IND vs AUS: ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆର ବୋଲିଂ
କେରଳର ଥିରୁଅନନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ରେ ରବିବାର ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଭାରତ ୨-୦ ରେ ଆଗୁଆ ରହିବାର ଲକ୍ଷ୍ୟ ନେଇ ଖେଳିବ । ସେହିପରି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ସିରିଜ ୧-୧ ରେ ବରାବର କରିବାକୁ ଚେଷ୍ଟା କରିବ ।
ପ୍ରଥମ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ଦେଖିଲେ ଦ୍ବିତୀୟ ମ୍ୟାଚ୍ ସେମାନଙ୍କ ପାଇଁ ପରୀକ୍ଷା ଭଳି । ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ସ୍ପିନର ରବି ବିଷ୍ଣୋଇ ଠିକ୍ ଖରାପ ପ୍ରଦର୍ଶନ କରିଥିଲେ । ଏହି ତିନିଜଣ ବ୍ୟୟବହୁଳ ହୋଇଥିଲା ବେଳେ ମୁକେଶ କୁମାର ଓ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ପ୍ରତିପକ୍ଷଙ୍କୁ ନିୟନ୍ତ୍ରଣରେ ରଖିପାରିଥିଲେ ।

ଭାରତୀୟ ଚୁଡାନ୍ତ ଏକାଦଶ: ଋତୁରାଜ ଗାଏକ୍ବାଡ, ଈଶାନ କିଶନ (ୱିକେଟ କିପର), ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।
ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଷ୍ଟିଭେନ୍ ସ୍ମିଥ୍, ମାଥ୍ୟୁ ସର୍ଟ, ଜୋସ୍ ଇଂଲିସ୍, ମାର୍କସ୍ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାଥ୍ୟୁ ୱେଡ ( ଅଧିନାୟକ ଓ ୱିକେଟ କିପର), ସିନ ଆବଟ, ନାଥାନ୍ ଏଲିସ୍, ଆଡ଼ାମ ଜାମ୍ପା, ତାନଭୀର ସାଙ୍ଗ
ଶେଷ ମ୍ୟାଚରେ ଭାରତର ପ୍ରଦର୍ଶନ
ଟାର୍ଗେଟକୁ ଗୋଡ଼ାଇବାକୁ ଆସିଥିବା ଟିମ୍ ଇଣ୍ଡିଆର ଭଲ ଆରମ୍ଭ ବକରି ନଥିଲା ଏବଂ ତୃତୀୟ ଓଭର ଶେଷ ହେବା ପୂର୍ବରୁ ମାତ୍ର ୨୨ ରନରେ ଦୁଇଟି ୱିକେଟ୍ ହରାଇଥିଲେ । ଏହା ପରେ ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍ ପାଇଁ ୧୨୨ ରନର ଭାଗିଦାରୀ କରି ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ରଖିଥିଲେ । ମଧ୍ୟମ ଓଭରରେ କ୍ରମାଗତ ଭାବେ ଭାରତ ଦୁଇଟି ୱିକେଟ୍ ହରାଇଥିଲା, ପୁଣି ଥରେ ସୁର୍ଯ୍ୟକୁମାରଙ୍କ ସହ ରିଙ୍କୁ ସିଂ ପଞ୍ଚମ ୱିକେଟ୍ ପାଇଁ 40 ରନ୍ ଯୋଡିଥିଲେ । ଶେଷ ବଲରେ ରିଙ୍କୁ ଛକା ମାରିଥିଲେ ମଧ୍ୟ ଏହା ଏକ ନୋ ବଲ୍ ଥିଲା ଏବଂ ଭାରତ ଏହି ମ୍ୟାଚ୍ ଜିତିଥିଲା ।












Click it and Unblock the Notifications