Get Updates
Get notified of breaking news, exclusive insights, and must-see stories!

IND vs AUS: ସିଡନୀରେ ରୋହିତଙ୍କ ଦମଦାର ଶତକ, ମ୍ୟାଚ ଜିତାଇଲେ RO-KO

ରୋହିତ ଶର୍ମା ଏବଂ ବିରାଟ କୋହଲି ଧମାକାଦାର ବ୍ୟାଟିଂ ବଳରେ ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ ଏକ ପ୍ରଭାବୀ ବିଜୟ ହାସଲ କରିଛି। ସମ୍ମାନର ସହ ଏକଦିବସୀୟ ଶୃଙ୍ଖଳା ଶେଷ କରିଛି। ରୋହିତ ରୋମାଞ୍ଚକ ଢଙ୍ଗରେ ନିଜ ୩୩ତମ ଶତକ ହାସଲ କରିଥିଲା ବେଳେ ଗତ ଦୁଇ ମୁକାବିଲାରେ ଖାତା ଖୋଲି ପାରି ନଥିବା କୋହଲି ଆରମ୍ଭରୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକ ସହିତ ଦିନିକିଆ କ୍ରିକେଟ୍‌ର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଛନ୍ତି।

୧୬୮ ରନ୍‌ର ଅବିଭାଜିତ ଭାଗୀଦାର ଗଢ଼ିବାରୁ ୨୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ୧୧.୩ ଓଭର ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ହାସଲ କରି ନେଇଛି। ୦-୨ରେ ପଛୁଆ ରହିବା ପରେ ମୂଳପୋଛ ପରାଜୟର ଲଜ୍ଜାକୁ ଏଡ଼ାଇଛି। ଏକମାତ୍ର ବ୍ୟାଟର୍‌ ଭାବେ ଅଧିନାୟକ ଶୁବମନ୍ ଗିଲ୍ ୨୪ ରନ୍ କରି ଆଉଟ୍ ‌ହୋଇଥିଲେ। ଗିଲ୍-ରୋହିତ ପ୍ରଥମ ୱିକେଟ୍‌ରେ ୬୯ ରନ୍ ଯୋଡ଼ିଥିଲେ। ଏହା ପରେ ରୋହିତ-କୋହଲି ନିଜ ପୁରୁଣା ଯାଦୁ ଦେଖାଇ ଶତକୀୟ ଭାଗୀଦାର ସହ ବିଜୟ ମୁଣ୍ଡି ମାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ନବମ ଶତକ ଅର୍ଜନ ସହ ମୋଟ ଉପରେ ୨୨୪ ରନ୍ କରିଥିବା ରୋହିତ ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆରେ ଆପାତତଃ ନିଜ ଶେଷ ଏକଦିବସୀୟ ଶୃଙ୍ଖଳା ଖେଳିଥିବା ରୋହିତ-କୋହଲି ମ୍ୟାଚ୍ ପରେ ସ୍ଥାନୀୟ ସମର୍ଥକଙ୍କୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଇଥିଲେ। ସେହିଭଳି ପାରୁ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌କୁ ସେବା ଜାରି ରଖିବାର ପ୍ରତିଶ୍ରୁତି ଦୋହରାଇଥିଲେ।

ପୂର୍ବରୁ ହର୍ଷିତ ରାଣାଙ୍କ କ୍ୟାରିୟର୍‌ ଶ୍ରେଷ୍ଠ ବୋଲିଂ ଚିତ୍ର ୪/୩୯ ବଳରେ ଅଷ୍ଟ୍ରେଲିଆକୁ ଗିଲ୍ ବାହିନୀ ୪୬.୪ ଓଭରରେ ମାତ୍ର ୨୩୬ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା। ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀଙ୍କୁ ବାଦ୍ ଦେଇ କଚଟି ସ୍ପିନର କୁଲଦୀପ ଯାଦବ (୧/୫୦)ଙ୍କୁ ଖେଳାଇବା ମଧ୍ୟ ଭାରତକୁ ଫାଇଦାରେ ରଖିଥିଲା। ଅର୍ଶଦୀପ ସିଂହଙ୍କ ସ୍ଥାନରେ ଶୃଙ୍ଖଳାରେ ପ୍ରଥମ ସୁଯୋଗ ପାଇଥିବା ପ୍ରସିଦ୍ଧ କ୍ରିଷ୍ଣା (୧/୫୨) ମଧ୍ୟ ନିଜ ଦାୟିତ୍ବ ଠିକ୍ ଠାକ୍ ତୁଲାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଘରୋଇ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ମ୍ୟାଟ୍ ରେନ୍‌ସ'ଙ୍କ ପ୍ରଥମ ଅର୍ଦ୍ଧଶତକ ହିଁ କଙ୍ଗାରୁ ପାଳିର ଏକମାତ୍ର ଭଲ ଖବର ଥିଲା। ମାର୍ସଙ୍କ ସହ ଅଷ୍ଟ୍ରେଲିଆର ଶୀର୍ଷ ୬ ବ୍ୟାଟର୍‌ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଭାରତୀୟ ବୋଲରମାନେ କୁଶଳୀ ବୋଲିଂ କରି ନିୟମିତ ବ୍ୟବଧାନରେ ସେମାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଭାରତୀୟ ଦଳ ମଧ୍ୟ ଉଚ୍ଚକୋଟୀର କ୍ଷେତ୍ରରକ୍ଷଣ କରି ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କୁ ଚକିତ କରି ଦେଇଥିଲା। ଅଷ୍ଟ୍ରେଲିଆ ପାଳିର ୩୪ତମ ଓଭରରେ ଭାରତୀୟ ଉପଅଧିନାୟକ ଶ୍ରେୟସ୍ ଆୟରଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିବାରୁ ସେ ଡାକ୍ତରଖାନାକୁ ଯିବା ଭାରତ ପାଇଁ ବଡ଼ ଝଟ୍‌କା ଥିଲା। ହେଲେ ରୋହିତ ଓ କୋହଲି ଦାୟିତ୍ବପୂର୍ଣ୍ଣ ଓ ଦମ୍‌ଦାର ବ୍ୟାଟିଂ କରି ଏହାର କୌଣସି ପ୍ରଭାବ ଭାରତର ପଶ୍ଚାତ୍‌ଧାବନ ଉପରେ ପଡ଼ିବାକୁ ଦେଇ ନଥିଲେ।

IND vs AUS Rohit s impressive century in Sydney RO-KO wins the match

ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ୪୬.୪ ଓଭରରେ-୨୩୬/୧୦ (ମ୍ୟାଟ୍ ରେନ୍‌ସ' ୫୬, ମିଚେଲ ମାର୍ସ ୪୧, ମାଥ୍ୟୁ ସଟ୍ ୩୦, ହର୍ଷିତ ରାଣା ୪/୩୯, ୱାସିଂଟନ୍ ସୁନ୍ଦର ୨/୪୪, ଅକ୍ଷର ପଟେଲ ୧/୧୮, ମହମ୍ମଦ ସିରାଜ ୧/୨୪)। ଭାରତ ୩୮.୩ ଓଭରରେ-୨୩୭/୧ (ରୋହିତ ଶର୍ମା ୧୨୧*, ବିରାଟ କୋହଲି ୭୪*, ଶୁବମନ୍ ଗିଲ୍ ୨୪, ଜୋସ୍ ହାଜେଲଉଡ୍ ୧/୨୩)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+