For Quick Alerts
Turn On Notification  
For Daily Alerts
Oneindia App Download

ଆହୁରୀ ବଢିଲା ଆହାତ ସମସ୍ୟା: 5ଟି ବଲ ବୋଲିଂ କରି ପାଭିଲିଅନ ଫେରିଲେ ସାଇନ

ଭ୍ରମଣକାରୀ ଭାରତୀୟ ଦଳ ପାଇଁ ପୁଣି ବଢିଲା ଆହାତ ସମସ୍ୟା । ମ୍ୟାଚ ମଝିରେ ଆହତ ହୋଇ ପାଭିଲିଅନ ଫେରିଲେ ଦଳର ପ୍ରମୁଖ ଦୃତ ବୋଲର ନବଦୀପ ସାଇନ ।

|

ବ୍ରିସବେନ: ଭ୍ରମଣକାରୀ ଭାରତୀୟ ଦଳ ପାଇଁ ପୁଣି ବଢିଲା ଆହାତ ସମସ୍ୟା । ମ୍ୟାଚ ମଝିରେ ଆହତ ହୋଇ ପାଭିଲିଅନ ଫେରିଲେ ଦଳର ପ୍ରମୁଖ ଦୃତ ବୋଲର ନବଦୀପ ସାଇନ । ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ସେ ଆଉ ବୋଲିଂ କରିପାରି ନଥିଲେ ।

ତେବେ ନିଜର ବ୍ୟକ୍ତିଗତ 8ମ ଓଭର ବୋଲିଂ କରୁଥିବା ସାଇନ ମାତ୍ର 5ଟି ବଲ ପକାଇ ପାରିଥିଲେ । ବାକି ଥିବା ଗୋଟିଏ ବଲ ପକାଇଥିଲେ ଦଳର ଉପ-ଅଧିନାୟକ ରୋହିତ ଶର୍ମା । ତେବେ ବର୍ତ୍ତମାନ ସାଇନଙ୍କୁ ବିଶ୍ରାମ ଦେବା ସହ ବିସିସିଆଇର ଡାକ୍ତରୀ ଦଳ ଯାଞ୍ଚ କରୁଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Navdeep Saini

ତେବେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ । ରିରୋର୍ଟ ଲେଖାଯିବ ସୁଦ୍ଧା 80.3 ଓଭରରେ 5 ୱିକେଟ ହରାଇ 246 ରନ କରିଛି ଘରୋଇ ଦଳ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ind vs Aus, 4th Test: Navdeep Saini complains of groin pain, taken for scans
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X