ଭାରତ ବନାମ ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ଡ୍ର’: ୨-୧ରେ ସିରିଜ ହାତେଇଲା ଭାରତ

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ହୋଇଛି । ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି ।

IND vs AUS 4th Test

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ହୋଇଛି । ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି । ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି ।

ଭାରତ କ୍ରମାଗତ ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ଜିତିଛି । ଅଷ୍ଟ୍ରେଲିଆ ୨୦୧୪-୧୫ରେ ଶେଷ ଥର ପାଇଁ ଏହି ଟ୍ରଫି ଜିତିଥିଲା। ଏହାପର ଠାରୁ ଅର୍ଥାତ ୨୦୧୭, ୨୦୧୮-୧୯, ୨୦୨୦-୨୧ ଓ ୨୦୨୩ରେ ଭାରତ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି ।

ଅନ୍ୟପଟେ ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କା ପରାସ୍ତ ହେବା ପରେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ କ୍ରମାଗତ ଦ୍ଵିତୀୟ ଥର ପାଇଁ ପ୍ରବେଶ କରିଛି । ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆକୁ WTC ଫାଇନାଲରେ ଭେଟିବ ।

ତେବେ ଶେଷ ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ୪୦୮ର ବିଶାଳ ସ୍କୋର କରିଥିଲା । ଏହି ଇଂନିସରେ ଖ୍ୱାଜା ୧୮୦, ଗ୍ରୀନ ୧୧୪ ରନ କରିଥିଲେ । ସେହିପରି ଭାରତ ବି ତାର ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୮୬, ଶୁଭମନ ଗିଲ ୧୨୮ ଓ ଅକ୍ଷର ପଟେଲ ୭୯ ରନ କରିଥିଲେ । ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୧୭୫ ରନ କରି ମ୍ୟାଚ ଡ୍ର ରଖିଥିଲେ ।

ପ୍ରଥମ ଇନିଂସରେ ୧୮୬ ରନର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ବିରାଟ ମ୍ୟାଚ୍‌ର ୪ର୍ଥ ଦିନରେ ଶତକ ହାସଲ କରିଥିଲେ। ଦୀର୍ଘ ସାଢ଼େ ୩ ବର୍ଷ ପରେ ତାଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ଶତକ ଦେଖିବାକୁ ମିଳିଥିଲା। ସେହିପରି ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନଙ୍କୁ ମିଳିତ ଭାବେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+