ଆହୁରୀ ବଢିଲା ଆହାତ ସମସ୍ୟା: 5ଟି ବଲ ବୋଲିଂ କରି ପାଭିଲିଅନ ଫେରିଲେ ସାଇନ
ଭ୍ରମଣକାରୀ ଭାରତୀୟ ଦଳ ପାଇଁ ପୁଣି ବଢିଲା ଆହାତ ସମସ୍ୟା । ମ୍ୟାଚ ମଝିରେ ଆହତ ହୋଇ ପାଭିଲିଅନ ଫେରିଲେ ଦଳର ପ୍ରମୁଖ ଦୃତ ବୋଲର ନବଦୀପ ସାଇନ ।
ବ୍ରିସବେନ: ଭ୍ରମଣକାରୀ ଭାରତୀୟ ଦଳ ପାଇଁ ପୁଣି ବଢିଲା ଆହାତ ସମସ୍ୟା । ମ୍ୟାଚ ମଝିରେ ଆହତ ହୋଇ ପାଭିଲିଅନ ଫେରିଲେ ଦଳର ପ୍ରମୁଖ ଦୃତ ବୋଲର ନବଦୀପ ସାଇନ । ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ସେ ଆଉ ବୋଲିଂ କରିପାରି ନଥିଲେ ।
UPDATE - Navdeep Saini has now gone for scans.#AUSvIND https://t.co/pN01PVnFfx
— BCCI (@BCCI) January 15, 2021
ତେବେ ନିଜର ବ୍ୟକ୍ତିଗତ 8ମ ଓଭର ବୋଲିଂ କରୁଥିବା ସାଇନ ମାତ୍ର 5ଟି ବଲ ପକାଇ ପାରିଥିଲେ । ବାକି ଥିବା ଗୋଟିଏ ବଲ ପକାଇଥିଲେ ଦଳର ଉପ-ଅଧିନାୟକ ରୋହିତ ଶର୍ମା । ତେବେ ବର୍ତ୍ତମାନ ସାଇନଙ୍କୁ ବିଶ୍ରାମ ଦେବା ସହ ବିସିସିଆଇର ଡାକ୍ତରୀ ଦଳ ଯାଞ୍ଚ କରୁଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ । ରିରୋର୍ଟ ଲେଖାଯିବ ସୁଦ୍ଧା 80.3 ଓଭରରେ 5 ୱିକେଟ ହରାଇ 246 ରନ କରିଛି ଘରୋଇ ଦଳ ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications