Get Updates
Get notified of breaking news, exclusive insights, and must-see stories!

IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗଭାସ୍କର ଟ୍ରଫିର କିଛି ମ୍ୟାଚ ଖେଳି ନପାରନ୍ତି ରୋହିତ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର । ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ବ୍ୟକ୍ତିଗତ କାରଣରୁ ଥିବାରୁ ଏପରି ହୋଇପାରେ । ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

ରୋହିତ ଆଡିଲେଡ୍ (ଡିସେମ୍ବର ୬-୧୦) ରେ ପ୍ରଥମ କିମ୍ବା ଦ୍ୱିତୀୟ ମ୍ୟାଚ୍ ମିସ୍ କରିବାର ସମ୍ଭାବନା ଅଛି। "ପରିସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରୋହିତ ବିସିସିଆଇକୁ ଜଣାଇଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏକୁ ଏଡ଼ାଇବାକୁ ପଡିପାରେ।

ଯଦି, ସିରିଜ୍ ପୂର୍ବରୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯାଏ, ସେ ହୁଏତ ସମସ୍ତ ପାଞ୍ଚଟି ଟେଷ୍ଟ ଖେଳିପାରନ୍ତି। ତେବେ ଏସମ୍ପର୍କରେ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରେ।

Border-Gavaskar Trophy against Australia

୩୭ ବର୍ଷୀୟ ରୋହିତ ବାଂଲାଦେଶ ବିପକ୍ଷରେ ଉଭୟ ଘରୋଇ ଟେଷ୍ଟ ଖେଳିଥିଲେ। ଅକ୍ଟୋବର ୧୬ ରୁ ଭାରତ ତିନି ଟେଷ୍ଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ।

ଯଦି ରୋହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ମିସ୍ କରନ୍ତି, ତେବେ ଇନ୍-ଫର୍ମ ଅଭିମନ୍ୟୁ ଇଶ୍ୱରନ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ଅଛି। ଯଦିଓ ଶୁଭମାନ ଗିଲ ଏବଂ କେ.ଏଲ୍ ରାହୁଲ ମଧ୍ୟ ଓପନିଂ ସ୍ଲଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଖେଳାଳି ଅଟନ୍ତି।

ଈଶ୍ୱରନ ଏହି ସମୟରେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆରେ ଗସ୍ତରେ ଥିବେ, ଯେଉଁ ଦଳର ସେ ନେତୃତ୍ୱ ନେବେ। ତେବେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ରୋହିତଙ୍କ ପାଇଁ କୌଣସି ଅଫିସିଆଲ୍ ଡେପୁଟି ନ ଥିବାରୁ ଟେଷ୍ଟ ଦଳର ଉପ-ଅଧିନାୟକ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ସଂକେତ ମିଳିପାରିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+