୪ର୍ଥ ଟେଷ୍ଟ: ଉସମାନ ଖ୍ୱାଜାଙ୍କ ଶତକ, ପ୍ରଥମ ଦିନରେ ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ
ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ଉସମାନ ଖ୍ବାଜାଙ୍କ ଶତକ ବଦଳରେ ନିଜର ସ୍ଥିତି ସୁଦୃଢ କରିପାରିଛି ।

ଅହମ୍ମଦାବାଦ୍: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ଉସମାନ ଖ୍ବାଜାଙ୍କ ଶତକ ବଦଳରେ ନିଜର ସ୍ଥିତି ସୁଦୃଢ କରିପାରିଛି । ଦଳ ପ୍ରଥମ ଦିନରେ ୪ ଓ୍ବିକେଟ ହରାଇ ୨୫୫ ରନ କରିବାରେ ସଫଳ ହୋଇଛି । ଦଳ ପକ୍ଷରୁ ଉସମାନ ଖ୍ୱାଜା ୧୦୪ ରନ କରି ଶତକୀୟ ପାଳି ଖେଳିଛନ୍ତି । ସେହିପରି କାମରନ ଗ୍ରୀନ ବି ୪୯ ରନ କରି ନଟଆଉଟ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ ୩୮, ଟ୍ରାଭିସ ହେଡ୍ ୩୨ ରନ କରିଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଉସମାନ ଖ୍ବାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଡ୍ ୩୨ରନ କରି ଆଉଟ ହେବାପରେ ଆସିଥିବା ମାର୍ନସ ଲାବୁସଚେନ ମଧ୍ୟ ମାତ୍ର ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ମଧ୍ୟ ୩୮ ରନ କରି ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ଓପନର ଉସମାନ ଖ୍ବାଜା ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ ।
ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୨, ରବିଚନ୍ଦ୍ରନ ଅଶ୍ୱିନୀ ୧, ରବିନ୍ଦ୍ର ଜାଡେଜା ୧ ଗୋଟିଏ ନେଇଥିଲେ । ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ପହଞ୍ଚିବାକୁହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ଅଷ୍ଟ୍ରେଲିଆ ପୂର୍ବରୁ ହିଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିସାରିଛି ।












Click it and Unblock the Notifications