IND vs AUS: ଶେଷ ମ୍ୟାଚ ହାରିଲା ଇଣ୍ଡିଆ, 2-1ରେ ଦିନିକିଆ ସିରିଜକୁ କଲା କବଜା

IND vs AUS ODI Series: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ରାଜକୋଟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ କଙ୍ଗାରୁ ଦଳଠାରୁ 66 ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଏଥି ସହତ ପ୍ରଥମ ଦୁଇଟି ମ୍ୟାଚ ବିଜୟ ପାଇଁ ଭାରତ ଏହି ଘରୋଇ ଦିନିକିଆ ସିରିଜକୁ 2-1ରେ ଜିତି ନେଇଛି ।

ତେବେ ଆଜି ମ୍ୟାଚରେ ଗଗନ ଚୁମ୍ବି ଛାକା ସହାୟତାରେ ଅଧିନାୟକ ରୋହିତ ଶର୍ମା 81 ରନର ଇନିଂସ ଖେଳିଥିଲେ । ସେହିପରି କୋହଲି ବି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଭାରତୀୟ ବୋଲରମାନଙ୍କୁ ଧୋଇଥିଲା । କଙ୍ଗାରୁ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି 352 ରନ୍ ସ୍କୋର କରିଥିଲା । ଏଥିରେ ମିଚେଲ ମାର୍ଶ 96 ରନର ଚମତ୍କାର ଇନିଂସ ଖେଳିଥିଲେ । ଜସପ୍ରୀତ ବୁମରା ଭାରତ ପାଇଁ ସର୍ବାଧିକ 3 ୱିକେଟ୍ ନେଇଥିଲେ ।

IND vs AUS ODI Series

ଅନ୍ୟପଟେ ଆଜି ମ୍ୟାଚରେ ଭାରତର ମିଡିଲ୍ ଅର୍ଡରର ଦୁର୍ବଳତା ପୁଣି ସାମ୍ନାକୁ ଆସିଛି । ଯଦି ଆମେ ରୋହିତ, କୋହଲି ଏବଂ ଆୟରଙ୍କ ଇନିଂସକୁ ଛାଡିଦେଉ । ତେବେ କୌଣସି ବ୍ୟାଟ୍ସମ୍ୟାନ୍ ସନ୍ତୋଷଜନକ ପ୍ରଦର୍ଶନ କରିପାରି ନାହାନ୍ତି । 26 ରନ୍ ସ୍କୋର କରିବା ପରେ କେ.ଏଲ୍ ରାହୁଲ ଆଉଟ୍ ହୋଇଥିଲେ । 8 ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ପାଭିଲିୟନକୁ ଫେରିଥିଲେ । ରବିନ୍ଦ୍ର ଜାଡେଜା ମାତ୍ର 35 ରନ୍ ସ୍କୋର କରିପାରିଛନ୍ତି । ୱାଶିଂଟନ୍ ସୁନ୍ଦର ଆଜି ଓପନ କରିବାର ସୁଯୋଗ ପାଇଥିଲେ । ମାତ୍ର ସେ 18 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ସେହିପରି ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ । ସେ 57 ବଲ ସମ୍ମୁଖରେ 81 ରନ ସ୍କୋର କରିଥିଲେ । ରୋହିତଙ୍କ ଏହି ଇନିଂସରେ 5 ଚୌକା ଓ 6 ଛକା ଅନ୍ତର୍ଭୁକ୍ତ ହୋଇଥିଲା । ସେ କୋହଲିଙ୍କ ସହ ଅର୍ଦ୍ଧ ଶତାବ୍ଦୀର ସହଭାଗିତା କରିଥିଲେ । କୋହଲି 61 ବଲରେ 56 ରନ୍ ସଂଗ୍ରହ କରିଥିଲେ। କୋହଲି 5 ଚୌକା ଓ ଗୋଟିଏ ଛକା ମାରିଥିଲେ । ଶ୍ରେୟସ୍ ଆୟର 43 ବଲରେ 48 ରନ୍ ସଂଗ୍ରହ କରିଥିଲେ । ସେ ଦୁଇଟି ଛକା ଓ ଗୋଟିଏ ଚୌକା ମାରିଥିଲେ ।

ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ବୋଲିଂରେ ଗ୍ଲେନ୍ ମ୍ୟାକ୍ସୱେଲ ଚମତ୍କାର କରିଥିଲେ । ମ୍ୟାକ୍ସୱେଲ 10 ଓଭରରେ 40 ରନ୍ ପାଇଁ 4 ୱିକେଟ୍ ନେଇଥିଲେ । 8 ଓଭରରେ 42 ରନ୍ ପାଇଁ ହାଜଲେଉଡ୍ 2 ୱିକେଟ୍ ନେଇଥିଲେ । ଷ୍ଟାର୍କ, କମିନ୍ସ , ଗ୍ରୀନ୍ ଏବଂ ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+