IND vs AUS, ODI: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର କଙ୍ଗାରୁ ପରୀକ୍ଷା, କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍
ମୋହାଲି: ଏସିଆ କପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଦମ୍ଦାର ପ୍ରଦର୍ଶନ ପରେ ଏବେ ଭାରତର ନଜର ଦିନିକିଆ ବିଶ୍ୱକପ ଉପରେ । ଏହା ପୂର୍ବରୁ ଭାରତ ଦେବେ କଙ୍ଗାରୁ ପରୀକ୍ଷା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ମୋହାଲିରେ ଶୁକ୍ରବାର ମାନେ ୨୨ ସେପ୍ଟେମ୍ବରରେ ଖେଳାଯିବ ।
ଏଥିପାଇଁ ଉଭୟ ବୋର୍ଡ ନିଜ ନିଜର ଟିମ୍ ଘୋଷଣା କରି ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ରୋହିତ-କୋହଲିଙ୍କୁ ବିଶ୍ରାମ ଦେଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ହୋଇଛନ୍ତି ।

ସୂଚନାଥାଉ କି, ମୋହାଲିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍ର ରେକର୍ଡ ଖୁବ୍ ଭଲ ନାହିଁ । ଆଜି ଯାଏଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ମୋହାଲିରେ ଦିନିକିଆ ଫର୍ମାଟରେ ପରାସ୍ତ କରିନାହିଁ । ଏହି ଷ୍ଟାଡିୟମ୍ରେ ଦିନିକିଆ ଫର୍ମାଟରେ ପ୍ରତି ଥର କଙ୍ଗାରୁ ଟିମ୍ ଭାରତୀୟ ଟିମ୍ ଚକମା ଦେଇଥାଏ ।
ତେଣୁ ଏହି ସିରିଜରେ ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଗତ ସିରିଜ୍ରେ ଅଷ୍ଟ୍ରେଲିଆ ଟିମ୍ ଭାରତକୁ ପରାସ୍ତ କରିଥିଲା । ୨୦୧୯-୨୦୨୩ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଦ୍ୱିପାକ୍ଷିକ ସିରିଜ୍ ଖେଳା ଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଟିମ୍ ମଧ୍ୟରେ ୪ଟି ସିରିଜ୍ ଖେଳା ଯାଇଥିଲା । ଯେଉଁଥିରେ ଉଭୟ ଟିମ୍ ୨-୨ରେ ବରାବର ରହିଛି । କିନ୍ତୁ ଗତ ସିରିଜରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା । ତେଣୁ ଗତ ସିରିଜର ବଦଲା ନେବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କିନ୍ତୁ ଭାରତୀୟ ଟିମ୍ ପାଇଁ ଏହି ରାସ୍ତା ଏତେ ସହଜ ହେବ ନାହିଁ । ତେଣୁ ଅପେକ୍ଷା ରହିଲା କି ମୋହାଲୀରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇବାକୁ କେତେ ସକ୍ଷମ ହେଉଛି ।
ସୂଚନାଯୋଗ୍ୟ ଯେ, ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେରଲିଆର ପଲ୍ଲା ଭାରି ରହିଛି । ଏବେ ଯାଏଁ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଦିନିକିଆ ଫର୍ମାଟରେ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୮୨ ମ୍ୟାଚରେ ହରାଇଛି । ଯାହାକି ଭାରତୀୟ ଟିମକୁ ପ୍ରାୟ ୫୪ଥର ସଫଳତା ହାସଲ ହୋଇଛି । ଏହାବ୍ୟତୀତ ଭାରତ ମାଟିରେ ଭାରତ ଏବଂ ଅଷ୍ଟ୍ରେଲିଆର ୬୭ଥର ସାମ୍ନାସାମ୍ନି ହୋଇଛନ୍ତି । ଅଷ୍ଟ୍ରେଲିଆ ଭାରତକୁ ୩୨ଥର ହରାଇଛି । ଭାରତୀୟ ଦଳ ନିଜ ମାଟିରେ ଅଷ୍ଟ୍ରେଲିଆକୁ ୩୦ ଥର ହରାଇବାରେ ସଫଳ ହୋଇଛି ।
ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ର ପ୍ରଥମ ମ୍ୟାଚ୍ ମୋହାଲି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ସେପ୍ଟେମ୍ବର ୨୨ରେ ପ୍ରଥମ ମୁକାବିଲା ଖେଳାଯିବ । ଏଥିପାଇଁ ଆଜି ଭାରତୀୟ ଟିମ୍ ମୋହାଲି କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚି ସାରିଛି । ସେପଟେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ ମୋହାଲିରେ ପହଞ୍ଚି ସାରିଛି ।
ଭାରତ-ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳସୂଚୀ
- ପ୍ରଥମ ଦିନିକିଆ- ସେପ୍ଟେମ୍ବର ୨୨, ମୋହାଲି
- ଦ୍ଵିତୀୟ ଦିନିକିଆ- ସେପ୍ଟେମ୍ବର ୨୪, ଇନ୍ଦୋର
- ତୃତୀୟ ଦିନିକିଆ- ସେପ୍ଟେମ୍ବର ୨୭, ରାଜକୋଟ୍
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ
- କେଏଲ ରାହୁଲ(ଅଧିନାୟକ/ୱିକେଟକିପର), ରବୀନ୍ଦ୍ର ଜାଡ଼େଜା(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ଼, ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଇଶାନ କିଷନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ଓ୍ଵାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣ ।
- ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ
- ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।
- ଅଷ୍ଟ୍ରେଲିଆ ଦଳ
- ପାଟ୍ କମିନ୍ସ(ଅଧିନାୟକ), ସିନ୍ ଏବଟ, ଆଲେକ୍ସ କେରୀ, ନାଥନ ଏଲିସ, କ୍ୟାମେରୁ ଗ୍ରୀନ, ଜୋଶ ହେଜେଲଉଡ, ଜୋସ ଇଂଗ୍ଲିଶ, ସ୍ପେନସର ଜନସନ, ମାର୍ନସ ଲାବୁସେନ, ମିଚେଲ୍ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ତନବୀର ସାଙ୍ଘା, ମାଥ୍ୟୁ ସର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ଡେଭିଡ୍ ଓ୍ଵାର୍ଣ୍ଣର, ଆଡମ ଜାମ୍ପା।












Click it and Unblock the Notifications