ଟି-20 ବିଶ୍ୱକପ: ଶେଷ ଓଭରରେ ଭାରତକୁ ବିଜୟ ଦେଲେ ଶାମି, ଶେଷ ଓଭରରେ ନେଲେ ୪ ୱିକେଟ

ଟି-୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ରନରେ ପରାସ୍ତ କରିଛି । ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଭାରତୀୟ ବୋଲର ମହମ୍ମଦ ସାମି ।

ଗାବା: ଟି-୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ରନରେ ପରାସ୍ତ କରିଛି । ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ଏହା ଫଳରେ ଭାରତ ୬ ରନର ରୋମାଞ୍ଚକର ବିଜୟ ହାସଲ କରିଛି ଦଳ ।

Ind vs Aus

ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଏହାର ଜବାବରେ ଘରୋଇ ଦଳ ୧୮୦ ରନ କରିପାରିଥିଲା । ଶେଷ ଓଭରରେ ବିଜୟ ପାଇଁ ୧୧ ରନ ଆବଶ୍ୟକ ଥିବା ବେଳେ ସାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ବିଜୟୀ ହୋଇଛି । ଶେଷ ଓଭର ଭାର ଧରି ବୋଲିଂ ଆସିଥିଲେ ଶାମି । ପ୍ୟାଟ କମିନ୍ସ ତାଙ୍କ ପ୍ରଥମ ଦୁଇ ବଲରୁ ୨ ରନ ଲେଖାଏ ହାସଲ କରିଥିଲେ। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୪ ବଲରେ ୭ ରନ ଦରକାର ଥିବା ବେଳେ କମିନ୍ସ ଲଗଅନ୍‌ରେ ବଡ଼ ଶଟ ଖେଳିଥିଲେ। ଯାହାକୁ ବାଉଣ୍ଡ୍ରି ଲାଇନରେ ଧରିନେଇଥିଲେ କୋହଲି । ଗୋଟିଏ ହାତରେ କୋହିଲ କ୍ୟାଚ ଧରିବା ସହ ମ୍ୟାଚକୁ ଖସାଇବାର ପ୍ରଥମ ସଫଳତା ହାତେଇଥିଲେ । ଏହା ହିଁ ମ୍ୟାଚର ମୋଡ ବଦଳାଇ ଦେଇଥିଲା ।

ଏହାର ପରବର୍ତ୍ତୀ ବଲରେ ଆଷ୍ଟନ ଆଗରଙ୍କୁ କୋହଲି ରନ ଆଉଟ କରିଥିଲେ । ଶେଷ ଦୁଇ ବଲରେ ବିଜୟ ପାଇଁ ୭ ରନ ଦରକାର ଥିବା ବେଲେ ପଞ୍ଚମ ବଲରେ ଇଂଲିଶଙ୍କୁ କ୍ଲିନ ବୋଲ୍ଡ କରିଥିଲେ ସାମି । ଶେଷ ବଲରେ ମଧ୍ୟ ରିଚାର୍ଡସନ ବୋଲ୍ଡ ହୋଇ ଭାରତ ହାତରେ ବିଜୟ ଭେଟି ଦେଇଥିଲେ । ଶେଷରେ ଭାରତ ୬ରନରେ ଏହି ମ୍ୟାଚକୁ ନିଜ ହାତକୁ ନେଇଯାଇଥିଲା ।

ଆଜି ମହମ୍ମଦ ଶାମିଙ୍କ ଚମତ୍କାର ବୋଲିଂ ପ୍ୟାନ୍ସଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି। ଟି-୨୦ ସ୍କ୍ୱାଡରେ ଶାମି ନଥିଲେ । ତାଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା । ହେଲେ ଯସପ୍ରୀତ ବୁମରା ଆହତ ହେବାରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏବେ ଶାମି ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ କମାଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+