ଅର୍ଡରରେ ଅଧିନାୟକ ଲିଟନ୍ ଦାସଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ବାଂଲାଦେଶ ପକ୍ଷରୁ ଏନ୍‌.ଏଚ୍‌ ସାଣ୍ଟୋ କୌଣସି ରନ ନ କରି ଆଉଟ ହୋଇଥିଲେ। ଅଧିନାୟକ ଲିଟନ ଦାସ ୬୩ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଅନାମୁଲ ହକ ୨୯ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳ ସାକିବ ଅଲ୍‌ ହାସନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ମୁସଫିକର ରହିମ ୪୫ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ମଧ୍ଯ ୩୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମେହଦି ହାସାନ ମିର୍ଜା ଓ ଅଫିଫ୍ ହୋସେନ ପାରିକୁ ସମ୍ଭାଳିଥିଲେ। ପରେ ଅଫିଫ୍ ୧୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ଇବାଦତ ହୋସେନ ଓ ହାସାନ ମହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ମିର୍ଜା ପାରିର ଶେଷ ଭାଗ ସମ୍ଭାଳିଥିଲେ। ମେହଦି ହାସାନ ମିର୍ଜା ଏକ ମ୍ୟାଚ ଉଇନିଂ ପାରି ଖେଳିଥିଲେ। ମେହଦି ହାସାନ ମିର୍ଜା ୩୯ ବଲରେ ୩୮ ରନ କରି ଅପରାଜିତ ରହିଥିଲେ। ମୁସ୍ତାଫିଜୁର ରେହମାନ ୧୧ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+