Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡିଲେ ବିଶ୍ୱର ନମ୍ୱର ୱାନ୍ ଟେଷ୍ଟ ବୋଲର

India vs Australia WTC Final 2023: ଆଜି (ଜୁନ୍ 7) ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ଆଜି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିମ୍‌ ଇଣ୍ତିଆ ଅଧିନାୟକ ରୋହିତ ଶର୍ମା ।

ତେବେ ଚୁଡାନ୍ତ ଏକାଦଶରେ ଭାରତୀୟ ଦଳ ୪ ପେସ୍ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି । ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡି଼ଆଠାରୁ କ୍ରୀଡ଼ା ବିଶେଷଜ୍ଞଙ୍କ ମନରେ ଗୋଟିଏ ପ୍ରଶ୍ନ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଚୁଡା଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ନ କରି ଭାରତ ଭୁଲ କରିଛି କି ?

IND vs AUS, WTC Final 2023

ଏହା ଉପରେ ମତ ରଖି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି ଯେ, ଯେ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ଭାରତୀୟ ଦଳ ସବୁଜ ପିଚ‌ ଭ୍ରମରେ ପଡ଼ି ଦଳୀୟ ଏକାଦଶରେ ଆର ଅଶ୍ୱିନଙ୍କୁ ସ୍ଥାନ ଦେଇ ନାହିଁ ।

ଟେଲିଭିଜନ୍ ମନ୍ତବ୍ୟ ସମୟରେ ପଣ୍ଟିଂ କହିଛନ୍ତି ଯେ ପିଚ୍ ଭିତର ଭାଗରେ ଶୁଖିଲା ଏବଂ ଉପରେ କେବଳ ସବୁଜ ଘାସ ଅଛି । ଅଷ୍ଟ୍ରେଲିଆର ଚାରିଜଣ ବାମହାତୀ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଶ୍ରେଷ୍ଠ ସାତରେ ରହିଥିବାରୁ ଅଶ୍ୱିନ୍ ଏଭଳି ସମୟରେ ଭାରତ ପାଇଁ ସହାୟକ ହୋଇଥାନ୍ତେ । ସେ କହିଛନ୍ତି, "ଭାରତ ବର୍ତ୍ତମାନ ନୂଆ ବଲ ସହ ୱିକେଟ ନେବାକୁ ଚାହିଁବ । ଏହି ମ୍ୟାଚ ଆଗକୁ ବଢିବ ସହ ସ୍ପିନରମାନଙ୍କୁ ପିଚ ସୁହାଇବ । ଯଦି ଅଶ୍ୱିନ ଏକାଦଶରେ ଥାଆନ୍ତେ, ତେବେ ସେ ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇ ପାରିଥାନ୍ତେ । "

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକର ମଧ୍ୟ ପଣ୍ଟିଂଙ୍କ କଥା ସହ ସହମତ ଥିବା ଜଣାପଡିଛି । ESPNcricinfo ର ମ୍ୟାଚ୍ ଡେ ସୋ'ରେ ସେ କହିଛନ୍ତି, "ଭାରତୀୟ ଦଳ ପରିଚାଳନା ଅନୁଭବ କରୁଛି ଯେ ଏହି ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଅଟେ । ପିଚ୍ ଉପରୁ ବହୁତ ସବୁଜ, କିନ୍ତୁ ଭିତରୁ ଶୁଖିଲା । ତେଣୁ ଏହା ଦୃତ ବୋଲରଙ୍କୁ ସେତେଟା ସାହାଯ୍ୟ କରିନ ପାରେ ।" ତେବେ ମଞ୍ଜରେକର ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ଜସପ୍ରୀତ ବୁମରାଙ୍କ ଅନୁପସ୍ଥିତି ଭାରତକୁ ଚାରି ଦ୍ରୁତ ବୋଲରଙ୍କ ସହ ଯିବାକୁ ବାଧ୍ୟ କରିଛି ।

ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବ୍ରାଡ ହାଡିନ ବିଶ୍ୱାସ କରନ୍ତି ଯେ ଅଶ୍ୱିନଙ୍କ ଅନୁପସ୍ଥିତି ଭାରତର ଗତି ଆକ୍ରମଣ ଉପରେ ମଧ୍ୟ ଚାପ ପକାଇବ । ସେ କହିଛନ୍ତି, "ଯଦି ବାମହାତୀ ବିରୋଧୀ ବ୍ୟାଟ୍ସମ୍ୟାନ୍ ଭାବରେ ଅଶ୍ୱିନଙ୍କ ନାମ ଟିମ୍ ସିଟରେ ଥାନ୍ତା, ମୁଁ ଚିନ୍ତିତ ଥାଆନ୍ତି । ଆପଣ ବଡ଼ ମ୍ୟାଚରେ ଦଳର ଖେଳାଳି ଚାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ୱିନ ଖେଳିବାକୁ ଭଲ ପାଆନ୍ତି । ଅଶ୍ୱିନଙ୍କ ଉପସ୍ଥିତିରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଅନେକ ବଡ଼ ଦିନରେ ପରାସ୍ତ କରିଛି । ଭାରତୀୟ ଦ୍ରୁତ ବୋଲରମାନେ ନିଶ୍ଚିତ ଭାବରେ ମଧ୍ୟମ ଓଭରରେ ଅଶ୍ୱିନଙ୍କୁ ହରାଇବେ। "

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+