ସମୟ ଯେତେବେଳେ ଖରାପ ପଡେ...

ଖରାପ ଫର୍ମ ସହ ଚାଲିଗଲା ଉପ-ଅଧିନାୟକ ପଦ । ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ କେଏଲ ରାହୁଲ ଆଉଟ୍ । ରବିବାର ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି ।

KL Rahul

ନୂଆଦିଲ୍ଲୀ: ଖରାପ ଫର୍ମ ସହ ଚାଲିଗଲା ଉପ-ଅଧିନାୟକ ପଦ । ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ କେଏଲ ରାହୁଲ ଆଉଟ୍ । ରବିବାର ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି ।ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଥିବା ପ୍ରେସ ବିବୃତିରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଦସ୍ତଖତ ରହିଛି । ହେଲେ ରାହୁଲଙ୍କ ନାଁ ଆଗରେ ଉପ ଅଧିନାୟକ ଲେଖା ଯାଇନି । ତେଣୁ ରାହୁଲ ଖରାପ ଫର୍ମ ପାଇଁ ଟେଷ୍ଟ ମ୍ୟାଚ୍‌ରେ ଭାରତର ଉପ ଅଧିନାୟକ ପଦ ହରାଇଥିବା କୁହାଯାଉଛି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ କେଏଲ ରାହୁଲ ଦଳର ଉପ-ଅଧିନାୟକ ରହିଥିଲେ । ହେଲେ ତୃତୀୟ ଓ ଚତୁର୍ଥ ଟେଷ୍ଟରେ କିନ୍ତୁ ସେପରି ହେଇନି । ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରାହୁଲଙ୍କ ଠାରୁ ଏବେ ଉପ-ଅଧିନାୟକ ପଦ ମଧ୍ୟ ଛଡେଇ ନିଆଯାଇଛି । ତେବେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ହଟାଇବାକୁ ମଧ୍ୟ ଅନେକ ଦାବି ଉଠୁଥିଲା । ହେଲେ ଏହାପରେ ବି କେବଳ ପଦ ଛଡେଇ, ଟିମରେ ରାହୁଲଙ୍କୁ ଜାଗା ଦେଇଛି ମ୍ୟାନେଜମେଣ୍ଟ ।

ଡିସେମ୍ବର ମାସରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ରାହୁଲ ଦଳର ନେତୃତ୍ୱ ନେଇଥିଲେ। ହେଲେ ଏବେ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯିବା ସମସ୍ତଙ୍କୁ ଚକିତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମଧ୍ୟ ରାହୁଲ ରହିଛନ୍ତି। ହେଲେ ଈଶାନ କିଶନଙ୍କୁ ଦଳର ୱିକେଟ କିପର ଭାବେ ଚୟନ କରାଯାଇଛି। ରାହୁଲଙ୍କ ନାଁ ପାଖରେ ୱିକେଟ କିପର ଟ୍ୟାଗ୍‌ ମଧ୍ୟ ନାହିଁ। ତେବେ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ୱିକେଟ କିପର ଦାୟିତ୍ୱ ଦେବା ସହ ସେ ୫ନଂରେ ବ୍ୟାଟିଂ କରିପାରନ୍ତି ବୋଲି ସଙ୍କେତ ଦେଇଛି।

କେଏଲ ରାହୁଲ ଏହା ପୂର୍ବରୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ମଧ୍ୟ ଉପ-ଅଧିନାୟକ ରହିଥିଲେ । ହେଲେ ଖରାପ ଫର୍ମ କାରଣରୁ ତାଙ୍କୁ ସେ ପଦରୁ ମଧ୍ୟ ହଟିବାକୁ ପଡିଥିଲା । ତେଣୁ ବର୍ତ୍ତମାନ ଟେଷ୍ଟ ଫର୍ମାଟରେ ମଧ୍ୟ ସେହି ସମାନ ଘଟଣା ଦେଖିବାକୁ ମିଳିପାରେ । କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ବାହାର କରିବା ପରେ ଦିନିକିଆ ଓ ଟି-୨୦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ ଦଳ ପାଇଁ କିଛି ମ୍ୟାଚରେ ନେତୃତ୍ୱ ବି ନେଇଥିଲେ । ଏଥିରେ ସଫଳ ହେବା ପରେ ଏବେ ପାଣ୍ଡ୍ୟା ନିୟମିତ ଭାବେ ଦିନିକିଆ ଓ ଟି-୨୦ ଦଳର ଉପ-ଅଧିନାୟକ ଓ ଅଧିନାୟକ ପଦରେ ରହି ଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+