Border Gavaskar Trophy: ଫଲୋଅନ ଏଡାଇଲେ ଜାଡେଜା, ଆକାଶ ଦୀପ୍ ଓ ବୁମାରା ; ଭାରତ ୨୫୨/୯
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି (BGT) ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ୨୫୨/୯ ଟେଷ୍ଟ ସିରିଜ୍ ଖେଳାଯାଉଛି । ସିରିଜର ତୃତୀୟ ମ୍ୟାଚ୍ ବ୍ରିସବେନର ଗାବା ଠାରେ ଖେଳାଯାଉଛି । ଗାବା ଟେଷ୍ଟର ଚତୁର୍ଥ ଦିନ ଭାରତୀୟ ବୋଲରଙ୍କ ବ୍ୟାଟିଂର ଯାଦୁ ଦେଖିବାକୁ ମିଳିଥିଲା । ଯିଏ ଭାରତୀୟ ଦଳକୁ ଫଲୋଅନ୍ ଖାଇବାରୁ ବଞ୍ଚାଇଥିଲେ । ଷ୍ଟମ୍ପ୍ ବେଳକୁ ଭାରତୀୟ ଦଳର ସ୍କୋର ରହିଛି ୨୫୨/୯ ଥିଲା ।
ଆକାଶ ଦୀପ ଏବଂ ଜସପ୍ରୀତ ବୁମ୍ରା କ୍ରିଜରେ ଅଛନ୍ତି । ଉଭୟଙ୍କ ମଧ୍ୟରେ ୩୯ ରନର ଭାଗିଦାରୀ ହୋଇଛି । ଫଲୋଅନ୍କୁ ବଞ୍ଚାଇବା ପାଇଁ ଭାରତ ୨୪୬ ରନ୍ ସ୍କୋର କରିବା ଆବଶ୍ୟକ କରୁଥିଲା । ଯାହା ଆକାଶ ଦୀପଙ୍କ ଚଉକା ଫଳରେ ସହଜରେ ମିଳିଯାଇଥିଲା । ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୪୪୫ ରନ୍ ସଂଗ୍ରହ କରିଥିଲା । ବର୍ତ୍ତମାନ ଖରାପ ଲାଇଟ୍ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି ।

ଯଦି ଦେଖାଯାଏ, ପୂର୍ବରୁ ବ୍ରିସବେନ୍ ଗାବା ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାତୋଟି ଟେଷ୍ଟ ଖେଳାଯାଇଥିଲା । ଭାରତୀୟ ଦଳ ୫ ଟି ମ୍ୟାଚ୍ ହାରିଥିଲା ଏବଂ ଗୋଟିଏ ମ୍ୟାଚ୍ ମଧ୍ୟ ଡ୍ର ରହିଥିଲା । ଗାବାରେ ଭାରତୀୟ ଦଳର ଏକମାତ୍ର ଟେଷ୍ଟ ବିଜୟ ଜାନୁଆରୀ ୨୦୨୧ରେ ହୋଇଥିଲା। ତା'ପରେ ସେ ଅଜିଙ୍କ୍ୟ ରାହାଣ୍ୟଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରିଥିଲେ।
ଗାବାରେ ଜାରି ରହିଛି ଟିମ୍ ଇଣ୍ଡିଆର ଫ୍ଲପ୍ ଶୋ । ଫଲୋଅନରୁ ବର୍ତ୍ତିବାକୁ ସଂଘର୍ଷ କରୁଛି ରୋହିତ ଏଣ୍ଡ କୋ । ତେବେ ଏଥର ବି ପୁଣି ଥରେ ଭାରତର ଅଧିନାୟକ ରୋହିତ ଶର୍ମା ଫ୍ଲପ୍ ହୋଇଥିଲେ ।
ମଧ୍ୟମ କ୍ରମରେ ବ୍ୟାଟିଂ କରୁଥିବା ରୋହିତ ଶର୍ମା ପୁଣିଥରେ ତାଙ୍କ ଦଳକୁ କଠିନ ପରିସ୍ଥିତିରୁ ବାହାର କରିବାରେ ବିଫଳ ହୋଇଥିଲେ । ମାତ୍ର ୧୦ ରନ୍ କରି ଆଉଟ୍ ହେବା ପରେ ଚାରିଆଡୁ ଉଠିଛି ସମାଲୋଚନା । ତେବେ ସେ ଯେଉଁଭଳି ଢଙ୍ଗରେ ଆଉଟ୍ ହେଲେ ଆଉ ଆଉଟ ହେବା ପରେ ରୋହିତ୍ଙ୍କ ଫଟୋ ଏବେ ଅନେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ଭାଇରାଲ୍ ହେଉଥିବା ଫଟୋ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଫଟୋ ପରେ ରୋହିତଙ୍କ ଅବସର ନେଇ ଆଲୋଚନା ତୀବ୍ର ହୋଇଛି । କାରଣ ଗାବା ଟେଷ୍ଟରେ ଭାରତର ପ୍ରଥମ ଇନିଂସ ସମୟରେ ରୋହିତ ଶର୍ମା ପୁଣି ଥରେ ପ୍ରଶଂସକଙ୍କୁ ନିରାଶ କରିଥିଲେ । ସେ ୨୭ ବଲରେ ମାତ୍ର ୧୦ ରନ୍ ସ୍କୋର କରିଥିଲେ । ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ, ସେ ପାଭିଲିୟନ ଆଡକୁ ଯିବାବେଳେ, ସେ ନିଜର ଗ୍ଲୋଭସ୍ କାଢି ଫୋପାଡିଥିଲେ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications