Ind vs Aus, 3rd T20I: ସିରିଜ ସିଲ, ମୂଳପୋଛ ଲକ୍ଷ୍ୟରେ ଭ୍ରମଣକାରୀ ଭାରତ
ଉଦ୍ଘାଟନୀ ଦୁଇଟି ଟି-୨୦ରେ ନିଶ୍ଚିତ ବିଜୟ ହାସଲ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ 3-0 ରେ କ୍ଲିନ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି ।
ସିଡନୀ: ଉଦ୍ଘାଟନୀ ଦୁଇଟି ଟି-୨୦ରେ ନିଶ୍ଚିତ ବିଜୟ ହାସଲ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ 3-0 ରେ କ୍ଲିନ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି । ଆଜି ହ୍ୱାଇଟ ବଲ କ୍ରିକେଟର ଅର୍ଥାତ ଟି-20 ସିରିଜର ଏଠାର ଶେଷ ମ୍ୟାଚ ଖେଳାଯିବ ।
ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଘରୋଇ ଦଳ ଉପରେ ସେମାନଙ୍କର ଦ୍ୱିତୀୟ ଟି -20 ସିରିଜ୍ ହ୍ୱାଇଟୱାସ ଉପରେ ନଜର ରଖିବେ । ତେବେ 2016 ମସିହାରେ ଧୋନିଙ୍କ ନେତୃତ୍ୱାଧିନ ଭାରତ ଏହି କାରନାମା ରଚିସାରିଥିଲା ।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ଭାରତ କାନବେରା ଏବଂ ସିଡନୀରେ ପ୍ରଥମ ଦୁଇଟି ମ୍ୟାଚରେ 11 ରନ୍ ଏବଂ 6 ୱିକେଟ୍ ରେ ଘରୋଇ ଦଳକୁ ଚକମା ଦେଇସାରିଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଥମ ଦୁଇଟି ଦିନିକିଆରେ ଦୁଇଥର ପରାଜୟ ପରେ କାନବେରାରେ ଚାଲିଥିବା ଅନ୍ତିମ ଦିନିକିଆରେ ଭାରତୀୟ ଦଳ ବିଜୟର ଧାରା ଆରମ୍ଭ କରିଥିଲା ।
ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ 3-0 ହ୍ୱାଇଟ ୱାସ ବିଜୟ ଏକ ଉପଯୁକ୍ତ ବୁଷ୍ଟର୍ ହେବ । ତୃତୀୟ ମ୍ୟାଚ କଥା କହିଲେ, ସମସ୍ତ ବିଭାଗରେ ଉତ୍କର୍ଷତା ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମନୋବଳ ଏବେ ଦୃଢ ରହିଛି । ସୂଚନାଯୋଗ୍ୟ, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ କେବେ ବି ଟି -20 ମ୍ୟାଚ୍ ହାରିନାହିଁ। 2016 ଏବଂ 2018 ରେ ବିଜୟ ହାସଲ କରିବା ପରେ, ଭାରତ ରବିବାର ଦିନ ଏହି ଆଇକନିକ ଗ୍ରାଉଣ୍ଡରେ ମଧ୍ୟ ବିଜୟ ପାଇଥିଲା ।
ସ୍କ୍ବାଡ୍
- ଭାରତ: ବିରାଟ କୋହଲି (କ୍ୟାପଟେନ), ଶିଖର ଧାୱନ, ମାୟାନକ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ୍, ଶାର୍ଦ୍ଦୁଲ ଠାକୁର ।
- ଅଷ୍ଟ୍ରେଲିଆ: ମାଥ୍ୟୁ ୱେଡ୍ (କ୍ୟାପଟେନ୍), ସଚନ୍ ଆବଟ୍ଟ, ମିଚେଲ ସ୍ୱେପନ, ଆଲେକ୍ସ କ୍ୟାରି, ନାଥାନ୍ ଲିଅନ୍, ଜୋସ୍ ହେଜଲେଉଡ୍, ମୋଇସ୍ ହେନ୍ରିକ୍ସ, ମାର୍ନସ୍ ଲାବୁସାନେ, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ସାମ୍ସ, ଷ୍ଟିଭ ସ୍ମିଥ୍, ମାର୍କସ୍ ଷ୍ଟୋନିସ୍, ଡି'ଆରସି ସର୍ଟ, ଆଡାମ ଜାମ୍ପା, ଆଣ୍ଡ୍ର୍ୟୁ ଟାଇ ।












Click it and Unblock the Notifications