Get Updates
Get notified of breaking news, exclusive insights, and must-see stories!

ନାଗପୁର ଟେଷ୍ଟ: ଭାରତକୁ ନାକେଦମ୍ କଲେ ମର୍ଫି, ଡେବ୍ୟୁ ମ୍ୟାଚରେ ହାତେଇଲେ ୫ ୱିକେଟ୍

ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଟଡ୍ ମର୍ଫି ଭାରତୀୟ ବ୍ୟାଟରମାନଙ୍କୁ ଅସୁବିଧାରେ ପକାଇଛନ୍ତି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ନୂଆ ରେକର୍ଡ କରିଛନ୍ତି ସ୍ପିନ ବୋଲର ଟଡ୍‌ ମର୍ଫି ।

IND vs AUS, Nagpur Test

ନାଗପୁର: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ବଡ ଆଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ଶତକୀୟ ପାଳି, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ବିତୀୟ ଦିନର ଷ୍ଟମ୍ ଅପସାରଣ ସୁଦ୍ଧା ସାତ ୱିକେଟ ହରାଇ 321 ରନ ସଂଗ୍ରହ କରିଛି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଟଡ୍ ମର୍ଫି ଭାରତୀୟ ବ୍ୟାଟରମାନଙ୍କୁ ଅସୁବିଧାରେ ପକାଇଛନ୍ତି ।

ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ନୂଆ ରେକର୍ଡ କରିଛନ୍ତି ସ୍ପିନ ବୋଲର ଟଡ୍‌ ମର୍ଫି। ସେ ଭାରତ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରି ଦ୍ୱିତୀୟ ଅଷ୍ଟ୍ରେଲୀୟ ବୋଲର ଭାବେ ୫ ବା ତା' ଠାରୁ ଅଧିକ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି । ବିରାଟ କୋହଲି, ଚିତେଶ୍ୱର ପୂଜାରା, କେ ଏଲ ରାହୁଲ, ଆର ଅଶ୍ୱିନୀଙ୍କ ସହ କେଏସ୍ ଭରତଙ୍କର ୱିକେଟ୍ ନେଇଛନ୍ତି ମର୍ଫି ।

ମର୍ଫିଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଭାରତରେ ଡେବ୍ୟୁ କରି ୫ କିମ୍ବା ତା'ଠାରୁ ଅଧିକ ୱିକେଟ ଦଖଲ କରିବାର ରେକର୍ଡ ସ୍ପିନର ଜାସନ କ୍ରେଜାଙ୍କ ନାଁରେ ରହିଥିଲା। କ୍ରେଜା ୨୦୦୮ ନଭେମ୍ବର ମାସରେ ସମାନ ଭେନ୍ୟୁରେ ଭାରତ ବିପକ୍ଷ ଟେଷ୍ଟରେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମର୍ଫୀ ଅଷ୍ଟ୍ରେଲିଆର ୪ର୍ଥ ଅପସ୍ପିନର ଯିଏ ଡେବ୍ୟୁ ଟେଷ୍ଟରେ ୫ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି ।

ତେବେ ୨୨ ବର୍ଷୀୟ ଟଡ୍ ମର୍ଫିଙ୍କୁ ନାଥନ୍ ଲାୟନଙ୍କ ଉତ୍ତରାଧିକାରୀ ବି କେହି କେହି କହୁଛନ୍ତି ଅଷ୍ଟ୍ରେଲିଆର ଅନୁଭବୀ ସ୍ପିନର ଜାମ୍ପାଙ୍କ ଅନୁପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଟଡ୍ ମର୍ଫି । ଦଳର ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିଥିବା ବେଳେ, ଏହି ଭରସାକୁ ମଧ୍ୟ ଭାଙ୍ଗି ନାହାଁନ୍ତି ମର୍ଫି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+