ଇନ୍ଦୋର ଟେଷ୍ଟ: ଧରାଶାୟୀ ଭାରତୀୟ ବ୍ୟାଟର, ୧୦୯ ରନରେ ଅଲଆଉଟ୍
ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଘରୋଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିନରେ କଙ୍ଗାରୁ ଦଳର ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଭାରତୀୟ ବ୍ୟାଟର ।

ଇନ୍ଦୋର: ଆଜିଠୁ ଆରମ୍ଭ ହୋଇଥିବା ଭାରତ ବନାମ ଅଷ୍ଟ୍ରେଲିଆ , ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଘରୋଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିନରେ କଙ୍ଗାରୁ ଦଳର ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଭାରତୀୟ ବ୍ୟାଟର । ଲଗାତର ୱିକେଟ ହରାଇ ମାତ୍ର ୧୦୯ ରନ ଅଲଆଉଟ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆର କୌଣସି ବ୍ୟାଟସମ୍ୟାନ ୩୦ ରନ୍ କରିପାରି ନାହାନ୍ତି ।
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଭାରତୀୟ ଦଳ । ଭାରତର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ ହୋଇଥିଲା । କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ ଓ ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବ ଖେଳୁଛନ୍ତି । ତେବେ ଭାରତକୁ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଛି । ମ୍ୟାଚର ପ୍ରଥମ ଘଣ୍ଟାରେ ହିଁ ଅଧା ଟିମ୍ ପାଭେଲିୟନ୍ ଫେରିଥିଲା । ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତୀୟ ଦଳ ୭ ୱିକେଟ୍ ହରାଇ ମାତ୍ର ୮୪ ରନ କରି ପାରିଥିଲା । ଟିମ ଇଣ୍ଡିଆର ବ୍ୟାଟରମାନେ କଙ୍ଗାରୁ ବୋଲିଂ ଆଟାକକୁ ସାମ୍ନା କରିପାରି ନାହାନ୍ତି । ରୋହିତ ଶର୍ମା ୧୨, ଶୁଭମନ୍ ଗିଲ୍ ୨୧, ଚେତେଶ୍ୱର ପୂଜାରା ୧, ବିରାଟ କୋହଲି ୨୨, ରବିନ୍ଦ୍ର ଜାଡେଜା ୪, ଶ୍ରେୟସ ଆୟର ୦, ଶ୍ରିକର ଭାରତ ୧୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।
ପରେ ଅକ୍ଷର ଓ ଅଶ୍ବିନୀ ସ୍ଥିତି ସମ୍ଭାଳିଥିଲେ । ମାଥ୍ୟୁ କୁନେମାନଙ୍କ ଶିକାର ହୋଇଥିଲେ ଅଶ୍ବିନୀ । ମାତ୍ର ୩ ରନ କରି ଆଉଟ ହୋଇଥିଲେ । ପରେ ପରେ ଉମେଶ ଯାଦବଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ ମାଥ୍ୟୁ କୁନେମାନ । ପରେ ମହମ୍ମଦ ସିରାଜ ରନ ଆଉଟ ହୋଇଥିଲେ । ଭାରତ ୧୦୯ ରନ କରି ଆଲଆଉଟ ହୋଇଥିଲା । ମ୍ୟାଚକୁ ଫେରିବାକୁ ହେଲେ ଭାରତକୁ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ । ଅଷ୍ଟ୍ରେଲିଆର ମାଥ୍ୟୁ କୁନେମାନ ସର୍ବାଧିକ ୫ଟି, ଲେଏନ ୩ଟି, ମୁର୍ଫି ଗୋଟିଏ ୱିକେଟ ନେଇଛନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications