ତୃତୀୟ ଦିନିକିଆ: କର ବା ମର ମୁକାବିଲା, ଭାରତ ଆଗରେ ବିଶାଳ ବିଜୟ ଲକ୍ଷ୍ୟ
ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୨୬୯ ରନର ଲଢୁଆ ସ୍କୋର କରିପାରିଛି । ଏବେ ଭାରତ ଆଗରେ ବିଜୟ ଲକ୍ଷ୍ୟ ୨୭୦ ରନ ରହିଛି ।

ଚେନ୍ନଇ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୨୬୯ ରନର ଲଢୁଆ ସ୍କୋର କରିପାରିଛି । ଏବେ ଭାରତ ଆଗରେ ବିଜୟ ଲକ୍ଷ୍ୟ ୨୭୦ ରନ ରହିଛି । ମିଚେଲ୍ ମାର୍ଶ ସର୍ବାଧିକ ୪୭ ରନ କରିଛନ୍ତି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ୱେକେଟ୍ ନେଇଛନ୍ତି।
ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଦୁଇ ଓପନର ମିଚେଲ୍ ମାର୍ଶ ଏବଂ ଟ୍ରେଭିସ୍ ହେଡ୍ ଭଲ ପାର୍ଟନରସିପ କରିଥିଲେ । ଟ୍ରେଭିଡ୍ ୩୧ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୩୩ ରନ କରିଥିଲେ। ପୁଣି ଷ୍ଟିଭ୍ ସ୍ମିଥ୍ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ହାର୍ଦ୍ଦିକ। ଏହା ପରେ ଅଷ୍ଟ୍ରେଲିଆ ଲଗାତାର ଆଉ ୨ଟି ୱିକେଟ୍ ହରାଇ ଚାପରେ ପଡିଥିଲା। ମିଚେଲ୍ ମାର୍ଶ ୪୭ ରନ କରି ଆଉଟ୍ ହୋଇଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୩ ରନ କରିଥିଲେ। ମାର୍ନସ ଲାବୁସେନ(୨୮ ରନ) ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲା ।
ଏହା ପରେ ଆଲେକ୍ସ କେରି ଏବଂ ମାର୍କସ ଷ୍ଟୋଇନିସ୍ ପଞ୍ଚମ ୱିକେଟରେ ୫୮ ରନ ଯୋଡି ଦଳର ସ୍କୋରକକୁ ୨୦୦ ପହଞ୍ଚାଇଥିଲେ। ଷ୍ଟୋଇନିସ୍(୨୫ ରନ) ପାଭିଲିୟନ ଫେରିଥିଲେ। ଭଲ ଆରମ୍ଭ ମିଳିଥିଲେ ହେଁ ଆଲେକ୍ସ କେରି ୩୮ ରନ କରି ଆଉଟ୍ ହୋଇଥିଲେ। ନିମ୍ନ କ୍ରମରେ ସିନ୍ ଆବୋଟ୍(୨୬ ରନ) ଏବଂ ଆଷ୍ଟନ ଏଗର(୧୦ ରନ) କରିଥିଲେ। ମିଚେଲ୍ ଷ୍ଟାର୍କ(୧୦)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ।












Click it and Unblock the Notifications