Get Updates
Get notified of breaking news, exclusive insights, and must-see stories!

IND vs AUS: ଟିକେ ତ ସମ୍ମାନ ଦିଅ, ମାର୍ଶ ବିଶ୍ୱକପ ଟ୍ରଫିରେ ପାଦ ଦେଇ ଫଟୋ ଉଠାଇବା ପରେ ସମାଲୋଚନା

ବିଜୟ ପରେ ମାର୍ଶ ଟ୍ରଫିରେ ପାଦ ରଖି ଡ୍ରେସିଂ ରୁମରେ ବସିଥିବାର ନଜର ଆସିଥିଲେ । ଏହାକୁ ନେଇଁବହୁ ସମାଲୋଚନା କରାଯାଉଛି । ପ୍ରଶଂସକମାନେ ଏହି ଆଚରଣକୁ ଭୁଲ ବୋଲି କହିଥିଲେ ଏବଂ ଟ୍ରଫି ପାଇଁ ସେମାନଙ୍କର କିଛି ସମ୍ମାନ ରହିବା ଉଚିତ୍ ବୋଲି କହିଥିଲେ । ଆସନ୍ତୁ ସୋସିଆଲ ମିଡିଆରେ ଏ ନେଇ ପ୍ରତିକ୍ରିୟା ଦେଖିବା ।

ନଭେମ୍ବର ୧୯ (ରବିବାର) ରେ ଅହମ୍ମଦାବାଦରେ ଭାରତ ଉପରେ ୬ଟି ୱିକେଟରେ ଜିତିବା ପରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଆସିଥିବା ଏକ ଚିତ୍ରରେ ଏହି ପଶ୍ଚିମ ଅଷ୍ଟ୍ରେଲୀୟ ଖେଳାଳି ଟ୍ରଫିରେ ପାଦ ରଖି ବସିଥିବାର ନଜର ଆସିଥିଲେ ଏବଂ କ୍ରିକେଟ୍ ପ୍ରଶଂସକମାନେ ଏହାକୁ ତୀବ୍ର ସମାଲୋଚନା କରୁଛନ୍ତି ।

Ind vs aus final

ମାର୍ଶ, ଯିଏକି ୨୦୧୫ ରେ ଅଷ୍ଟ୍ରେଲିଆର ବିଶ୍ୱ ଚାମ୍ପିଅନ୍ ଦଳର ଏକ ଅଂଶ ଥିଲେ, ରବିବାର ଦିନ ୧୫ ରନ୍ ସ୍କୋର କରିବା ପରେ ଜସପ୍ରୀତ ବୁମ୍ରାଙ୍କ ବଲରେ କେ.ଏଲ୍ ରାହୁଲ ତାଙ୍କ କ୍ୟାଚ୍ ଧରିଥିଲେ ।

ତେବେ ବିଜୟ ପରେ ତାଙ୍କୁ ଟ୍ରଫିରେ ପାଦ ଦେଇ ଡ୍ରେସିଂ ରୁମରେ ବସିଥିବାର ନଜର ଆସିଥିଲେ। ଏହାକୁ ବହୁ ସମାଲୋଚନା କରାଯାଉଛି । ପ୍ରଶଂସକମାନେ ଏହି ଆଚରଣକୁ ଭୁଲ ବୋଲି କହିଥିଲେ ଏବଂ ଟ୍ରଫି ପାଇଁ ସେମାନଙ୍କର କିଛି ସମ୍ମାନ ରହିବା ଉଚିତ୍ ବୋଲି କହିଥିଲେ। ଆସନ୍ତୁ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବା ...

ବିରାଟ କୋହଲି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ରଖିଛନ୍ତି

ଦିନିକିଆ ବିଶ୍ୱକପ ୨୦୨୩ରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ପ୍ରଥମ ନାମ ହେଉଛି ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଯିଏ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ରବିବାର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୪ ରନ୍ ସଂଗ୍ରହ କରିବା ପରେ ପୂର୍ବତନ ଅଧିନାୟକ ବିଶ୍ଵକପରେ ଗୋଟିଏ ଇଭେଣ୍ଟରେ ୭୦୦ ରନ୍ ମାର୍କ ଅତିକ୍ରମ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବିରାଟ ୧୦୧.୫୭ ହାରାହାରିରେ ୭୬୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୯୦.୬୮ ରହିଛି । ଯେଉଁଥିରେ ତିନି ଶତକ ଏବଂ ଛଅ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ତାଙ୍କର ୫୦ ତମ ଦିନିକିଆ ଶତକ ମଧ୍ୟ ପୂରଣ କରିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+