ତୃତୀୟ ଦିନିକିଆ: ଆଜି ସିରିଜ ଡିସାଇଡର, ଟସ୍ ହାରିଲେ ରୋହିତ ଶର୍ମ
ଟସ୍ ହାରି ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଆମେ ପ୍ରଥମେ ଫିଲ୍ଡିଂ କରିବାକୁ ଚାହୁଁଥିଲୁ ।

ଚେନ୍ନଇ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅତିଥି ଅଷ୍ଟ୍ରେଲିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଆଜି ମ୍ୟାଚ ସିରିଜ ଡିସାଇଡର ବା ନିର୍ଣ୍ଣାୟକ ଲଢେଇ ହୋଇଛି । ସେପଟେ ଟସ୍ ହାରି ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଆମେ ପ୍ରଥମେ ଫିଲ୍ଡିଂ କରିବାକୁ ଚାହୁଁଥିଲୁ ।
ତେବେ ଚେନ୍ନଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମର ପିଚ୍ ସର୍ବଦା ମନ୍ଥର ଗତିର ବୋଲରଙ୍କୁ ସୁହାଇଥାଏ । ଏଠାରେ ପାଗ ଆଦ୍ର ଓ ପବନ ବହିଥାଏ । ତେଣୁ ଏହାର ଫାଇଦା ନେଇ ଭାରତୀୟ ଟିମ୍ ଆଜି ତିନି ଜଣ ସ୍ପିନରଙ୍କୁ ସୁଯୋଗ ଦେଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି । ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ସେପଟେ ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶରେ ଆଜି ଦୁଇଟି ପରିବର୍ତ୍ତନ ହୋଇଥିବା କହିଛନ୍ତି ଅଧିନାୟକ ଷ୍ଟିଭ୍ ସ୍ମିଥ୍ । ଅଲରାଉଣ୍ଡର ଆଷ୍ଟନ ଅଗର ଓ ଓପନ ଡେଭିଡ ୱାର୍ଣ୍ଣ ଏକାଦଶକୁ ଫେରିଛନ୍ତି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ।
- ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ନସ୍ ଲାବୁସାଗ୍ନେ, ଆଲେକ୍ସ କେରେ (ୱିକେଟକିପର), ମାର୍କସ୍ ଷ୍ଟୋଇନିସ୍, ଆଷ୍ଟନ୍ ଅଗର, ସଚନ୍ ଆବଟ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା ।












Click it and Unblock the Notifications