ଦ୍ୱିତୀୟ ଟେଷ୍ଟ: ଭାରତର ବୃହତ ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟରେ ଦେଲା ମାତ୍
ବର୍ଡର ଗାଭାସ୍କର ଟ୍ରଫି ୨୦୨୩ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ ।

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ୨୦୨୩ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।
ଏହି ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜବୁତ କରିଥିଲେ ବି ତୃତୀୟ ଦିନରେ ଭାରତୀୟ ବୋଲରଙ୍କ ସାମ୍ନାରେ ଧରାଶାୟୀ ହୋଇପଡିଥିଲା କଙ୍ଗାରୁ ଦଳ । ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆର କ୍ୟାପଟେନ ପ୍ୟାଟ୍ କମିନ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ପ୍ରଥମ ଇନିଂସରେ ମହମ୍ମଦ ସାମୀ ୪ଟି ୱିକେଟ ହାସଲ କରିଥିବା ବେଳେ ଶାମୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସେପଟେ ଭାରତୀୟ ଟିମ୍ ମଧ୍ୟ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିପାରି ନଥିଲା ଦଳ ୨୬୨ ରନ କରିବାରେ ସଫଳ ହୋଇଥିଲା ।
ତେବେ ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଜାଡେଜାଙ୍କ କମାଲ ବୋଲିଂରେ ଧରାଶାୟୀ ହୋଇ ପରାଜୟ ସ୍ୱୀକାର କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ମାତ୍ର ୧୧୫ ରନର ଟାର୍ଗେଟ ଦେଇ ଅଲଆଉଟ ହୋଇଯାଇଥିଲା । ଆଉ ଭାରତ ମାତ୍ର ୪ ଓ୍ଵିକେଟ ହରାଇ ୩ ଦିନ ଲଞ୍ଚ ବ୍ରେକ ସୁଦ୍ଧା ଦ୍ୱିତୀୟ ଟେଷ୍ଟକୁ ଜିତିନେଇଛି । ଅଧିନାୟକ ରୋହିତ ଶର୍ମା ୩୧ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ କେଏଲ ରାହୁଲ ୧ ରନ୍, ବିରାଟ କୋହଲି ୨୦ ରନ୍, ଶ୍ରେୟସ ଆୟର ୧୨ ରନ୍ କରି ଆଉଟ୍ ହୋଇଥିଲେ । ଚେତେଶ୍ୱର ପୂଜାରା ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ଶିଖର ଭରତ ମଧ୍ୟ ୨୩ ରନ୍ କରି ଅପରାଜିତ ରହିଛନ୍ତି ।












Click it and Unblock the Notifications