ତୃତୀୟ ଦିନିକିଆ ସହ ସିରିଜ ହାରିଲା ଭାରତ
ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୨୧ ରନରେ ଭାରତକୁ ମାତ୍ ଦେଇଛି । ଏଥି ସହିତ ଦିନିକିଆ ସିରିଜରେ ୨-୧ରେ ସିରିଜ ହାରିଛି ଭାରତ ।

ଚେନ୍ନାଇ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୨୧ ରନରେ ଭାରତକୁ ମାତ୍ ଦେଇଛି । ଏଥି ସହିତ ଦିନିକିଆ ସିରିଜରେ ୨-୧ରେ ସିରିଜ ହାରିଛି ଭାରତ ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୧୦ ୱିକେଟ ହରାଇ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ପରେ ବ୍ୟାଟିଂ କରିବାକୁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଥିଲା। ଟିମ ଇଣ୍ଡିଆ ୪୯.୧ ଓଭରରେ ୧୦ ୱିକେଟ ହରାଇ ୨୪୮ ରନ କରିଥିଲା । ଫଳରେ ଏହି ମ୍ଯାଚ ଅଷ୍ଟ୍ରେଲିଆ ୨୧ ରନରେ ଭାରତ ଠାରୁ ଜତିନେଇଛି। ଏଥିସହ ସିରିଜ କବଜା କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ନେଇଥିଲେ ।
ଭାରତ ପକ୍ଷରୁ ରୋହିତ ଶର୍ମା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ପରେ ଶୁଭମନ ଗିଲ୍ ୪୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ । ଏହାପରେ ପାରିକୁ ବିରାଟ କୋହଲି ଓ କେ ଏଲ ରାହୁଲ ସମ୍ଭାଳିଥିଲେ। ବିରାଟ କୋହଲି ୭୨ ବଲରେ ୫୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୫୦ ବଲରେ ୩୨ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ବିନା କୌଣସି ରନରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ।
ତେବେ ଅକ୍ଷର ପଟେଲ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିବା ରବିନ୍ଦ୍ର ଜାଡେଜା ୩୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଏହାପରେ ମହମ୍ମଦ ସାମି ୧୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରେ କୁଲଦୀପ ଯାଦବ ୧୪ ବଲରେ ୬ ରନ କରି ରନ ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୫ ବଲରେ ୩ ରନ କରି ଅପରାଜିତ ରହିଥିଲେ।












Click it and Unblock the Notifications