୩ୟ ଦିନିକିଆ: ଦଳକୁ ଫେରିଲେ ରୋହିତ-ବିରାଟ୍, ଗିଲ୍-କିଷାନଙ୍କୁ ବିଶ୍ରାମ
ରାଜକୋଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳା ଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଏହି ମ୍ୟାଚ୍ ଉଭୟ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି । ତୃତୀୟ ମ୍ୟାଚରେ ଓପନର ଶୁମନ ଗିଲ ଏବଂ ଇଶାନ କିଷାନଙ୍କୁ ବିଶ୍ରାମ ଦିଆଯାଇଛି । ଦଳକୁ ଫେରିଛନ୍ତି ବିରାଟ, ରୋହିତ, ଜସପ୍ରୀତ ବୁମରା, ୱାସିଂଟନ୍ ସୁନ୍ଦର । ସେହିପରି ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି ମିଚେଲ୍ ଷ୍ଟାର୍କ, ଅଧିନାୟକ ପ୍ୟାଟ୍ କମିନ୍ସ, ଗ୍ଲେନ୍ ମାକ୍ସୱେଲ୍ । ବିଶ୍ୱକପ୍ ପୂର୍ବରୁ ଉଭୟ ଟିମ୍ ମଧ୍ୟରେ ଏହା ଶେଷ ମ୍ୟାଚ୍ ।

ଟିମ ଇଣ୍ଡିଆ ଏହି ସିରିଜରେ ୨-୦ରେ ଆଗରେ ଅଛି । ସେପଟେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପୂର୍ବରୁ ଏହି ମ୍ୟାଚ୍ ଜିତି ମନୋବଳ ଦୃଢ କରିବାକୁ ଚାହିଁବ । ରାଜକୋଟରେ ହେବ ରନ ବର୍ଷା ହେବାର ସମ୍ଭାବନା ରହିଛି । ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ସର୍ବଦା ବିଶାଳ ସ୍କୋର ସଂଗୃହୀତ ହୋଇଛି ।
ଏଠାରେ ୩ଟି ଦିନିକିଆ ଖେଳାଯାଇଛି ଓ ୪ଟି ଇନିଂସରେ ୩୦୦ରୁ ଅଧିକ ରନ ସଂଗୃହୀତ ହୋଇଛି । ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୬/୩୪୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୦୪ ରନ୍ ସଂଗ୍ରହ କରିଥିଲା ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
- ଅଷ୍ଟ୍ରେଲିଆ ଏକାଦଶ: ପ୍ୟାଟ କମିନ୍ସ (ଅଧିନାୟକ), ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁସାଗ୍ନେ, ଆଲେକ୍ସ କେରେ (ୱିକେଟକିପର), ଗ୍ଲେନ ମ୍ୟାକ୍ସୱେଲ, କ୍ୟାମେରନ ଗ୍ରୀନ, ମିଚେଲ ଷ୍ଟାର୍କ, ତନଭୀର ସାଙ୍ଗ, ଜୋସ ହାଜଲେଉଡ ।












Click it and Unblock the Notifications