ଡ୍ର' ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ: ଜାଣନ୍ତୁ, ଏ ଭଳି ସ୍ଥିତିରେ ଭାରତ ପାଇଁ କଣ ରହିଛି WTC ଫାଇନାଲ ସମୀକରଣ ?

ଏଠାରୁ ଭାରତର ପରାଜୟ କଷ୍ଟକର ହୋଇଛି । କିନ୍ତୁ ଏଠାରୁ ମ୍ୟାଚ ଡ୍ର ଅଭିମୁଖେ ଗତି କରୁଛି । ଫଳରେ ମ୍ୟାଚରେ ବିଜୟ ପାଇବା ପାଇଁ ଭାରତକୁ ଶେଷ ଦିନରେ ଯଥା ଶୀଘ୍ର କଙ୍ଗାରୁ ଶୀକାର କରିବାକୁ ପଡିବ ।

WTC Final

India vs Australia Test WTC Prediction: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ଚତୁର୍ଥ ମ୍ୟାଚରେ ବିରାଟ କୋହଲିଙ୍କ ବିଶାଳ ୧୮୬ ରନ ପାଳି ବଳରେ ଭାରତୀୟ ଦଳ ନିଜର ପ୍ରଥମ ଇଂନିସରେ ୫୭୧ ରନର ବିରାଟ୍ ପାହାଡ଼ ଠିଆ କରିଛି ।

ତେବେ ଅତିଥି ଅଷ୍ଟ୍ରେଲିଆ ଦଳର ୪୮୦ ରନ ଜବାବରେ ଭାରତ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ତେବେ ଆଜି ମ୍ୟାଚର ଚତୁର୍ଥ ଦିନ ଶେଷ ହୋଇଥିବା ବେଳେ ଅଷ୍ଟ୍ରେଲିଆ ନିଜର ଦ୍ବିତୀୟ ଇଂନିସ ଆରମ୍ଭ କରିଛି । ତେଣୁ ଏଠାରୁ ଭାରତର ପରାଜୟ କଷ୍ଟକର ହୋଇଛି । କିନ୍ତୁ ଏଠାରୁ ମ୍ୟାଚ ଡ୍ର ଅଭିମୁଖେ ଗତି କରୁଛି । ଫଳରେ ମ୍ୟାଚରେ ବିଜୟ ପାଇବା ପାଇଁ ଭାରତକୁ ଶେଷ ଦିନରେ ଯଥା ଶୀଘ୍ର କଙ୍ଗାରୁ ଶୀକାର କରିବାକୁ ପଡିବ ।

ଯଦି ମ୍ୟାଚ ଡ୍ର' ହୁଏ, ତେବେ ?

ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିଛି ଭାରତ । ଏଥି ସହିତ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଦଳ ପରାଜୟର ସାମ୍ନା କରିଛି । ଫଳରେ ଭାରତ ଏହି ସିରିଜରେ 2-1ରେ ଆଗୁଆ ରହିଛି । କିନ୍ତୁ ଯଦି ଶେଷ ମ୍ୟାଚରେ ଡ୍ର' ସହ ଶେଷ ହୁଏ, ତେବେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ କି ?

କହିରଖୁ କି, ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପାଇଛି । ଅର୍ଥାତ୍ ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରୁ ଗୋଟିଏ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ତେଣୁ ଫାଇନାଲରେ ପ୍ରବେଶ କରିବାକୁ ଭାରତକୁ ଯେକୈଣସି ମୂଲ୍ୟରେ ଅହମ୍ମଦାବାଦ ଟେଷ୍ଟ ଜିତିବାକୁ ପଡିବ।

  • - ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର ହୁଏ କିମ୍ବା ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୁଏ । ତେବେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଫଳାଫଳ ଉପରେ ଟିମ୍ ଇଣ୍ଡିଆ ଉପରେ ନିର୍ଭର କରିବାକୁ ପଡିବ।
  • - ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଯଦି ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍ ହାରିଯାଏ କିମ୍ବା ଡ୍ର ହୁଏ । ତେବେ ଭାରତ ଯୋଗ୍ୟତା ଅର୍ଜନ କରିବ।
  • - କିନ୍ତୁ ଯଦି ଶ୍ରୀଲଙ୍କା ଉଭୟ ଟେଷ୍ଟରେ ଜିତେ, ତେବେ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବ ।
  • - ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ 0-0 ଡ୍ର ହୋଇଥିଲେ ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ଆଜିର ମ୍ୟାଚ

ଚତୁର୍ଥ ଟେଷ୍ଟରେ ବିରାଟ କୋହଲିଙ୍କ ବିଶାଳ ୧୮୬ ରନ ପାଳି ବଳରେ ଭାରତୀୟ ଦଳ ନିଜର ପ୍ରଥମ ଇଂନିସରେ ୫୭୧ ରନର ବିରାଟ୍ ପାହାଡ଼ ଠିଆ କରିଛି । ଅତିଥି ଅଷ୍ଟ୍ରେଲିଆ ଦଳର ୪୮୦ ରନ ଜବାବରେ ଭାରତ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ଟି ୱିକେଟ୍ ହରାଇ ୨୮୯ ରନ୍ କରିଥିଲା । ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ । ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ ।

ତେବେ ଜେଡ଼େଜା ଶୀଘ୍ର ଆଉଟ୍ ହୋଇଯାଇ ଥିଲେ । ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍‌ରୁ ୨୮ ରନ୍ କରି ସେ ଟଡ୍ ମର୍ଫୀଙ୍କ ବଲ୍‌ରେ ଉସ୍‌ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ଶ୍ରୀକର ଭରତଙ୍କୁ ସାଥୀ କରି ବିରାଟ କୋହଲି ପଞ୍ଚମ ଓ୍ଵିକେଟ୍‌ରେ ୮୪ ରନ ଯୋଡିଥିଲେ। ଏହି କ୍ରମରେ ବିରାଟ କୋହଲି ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଟେଷ୍ଟ କ୍ରିକେଟ୍‌ରେ ନିଜ ଶତକ ମରୁଡିର ଅନ୍ତ ଘଟାଇଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରି କୋହଲି ୨୮ତମ ଟେଷ୍ଟ ଶତକ ହାସଲ କରିଥିଲେ।

ଶ୍ରୀକର ଭରତ ୪୪ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦିନିକିଆ ଢଙ୍ଗରେ ବ୍ୟାଟିଂ କରି ଦଳର ସ୍କୋରକୁ ୫୫୫ ରନରେ ପହଞ୍ଚାଇ ଥିଲେ। ଅକ୍ଷର ପଟେଲ୍ ୭୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+