IND VS AUS ODI: ଆଜି ତୃତୀୟ ଦିନିକିଆ: ସମ୍ମାନ ପାଇଁ ଖେଳିବ ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍‌ ହାରି ସିରିଜ ହାରିଛି । ତୃତୀୟ ଦିନିକିଆ ଶନିବାର ଖେଳାଯିବ। ଏହି ମ୍ୟାଚ୍‌ ଜିତି ଶୁବମନ ଗିଲ୍‌ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍‌ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ‌ଏହି ମ୍ୟାଚ୍‌ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।

ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍‌ ହାଜେଲ୍‌ଉଡ୍‌ଙ୍କ ବିପକ୍ଷରେ ଖେଳିବାରେ ବିଫଳ ‌ହୋଇଛନ୍ତି। ପର୍ଥ ପରି ଆଡିଲେଡ୍‌ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍‌ ଶୀଘ୍ର ହରାଇଥିଲା ଭାରତ।

IND VS AUS ODI

କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇଥିଲେ। ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍‌ରେ ୭୩ ରନ୍‌ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଦଳ ଅସନ୍ତୁଳିତ ରହୁଛି। ଗତ ଦୁଇ ମ୍ୟାଚ୍‌ରେ ସମାନ ଏକାଦଶ ଖେଳାଇଛନ୍ତି ଗିଲ୍‌। ଶୃଙ୍ଖଳା ପରାଜୟ ପରେ ଚୂଡ଼ାନ୍ତ ଏକାଦଶରେ କିଛି ଅଦଳ ବଦଳ ହେବା ସମ୍ଭାବନା ରହିଛି। ଶୃଙ୍ଖଳାରେ ୩ ୱିକେଟ୍‌ ନେଇଥିବା ୱାସିଂଟନ୍‌ ସୁନ୍ଦର ଓ ହର୍ଷିତ ରାଣାଙ୍କ ବଦଳରେ କୁଲଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ‌ସିଡ୍‌ନିରେ ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ଆଡିଲେଡ୍‌ରେ ମ୍ୟାଥ୍ୟୁ ସର୍ଟ, କୁପର କନୋଲି, ମିଚେଲ ଓଏନ୍‌ ଓ ମାଥ୍ୟୁ ରେନ୍‌ସ' ପଶ୍ଚାତ୍‌ଧାବନ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏମାନଙ୍କ ପ୍ରଦର୍ଶନ ଷ୍ଟିଭ୍‌ ସ୍ମିଥ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ଆଣିଛି। ଶୃଙ୍ଖଳା ଜିତି ସାରିଥିବାରୁ ଅଷ୍ଟ୍ରେଲିଆ ଦଳ ଦୁଇ ତାରକା ବୋଲର ହାଜେଲ୍‌ଉଡ୍‌ ଓ ଷ୍ଟାର୍କଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିଛି।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ମିଚେଲ ମାର୍ସ (ଅଧିନାୟକ), ଟ୍ରାଭିସ୍ ହେଡ୍, ମାଥ୍ୟୁ ସର୍ଟ, ଆଲେକ୍ସ କ୍ୟାରି (ୱିକେଟ୍‌ରକ୍ଷକ), ମାଥ୍ୟୁ ରେନ୍‌ସ', କୁପର କନୋଲି, ମିଚେଲ ଓଏନ୍, ଜାଭିଅର ବାର୍ଟଲେଟ୍‌, ମିଚେଲ ଷ୍ଟାର୍କ/ଜାକ୍‌ ଏଡୱାର୍ଡ୍ସ, ନାଥନ ଏଲିସ୍/ଜୋସ୍‌ ହାଜେଲ୍‌ଉଡ୍, ଆଡାମ ଜାମ୍ପା।

ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର/କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା/ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।

ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓରେ, ଗୌତମ ଗମ୍ଭୀର ମଜା କରି ରୋହିତ ଶର୍ମାଙ୍କୁ କହୁଥିବାର ଦେଖାଯାଉଛି ଯେ ସମସ୍ତେ ଭାବୁଥିଲେ ଯେ ଏହି ମ୍ୟାଚ ତାଙ୍କର ବିଦାୟକାଳୀନ ମ୍ୟାଚ। ଏହି ଫଟୋ ଆଡିଲେଡର ଦ୍ୱିତୀୟ ଏକଦିବସୀୟ ମ୍ୟାଚ ପରେ ଉଠାଯାଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୨ ଉଇକେଟ୍‌ରେ ପରାସ୍ତ କରିଥିଲା।

ମ୍ୟାଚ ପରେ ଭାରତୀୟ ଦଳ ହୋଟେଲରେ ପହଞ୍ଚିଥିଲା। ଭିଡିଓରେ ଥିବା ଅଡିଓ ସ୍ପଷ୍ଟ ନୁହେଁ, କିନ୍ତୁ ଜଣେ ପ୍ରଶଂସକ ଦାବି କରିଛନ୍ତି ଯେ ଗୌତମ ଗମ୍ଭୀର କହୁଥିଲେ, "ରୋହିତ, ସମସ୍ତଙ୍କୁ ଏହା ଲାଗୁଛି କି ଏହା ତୁମର ବିଦାୟକାଳୀନ ମ୍ୟାଚ। ଅତି କମରେ ଏକ ଫଟୋ ପୋଷ୍ଟ କର।

ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ODI ଭବିଷ୍ୟତ ଖବରରେ ରହିଛି। ବିଶେଷକରି ODI ଅଧିନାୟକ ପଦରୁ ହଟାଇବା ପରେ, ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଅବସର ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+