Get Updates
Get notified of breaking news, exclusive insights, and must-see stories!

IND vs AUS: ଆଜି ଚତୁର୍ଥ ଟି-୨୦, ସିରିଜ ଅଗ୍ରଣୀ ଲକ୍ଷ୍ୟରେ ଭାରତ

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଏଠାରେ ଗୁରୁବାର ଘରୋଇ ଦଳ ବିପକ୍ଷରେ ଚତୁର୍ଥ ଟ୍ବେଣ୍ଟି-୨୦ ଖେଳିବ। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି-୨୦ ବର୍ଷା ଯୋଗୁଁ ବାତିଲ ହେବା ପରେ ଦ୍ବିତୀୟକୁ ଘରୋଇ ଦଳ ଏବଂ ତୃତୀୟକୁ ଭାରତ ଜିତି ନେଇଛନ୍ତି। ଫଳରେ ଏହି ଶୃଙ୍ଖଳା ‌ଏବେ ୧-୧ ସମାନ ସ୍ତରରେ ରହିଛି। ‌ଗତ ମ୍ୟାଚ୍‌ରେ ଜୋସ୍‌ ହାଜେଲଉଡ୍‌ଙ୍କୁ ବିଶ୍ରାମ ଦେବା ଘରୋଇ ଦଳ ପାଇଁ କାଳ ହୋଇଥିଲା।

ଏହି ଦଳ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅଟକାଇବାରେ ସମର୍ଥ ହୋଇ ପାରି ନଥିଲା। ଚତୁର୍ଥ ମ୍ୟାଚ୍‌ରେ ଏହାର ଓପନର୍‌ ଟ୍ରାଭିସ୍‌ ହେଡ୍‌ ଖେଳିବେନି। ସେଫିଲ୍ଡ ସିଲ୍‌ଡ ଲାଗି ଦଳରୁ ତାଙ୍କୁ ମୁକ୍ତ କରାଯାଇଛି। ଘରୋଇ ଦଳର ଦୁଇ ମୁଖ୍ୟ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ଶେଷ ‌ମ୍ୟାଚ୍‌ ପୂର୍ବରୁ ଭାରତ ୨-୧ରେ ଅଗ୍ରଣୀ ନେବାର ବଡ଼ ସୁଯୋଗ ରହିଛି।

IND vs AUS Fourth T20I today

ଓପନର୍‌ ଶୁବମନ ଗିଲ୍‌ ଗତ ୬ ମ୍ୟାଚ୍‌ରେ ଅର୍ଦ୍ଧଶତକଟିଏ ନକରିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଟ୍ବେଣ୍ଟି-୨୦ରେ ୨୦ ବଲ୍‌ରୁ ୩୭* ରନ୍‌ ତାଙ୍କର ଶ୍ରେଷ୍ଠ ରହିଛି। ତେବେ ବିଶ୍ବର ୧ନମ୍ବର ବ୍ୟାଟର୍‌ ଅଭିଷେକ ଶର୍ମା ଗୋଟିଏ ଅର୍ଦ୍ଧଶତକ ସହ ଭଲ ଆରମ୍ଭ ଦେଉଛନ୍ତି। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଓ ତୃତୀୟ ମ୍ୟାଚ୍‌ରେ ଭଲ କରିଛନ୍ତି। ଯାହା ଦଳକୁ ଆଶ୍ବସ୍ତି ଦେଇଛି।

ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଲାଗି କୁଲଦୀପ ଯାଦବଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିଲା ବେଳେ ଆହତ ‌ନୀତୀଶ କୁମାର ରେଡ୍ଡୀ ଫିଟ୍‌ ହୋଇ ଦଳକୁ ଫେରିଛନ୍ତି। ହେଲେ ଭାରତ ଗତ ମ୍ୟାଚ୍‌ରେ ଖେଳିଥିବା ଏକାଦଶରେ କୌଣସି ଅଦଳବଦଳ କରିବାର ସମ୍ଭାବନା ରହିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଟେଷ୍ଟ ସିରିଜ ନଭେମ୍ୱର ୧୪ରୁ ଆରମ୍ଭ ହେବ । ଇଂଲଣ୍ଡରେ ଆହତ ହୋଇଥିବା ରିଷଭ ପନ୍ତ ଟିମକୁ ଫେରିଛନ୍ତି । ସେହିପରି ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ପୁଣି ଥରେ ମହମ୍ମଦ ଶାମିଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଘରୋଇ ସିରିଜରେ ଶାମିଙ୍କ ପ୍ରଦର୍ଶନ ଓ ଟିମ୍ ସିଲେକ୍ସନକୁ ନେଇ ନିକଟରେ ବାକ୍ ଯୁଦ୍ଧ ପରେ ଅନୁମାନ କରାଯାଉଥିଲା ଯେ ଶାମିଙ୍କୁ ସୁଯୋଗ ମିଳିପାରେ । କିନ୍ତୁ ଟିମରେ ସୁଯୋଗ ମିଳିପାରି ନାହିଁ ।

​​​​​​​ଏହି ଟେଷ୍ଟ ସିରିଜକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁପ୍ରତୀକ୍ଷିତ ମୁକାବିଲା ବୋଲି କୁହାଯାଉଛି । ୱାଲର୍ଡ ଟେଷ୍ଟ ଚାମ୍ପିଅନଶିପ ଚକ୍ର ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ । ଟେଷ୍ଟ ସିରିଜର ପ୍ରଥମ ମୁକାବିଲା କୋଲକାତାର ଇଡନ ଗାର୍ଡନ୍ସରେ ନଭେମ୍ୱର ୧୪ରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ନଭେମ୍ୱର ୨୨ରେ ଗୌହାଟୀରେ ଖେଳାଯିବ ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଟିମର ସଦସ୍ୟ ଥିବା ଅଧିକାଂଶ କେଳାଳିଙ୍କୁ ସ୍ଥାନ ମିଳିଛି । କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି । ରଣଜୀ ଟ୍ରଫିରେ କରୁଣ ନାୟକ ପୁଣି ଚମତ୍କାର ଫର୍ମରେ ଅଛନ୍ତି । ଭାରତୀୟ ଟିମରେ ଅକ୍ଷର, କୁଲଦୀପ, ସୁନ୍ଦର ଓ ଜାଡେଜା ଭାବେ ଚାରି ଜଣ ସ୍ପିନରଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ଯଶପ୍ରୀତ ବୁମରା, ସିରାଜ ଓ ଆକାଶ ଦୀପ ଫାଷ୍ଟ ବୋଲର ଭୂମିକାରେ ରହିବେ । ନୀତୀଶ ରେଡ୍ଡୀ ପେସ୍ ବୋଲିଂ ଅଲରାଉଣ୍ଡର ଭାବେ ଟିମରେ ଅଛନ୍ତି । ​​​​​​​

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+