ତୃତୀୟ ଟେଷ୍ଟ: କଙ୍ଗାରୁ ବୋଲରଙ୍କ ଆଟାକରେ ଘାଇଲା ଟିମ ଇଣ୍ଡିଆ
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଭାରତୀୟ ଦଳ । ଭାରତର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ ହୋଇଛି ।

ଇନ୍ଦୋର: ଆଜିଠୁ ଆରମ୍ଭ ହେଉଛି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଭାରତୀୟ ଦଳ । ଭାରତର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ ହୋଇଛି । କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ ଓ ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବ ଖେଳୁଛନ୍ତି । ତେବେ ଭାରତକୁ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଛି ।
ପ୍ରଥମ ଇନିଂସରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମ୍ୟାଚର ପ୍ରଥମ ଘଣ୍ଟାରେ ହିଁ ଅଧା ଟିମ୍ ପାଭେଲିୟନ୍ ଫେରିଛନ୍ତି । ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତୀୟ ଦଳ ୭ ୱିକେଟ୍ ହରାଇ ମାତ୍ର ୮୪ ରନ କରି ପାରିଛି । ଟିମ ଇଣ୍ଡିଆର ବ୍ୟାଟରମାନେ କଙ୍ଗାରୁ ବୋଲିଂ ଆଟାକକୁ ସାମ୍ନା କରିପାରି ନାହାନ୍ତି । ରୋହିତ ଶର୍ମା ୧୨, ଶୁଭମନ୍ ଗିଲ୍ ୨୧, ଚେତେଶ୍ୱର ପୂଜାରା ୧, ବିରାଟ କୋହଲି ୨୨, ରବିନ୍ଦ୍ର ଜାଡେଜା ୪, ଶ୍ରେୟସ ଆୟର ୦, ଶ୍ରିକର ଭାରତ ୧୭ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ବର୍ତ୍ତମାନ କ୍ରିଜ୍ରେ ଅକ୍ଷର ପଟେଲ (୬) ଓ ରବିଚନ୍ଦ୍ରନ୍ ଅଶ୍ୱିନୀ (୧) ରହିଛନ୍ତି । ମାତ୍ର ୨୫ ଓଭର ଖେଳିଛି ଟିମ୍ ଇଣ୍ଡିଆ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥୁ କୁହ୍ଲେମାନ୍ ଓ ନାଥନ ଲାୟନ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଟଡ ମୁର୍ଫି ଗୋଟିଏ ୱିକେଟ୍ ନେଇଛନ୍ତି ।
ସୂଚନାଥାଉ କି, ପ୍ରଥମ ଦୁଇଟି ଟେଷ୍ଟ ଜିତି ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲରେ ପହଞ୍ଚିବ ଦଳ । ଏହା ସହ ଆଇସିସି ଟେଷ୍ଟ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ହାସଲ ପାଇଁ ମଧ୍ୟ ସୁଯୋଗ ରହିଛି ।
ଚୂଡାନ୍ତ ଏକାଦଶ
- ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବିନ୍ଦ୍ର ଜାଡ଼େଜା, ଶ୍ରୀକର ଭରତ (ୱିକେଟ୍ କିପର), ଅକ୍ଷର ପଟେଲ୍, ରବିଚନ୍ଦ୍ରନ୍ ଅଶ୍ବିନୀ, ଉମେଶ ଯାଦବ, ମହମ୍ମଦ ସିରଜ୍ ।
- ଅଷ୍ଟ୍ରେଲିଆ ଦଳ: ଉସ୍ମାନ ଖ୍ୱାଜା, ଟ୍ରାଭିସ୍ ହେଡ୍, ମାମୁସ ଲାବୁସେନ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ପିଟର ହାଣ୍ଡସ୍କମ୍ବ, କାମେରୁମ୍ ଗ୍ରୀନ୍, ଆଲେକ୍ସ କେରି( ଓ୍ୱିକେଟ୍ ରକ୍ଷକ), ମିଚେଲ୍ ଷ୍ଟାର୍କ, ନାଥନ ଲାୟନ୍, ଟଡ ମୁର୍ଫି, ମ୍ୟାଥ୍ୟୁ କୁନେହମାନ୍ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications