ଟି-20 ବିଶ୍ୱକପ: କାଲି ଅଷ୍ଟ୍ରେଲିଆ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ ଭାରତ
ଆଇସିସି ଟି-20 ବିଶ୍ୱକପ ଆରମ୍ଭ ହୋଇ ସାରିଛି। ମ୍ୟାଚର ପ୍ରଥମ ପର୍ଯ୍ୟାୟରେ ଦଳମାନେ ସୁପର 12 ରେ ପହଞ୍ଚିବାକୁ କଠିନ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ସୁପର 12 ରେ ଖେଳୁଥିବା ଦଳଗୁଡିକ ବର୍ତ୍ତମାନ ସେମାନଙ୍କର ୱାର୍ମ ଅପ୍ ମ୍ୟାଚରେ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବେ ।
ନୂଆଦିଲ୍ଲୀ: ଆଇସିସି ଟି-20 ବିଶ୍ୱକପ ଆରମ୍ଭ ହୋଇ ସାରିଛି। ମ୍ୟାଚର ପ୍ରଥମ ପର୍ଯ୍ୟାୟରେ ଦଳମାନେ ସୁପର 12 ରେ ପହଞ୍ଚିବାକୁ କଠିନ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ସୁପର 12 ରେ ଖେଳୁଥିବା ଦଳଗୁଡିକ ବର୍ତ୍ତମାନ ସେମାନଙ୍କର ୱାର୍ମ ଅପ୍ ମ୍ୟାଚରେ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବେ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲି ପ୍ରଥମ ୱାର୍ମ ଅଫ୍ ମ୍ୟାଚରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଟିମ୍ ଇଣ୍ଡିଆ ଏହାର ଅଭାବକୁ ଦୂର କରିବା ପାଇଁ ଏବଂ ଏକାଦଶ ଖେଳିବାର ସମସ୍ୟାର ସମାଧାନ ପାଇଁ କାଲି ପ୍ରୟାସ କରିବ ।
ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟି-20 ବିଶ୍ୱକପର ଏହି ୱାର୍ମ ଅପ୍ ମ୍ୟାଚ୍ ସୋମବାର, ଅକ୍ଟୋବର 17 ରେ ଖେଳାଯିବ ।
ଟି-20 ବିଶ୍ୱକପର ଏହି ୱାର୍ମ ଅପ୍ ମ୍ୟାଚ୍ ଅଷ୍ଟ୍ରେଲିଆର ବ୍ରିସବେନର ଗାବା ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ସକାଳ 9.30 ରୁ ଖେଳ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଆପଣ ଏହି ୱାର୍ମ ଅପ୍ ମ୍ୟାଚର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ ।












Click it and Unblock the Notifications