ଚତୁର୍ଥ ଟେଷ୍ଟ: ବିରାଟଙ୍କ ବିଶାଳ ପାଳି ବଳରେ ଦୃଢ ସ୍ଥିତିରେ ଭାରତ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ଚତୁର୍ଥ ମ୍ୟାଚରେ କୋହଲିଙ୍କ ବିଶାଳ ୧୮୬ ରନ ପାଳି ବଳରେ ଭାରତୀୟ ଦଳ ନିଜର ପ୍ରଥମ ଇଂନିସରେ ୫୭୧ ରନର ବିରାଟ୍ ପାହାଡ଼ ଠିଆ କରିଛି ।

IND vs AUS 4th Test

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ଚତୁର୍ଥ ମ୍ୟାଚରେ କୋହଲିଙ୍କ ବିଶାଳ ୧୮୬ ରନ ପାଳି ବଳରେ ଭାରତୀୟ ଦଳ ନିଜର ପ୍ରଥମ ଇଂନିସରେ ୫୭୧ ରନର ବିରାଟ୍ ପାହାଡ଼ ଠିଆ କରିଛି । ଅତିଥି ଅଷ୍ଟ୍ରେଲିଆ ଦଳର ୪୮୦ ରନ ଜବାବରେ ଭାରତ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ତେବେ ଆଜି ମ୍ୟାଚର ଚତୁର୍ଥ ଦିନ ଶେଷ ହୋଇଥିବା ବେଳେ ଅଷ୍ଟ୍ରେଲିଆ ନିଜୟ ଦ୍ବିତୀୟ ଇଂନିସ ଆରମ୍ଭ କରିଛି । ତେଣୁ ମ୍ୟାଚରେ ବିଜୟ ପାଇବା ପାଇଁ ଭାରତକୁ ଶେଷ ଦିନରେ ଯଥା ଶୀଘ୍ର କଙ୍ଗାରୁ ଶୀକାର କରିବାକୁ ପଡିବ ।

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ଟି ୱିକେଟ୍ ହରାଇ ୨୮୯ ରନ୍ କରିଥିଲା । ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ । ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ । ତେବେ ଜେଡ଼େଜା ଶୀଘ୍ର ଆଉଟ୍ ହୋଇଯାଇ ଥିଲେ । ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍‌ରୁ ୨୮ ରନ୍ କରି ସେ ଟଡ୍ ମର୍ଫୀଙ୍କ ବଲ୍‌ରେ ଉସ୍‌ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ଶ୍ରୀକର ଭରତଙ୍କୁ ସାଥୀ କରି ବିରାଟ କୋହଲି ପଞ୍ଚମ ଓ୍ଵିକେଟ୍‌ରେ ୮୪ ରନ ଯୋଡିଥିଲେ। ଏହି କ୍ରମରେ ବିରାଟ କୋହଲି ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଟେଷ୍ଟ କ୍ରିକେଟ୍‌ରେ ନିଜ ଶତକ ମରୁଡିର ଅନ୍ତ ଘଟାଇଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରି କୋହଲି ୨୮ତମ ଟେଷ୍ଟ ଶତକ ହାସଲ କରିଥିଲେ।

ଶ୍ରୀକର ଭରତ ୪୪ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦିନିକିଆ ଢଙ୍ଗରେ ବ୍ୟାଟିଂ କରି ଦଳର ସ୍କୋରକୁ ୫୫୫ ରନରେ ପହଞ୍ଚାଇଥିଲେ। ଅକ୍ଷର ପଟେଲ୍ ୭୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ପୂର୍ବରୁ କୋହଲି ଏବଂ ଅକ୍ଷର ଷଷ୍ଠ ଓ୍ଵିକେଟ୍‌ରେ ୧୬୨ ରନ ଯୋଡିଥିଲେ। ଏହା ପରେ ଭାରତ ସଅଳ ଓ୍ଵିକେଟ୍ ହରାଇଥିଲା। ଧୈର୍ଯ୍ୟର ପରିଚୟ ଦେଇ ଦ୍ଵିଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ କୋହଲିଙ୍କ ଓ୍ଵିକେଟ୍ ପତନ ସହ ଭାରତର ଇନିଂସ ୫୭୧ରେ ଥମିଥିଲା। କୋହଲି ୧୫ ଚୌକା ଜରିଆରେ ୧୮୬ ରନର ପ୍ରଶଂସନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ପୂର୍ବରୁ ଶୁଭମନ ଗିଲ ୧୨୮ରନର ଶତକୀୟ ପାଳି ଖେଳିଥିଲେ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲାୟନ ଓ ଟଡ ମର୍ଫି ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ତେବେ ବିରାଟ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୭୫ଟି ଶତକ ପୂରଣ କରିଛନ୍ତି । ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-୨୦ ଗୋଟିଏ ଶତକ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+