IND vs AUS: ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ସେମାନଙ୍କର ପ୍ଲେଇଂ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଥିଲା। ଏହି ମ୍ୟାଚ୍ ପାଇଁ ଭାରତ ଅପରିବର୍ତ୍ତିତ ରହିଛି। ଏହାର ଅର୍ଥ ହେଉଛି ଅର୍ଶଦୀପ ସିଂହ ମଧ୍ୟ ଏହି ମ୍ୟାଚ୍ ଖେଳିବେ ନାହିଁ।
୯୦,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ଏହି ମ୍ୟାଚ୍କୁ ଆହୁରି ରୋଚକ ଓ ରୋମାଞ୍ଚକ କରିବ। ତେବେ ମେଲ୍ବର୍ଣ୍ଣରେ ଦିନ ସାରା ଝିପି ଝିପି ବର୍ଷା ହେବା ସହ ସଂଧ୍ୟାରେ ବି ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ଉଭୟ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇପାରେ। ଏଥିପାଇଁ ମ୍ୟାଚ୍ରେ ମଧ୍ୟ ଏକାଧିକ ବର୍ଷା ବ୍ୟାଘାତ ହେଖିବାକୁ ମିଳିପାରେ।
ପରିସ୍ଥିତି ଯାହା ହେଉନା କାହିଁକି ଏହି ମ୍ୟାଚ୍ରେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ଦଳ ନିର୍ଭୀକ କ୍ରିକେଟ୍ ଖେଳିବ। ଯାହାର ଝଲକ ଶୃଙ୍ଖଳା ଆରମ୍ଭରୁ ଅର୍ଥାତ୍ ପ୍ରଥମ ଟ୍ବେଣ୍ଟି-୨୦ରେ ଦେଖିବାକୁ ମିଳି ସାରିଛି। କାନବେରାରେ ଲଗାଣ ବର୍ଷା ପାଇଁ ଭାରତ ପାଳିର ୯.୪ ଓଭର ପରେ ମ୍ୟାଚ୍ ବାତିଲ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା କିନ୍ତୁ ଏହି ମ୍ୟାଚ୍ର ସବୁଠୁ ସକାରାତ୍ମକ ଦିଗ ଥିଲା।

ଏମ୍ସିଜିରେ ଭାରତର ରେକର୍ଡ ଭଲ ଅଷ୍ଟ୍ରେଲିଆର ଏମ୍ସିଜି ପଡ଼ିଆ ଭାରତୀୟ ଦଳ ପାଇଁ ସବୁବେଳେ ଶୁଭଙ୍କର ରହି ଆସିଛି। ଟିମ୍ ଇଣ୍ଡିଆ ଏଠାରେ ଖେଳିଥିବା ୬ଟି ଟ୍ବେଣ୍ଟି-୨୦ରୁ ୪ଟି ଜିତିବା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଏଣୁ ଶୁକ୍ରବାର ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ବାହିନୀ ଏହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ।
ଉଭୟ ଦଳ ପାଇଁ ପ୍ଲେଇଂ ଏକାଦଶ
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ଉଇକେଟକିପର), ଶିବମ୍ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ।
ଅଷ୍ଟ୍ରେଲିଆ: ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍ (ଉଇକେଟକିପର), ଟିମ୍ ଡେଭିଡ୍, ମିଚେଲ ଓୱେନ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ସର୍ଟ, ଜାଭିୟର ବାର୍ଟଲେଟ୍, ନାଥନ୍ ଏଲିସ୍, ମାଥ୍ୟୁ କୁହ୍ନେମାନ, ଜୋଶ୍ ହାଜେଲଉଡ୍।












Click it and Unblock the Notifications